ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଜକ ସେବା ସଙ୍ଘ ର ବାର୍ଷିକ ସମ୍ମିଳନୀ 

ରଜକ ସେବା ସଙ୍ଘ ର ବାର୍ଷିକ ସମ୍ମିଳନୀ 

ଜୁନାଗଡ଼୨୨/୩(ମନୀସ ) କଳାହାଣ୍ଡି ଜିଲ୍ଲା ଆର ଏମ ସି ପରିସର ମଧ୍ୟରେ ପଶ୍ଚିମ ଓଡିଶା ରଜକ ସେବା ସଙ୍ଘ ର ବାର୍ଷିକ ସମ୍ମିଳନୀ ୨୧ଓ ୨୨ତାରିଖ ଦୁଇ ଦିନ ଧରି ସମାରୋହରେ ଅନୁଷ୍ଠିତ ହୋଇଥିଲା l ଏଥିନେଇ ହଜାର ହଜାର ରଜକ ମହିଳା ଓ ପୁରୁଷ ଙ୍କ ଭବ୍ୟ ସମାବେଶ ହୋଇଥିଲା l ଏହି ଅବସରର ଉଦ୍ଘାଟନୀ ଉତ୍ସବ ରେ ଦିବସ ରେ ରଜକ ଶତାଧିକ ମହିଳା ଓ ପୁରୁଷ କର୍ମକର୍ତ୍ତା ଉପସ୍ଥିତ ହୋଇ ସ୍ଥାନୀୟ ସମୀଆ ବନ୍ଧ ପଡା ନିତେଇ ଧୋବଣୀ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ଆର ଏମ ସି ପରିସର ସଭା ସ୍ଥଳ ରେ ପହଂଚିଥିଲେ l ଉଦଘାଟନି ସମାରୋହରେ ରଜକ ସେବା ସଙ୍ଘ କଳାହାଣ୍ଡି ଜିଲ୍ଲା ସଭାପତି ବସନ୍ତ ସେଠି ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ଓ ବିବରଣୀ ପାଠ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ କମିଟି ଉପସଭାପତି ଉମେଶ ଚନ୍ଦ୍ର ସେଠି ଯୋଗ ଦେବା ସହ କଳାହାଣ୍ଡି ଜିଲ୍ଲା ରୁ ଆସିଥିବା ବିଭିନ୍ନ ବ୍ଲକ ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ l ରଜକ ସମାଜ ର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ର ରେ ସୁଦୃଢ କରିବା ସହ ଏହି ସମାଜ କୁ ରାଜ୍ୟ ଓ ଦେଶରେ ବିକାଶ ର ଧାରା ସହିତ ସମସ୍ତ ରଜକ ଭାଇ ଭଉଣୀ ଉଦ୍ୟମ କରିବା ସହ ସହଭାଗିତା ନିତାନ୍ତ ଆବଶ୍ୟକ ବୋଲି ଉପସ୍ଥିତ କର୍ମକର୍ତ୍ତା ଉଦବୋଧନ ଦେଇଥିଲେ l ଏହି ଅବସରରେ ମହିଳା ମାନଙ୍କ ଦ୍ୱାରା ହୁଳହୁଳି, ହାଣ୍ଡିଫଟା, ଝୁଟି, ଚୌକିବସା ପ୍ରଭୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା l କୁନି କୁନି ବାଳକ ବାଳିକା ମାନଙ୍କୁ ନେଇ ରଙ୍ଗlରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନିୟ ଅବଦାନ ପାଇଁ ଭାରତୀୟ ପ୍ରଶାସନିକ ସେବା ପୂର୍ବତନ ଅଧିକାରି ତଥା ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ସି ଇ ଓ ପ୍ରେମlନିଧି ସେଠି, ଓ ଏମ ସି ଡି ଜି ଏମ ପି ଆର ଓ ସଂଜୀବ କୁମାର ସେଠି, ଡ଼. ଆଦର୍ଶ ସେଠି, ଡ଼. ଆରତୀ ସେଠି, ଡ଼. ଜନ୍ମେଜୟ ସେଠ, ପ୍ରଶାସନିକ ଅଧିକାରୀ ରଜନୀକାନ୍ତ ସେଠ, କ୍ରିଷ୍ଣlମୟୀ ସେଠ, ଡି ଏସ ପି ବୈକୁଣ୍ଠ ନାଥ ସେଠ ପ୍ରମୁଖ ଙ୍କୁ ଔପଢକନ ଦେଇ ସମ୍ମାନିତ କରାଯାଇଥିଲା l ଏଥି ସହିତ କେନ୍ଦ୍ରୀୟ କମିଟି ସଭାପତି ରାଜେଶ ସେଠ, ସମ୍ପାଦକ ଜୟସଙ୍କର ସେଠ, ସମ୍ବଲପୁର ସଭାପତି ରମେଶ ଚନ୍ଦ୍ର ସେଠ, ଝାରସୁଗୁଡା ସଭାପତି ଚନ୍ଦ୍ରମଣି ସେଠ,ଆଞ୍ଚଳିକ ରଜକ ସମାଜ ସେବା ସଙ୍ଘ ର ବେଷ୍ଟ ପ୍ରେସିଡେଣ୍ଟ ଭାବରେ ଭୁବନାନନ୍ଦ ସେଠି, ଭକ୍ତବନ୍ଧୁ ସେଠି ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗୀର ଜିଲ୍ଲା ସଭାପତି କଳାକାଁହୁ ସେଠ, ସୁନ୍ଦରଗଡ଼ ଜିଲ୍ଲା ସଭାପତି ପ୍ରତାପ କୁମାର ବେଜି ଓ ଉପଦେଷ୍ଟା କେଦାରନାଥ ସେଠି, ବିଶ୍ୱମ୍ବର ସେଠି ଓ ବିଭିନ୍ନ ଜିଲ୍ଲା ଓ ବ୍ଲକ ପ୍ରତିନିଧି ଯୋଗଦାନ କରିଥିଲେ l ଶେଷରେ ବରିଷ୍ଠ କର୍ମକର୍ତ୍ତା ସୁକାନ୍ତ ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ l 

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମେଧାଅନ୍ବେଷଣ ପ୍ରତିଯୋଗିତାରେ ଏକାଧିକଙ୍କୁ ମିଳିଛି ପ୍ରଥମ ସ୍ଥାନ

Sunil Chandra Nayak

ରୋଗାକ୍ରାନ୍ତ ଜୀବନ ମଧ୍ୟରେ ଛଟପଟ ବଞ୍ଚିବା ପାଇଁ ଅନ୍ଯର ସହଯୋଗ ପାଇଁ ଆଶାୟୀ କବିତା ମାଝୀ ,ଚିକିତ୍ସାରେ ଅର୍ଥ ସାଜିଛି ବାଧକ

masiha

ନୂଆପଡ଼ା ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ରେ ଯୋଗ ଦାନ

Sunil Chandra Nayak

Leave a Comment

error: Content is protected !!