ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସ୍ଥା ର ଅନନ୍ୟା ନାରୀ କାର୍ଯ୍ୟକ୍ରମ ସଫଳତା ସହ ସମ୍ପନ୍ନ

ଆସ୍ଥା ର ଅନନ୍ୟା ନାରୀ କାର୍ଯ୍ୟକ୍ରମ ସଫଳତା ସହ ସମ୍ପନ୍ନ 

ରାଉରକେଲା: ରାଉରକେଲାର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ ସିଭିକ ସେଣ୍ଟର ଠାରେ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଅନନ୍ୟା ନାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସ୍ଥା ର ସଭାପତି ବିଷ୍ଣୁ ମୋହନ ମିଶ୍ରଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ଆଲୋକ କୁମାର ଜେନାଙ୍କ ଆବାହକତ୍ୱ ଓ କୁନିରାଣୀ ବିଶ୍ବାଳ ତଥା ମୋନାଲିସା ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପି ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ ମୁନ୍ନା ପ୍ରସାଦ ସିଂ ମୁଖ୍ୟ ଅତିଥି, ସ୍ବତନ୍ତ୍ର ଅତିଥି ଭାବେ ଆର କେ ଗୁପ୍ତା, ଆଦିତ୍ୟ ବିର୍ଲା ଗୃପ ର ଡ ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଡାକ୍ତର ହରିଶ ଦାସ,ଲାୟନ୍ସ କ୍ଲବ ର ସଭାପତି ବୈଶାଳୀ ଖେଡିଆ, ସୁରଭି ସଙ୍ଗୀତ ଅନୁଷ୍ଠାନ ର ମୁଖ୍ୟ ସ୍ମିତା ମିଶ୍ର ଓ ସମ୍ବଲପୁରର ବିଶିଷ୍ଠ ସଂଗୀତକାର ମମତା ଜେନା ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ ଆସ୍ଥା ଅନୁଷ୍ଠାନ ର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । ନାରୀ ସର୍ବଦା ଏକ ଅଲଗା ପରିଚୟ, ସଶକ୍ତ ଓ ସମ୍ପ୍ରତି ନୂତନ ଦିଗ୍ଦର୍ଶକ ବୋଲି ନାରୀ ସଶକ୍ତି କରଣ ଦିଗରେ ଆସ୍ଥା ର ନାମକରଣ (ଅନନ୍ୟା ନାରୀ) ଖୁବ ସୁନ୍ଦର ବୋଲି ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟ ରେ ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଆଜିର ସମାଜ ରେ ନାରୀ କୌଣସି ଦିଗରେ ପଛରେ ନାହିଁ ବୋଲି ମତ ରଖିଥିଲେ।

ପ୍ରାରମ୍ଭ ରେ ଆସ୍ଥା ର ସାମାଜିକ ମାଧ୍ୟମ ଅଧିକାରୀ ପ୍ରତୀକ୍ଷା ସାହୁ ସ୍ଵାଗତ ଭାଷଣ ସହ ସମସ୍ତ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ । ସାଂସ୍କୃତିକ ସମ୍ପାଦିକା ଶିବାନୀ ରାଣା ମହିଳା ଦିବସରେ ଉପରେ ଆସ୍ଥା ର ନୂତନ ନାମକରଣ ଅନନ୍ୟା ନାରୀ ଉପରେ ବାଖ୍ୟା କରି ଆସ୍ଥା ର ବିଭିନ୍ନ କ୍ଷେତ୍ର ରେ ନାରୀ ପ୍ରତିଭା ଙ୍କୁ ସମ୍ବର୍ଦ୍ଧନା ଉପରେ ଆଲୋକପାତ କରିଥିଲେ । ଶେଷ ରେ ସାଧାରଣ ସମ୍ପାଦକ ଆଲୋକ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରାଜ କୁମାର ପଣ୍ଡା, ସାଂସ୍କୃତିକ ସମ୍ପାଦିକା ଶିବାନୀ ରଣା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଡାକ୍ତରୀ, ଶିକ୍ଷା, ସମାଜସେବା, ଖେଳାଳି, ଗାୟିକା ଓ ଫ୍ୟାଶନ ପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଶିଷ୍ଟ ନାରୀ ସମ୍ମାନରେ ଡ ଲୋପାମୁଦ୍ରା ପ୍ରିୟଦର୍ଶିନୀ, ମମତା ଜେନା, ଡ଼ ଜନନୀ ମିଶ୍ର, ଊର୍ମିଳା ବେହେରା, ନୀତା କର, ଶ୍ରୀୟା ଗୁପ୍ତା ଙ୍କୁ ଅନନ୍ୟା ନାରୀ ମେମୋଣ୍ଟୋ, ଉପଢୌକନ ସହ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବାଦିକତା କ୍ଷେତ୍ରର ବିଶିଷ୍ଠତା ପାଇଁ କୁଞ୍ଜ ବିହାରୀ ରାଉତ ଓ ସୁଜ୍ଞାନୀ ରାୟ ଙ୍କୁ ବିଶିଷ୍ଠ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଉକ୍ତ ସନ୍ଧ୍ୟାରେ ରେ ସଙ୍ଗୀତ ଏବଂ ରୋଜା ନୃତ୍ୟାନୁଷ୍ଠାନ ନୃତ୍ୟ ସହ ତିନୋଟି ନୃତ୍ୟ ଓ ନୃତ୍ୟ ନିର୍ଦେଶିକା ସସ୍ମିତା ଜେନା, ବିଉଟିସିଆନ ସୋମେଶ୍ଵରୀ ଙ୍କ ଅଧକ୍ଷତା ରେ ଏକ ଚିତାକର୍ଷକ ଫ୍ୟାସନ ସୋ ର ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରଜ୍ଞା ପରମିତା ଦାସ,ପର୍ଶୁରାମ ମଲ୍ଲିକ, ମଧୁମିତା ପଣ୍ଡା, ମନୀଷା ଜେନା, ରାଜା ଭଗତ, ସରୋଜିନୀ ପତି, ପ୍ରାଞ୍ଜଳୀ ନାଗ, ସୁକାନ୍ତି ପ୍ରଧାନ, ସୁଜାତା ଖଟୁଆ, ମଧୁସ୍ମିତା ମହାନ୍ତି, ବିଷ୍ଣୁ ପ୍ରିୟା ସ୍ଵାଇଁ, ବିପ୍ଳବିନୀ ବ୍ରହ୍ମା, କାର୍ତ୍ତିକ ଖଣ୍ଡୁଆଳ, ପୁର୍ଣ୍ଣିମା ଭଟ୍ଟାଚାର୍ଯ୍ୟ, ଶୁଭଲକ୍ଷ୍ମୀ ପାତ୍ର, ସୁରେଶ ରାଉତରାୟ, ହରେନ୍ଦ୍ର ନାୟକ, ବିଭୁତି ସେଠି, ଅନ୍ତର୍ଯାମୀ ରାଉତ, ତପନ ବେହେରା ଏବଂ କ୍ଷିତିଷ ଜେନା ପ୍ରମୁଖ ସହଯୋଗ କରିଥିଲେ । 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ସମ୍ମାନିତ ହେଲେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ 

Sunil Chandra Nayak

ଡାବୁଗାଁ ବ୍ଲକରେ ୧୭ ଟି ମଡେଲ ବୁଥ 

masiha

ଶିଶୁ ଭାରତୀ ଉଚ୍ଚ ବିଦ୍ୟାଳୟ ରେ ପରିବେଶ ସୁରକ୍ଷା ସଂକଳ୍ପ କର୍ମଶାଳା

Leave a Comment

error: Content is protected !!