ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଣପୁର ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦେବସ୍ନାନ ଯାତ୍ରା

ଗୁଣପୁର ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦେବସ୍ନାନ ଯାତ୍ରା

ଥୁଆମୂଳ ରାମପୁର:୩୦/୦୬ – (ମନିସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ ଭକ୍ତ ଉପସ୍ଥିତ ରହି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ଦର୍ଶନ କରି ଆର୍ଶୀବାଦ ଲାଭ କରିଥିଲେ। ଏହି ଉତ୍ସବ ଜଗନ୍ନାଥ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବା ବେଳେ ଏହା ରଥଯାତ୍ରା ପୂର୍ବରୁ ହିଁ ପାଳିତ ହୋଇଥାଏ।

ରୀତିନୀତି ଅନୁସାରେ ସକାଳୁ ରତ୍ନ ସିଂହାସନରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡିରେ ନେଇ ସ୍ନାନ ମଣ୍ଡପରେ ବିଜେ କରାଇଥିଲେ, ସେବାୟତ ମାନେ। ମୁଖ୍ୟ ସେବକ ଶ୍ରୀକାନ୍ତ ସିଂ ଦେଓ, ସନ୍ତୋଷ ସିଂ, ବ୍ରହ୍ମା ଦୁରିଆ, କ୍ଲାନ୍ତ ଦୁରିଆ ପ୍ରମୁଖ ସେବାୟତଙ୍କ ତତ୍ୱାବଧାନରେ ପଣ୍ଡା ଶ୍ରୀ ରତିକାନ୍ତ ଦ୍ୱାରା ୧୦୮ କଳସ ଜଳରେ ବେଦଧ୍ୱନି ଉଚ୍ଚାରଣରେ ଦେବସ୍ନାନ କରାଯାଇଥିଲା। ସ୍ନାନ ପରେ ମହାପ୍ରଭୁଙ୍କୁ ଗଜାନନ ବେଶରେ ସୁଜଜ୍ଜିତ ହେବା ପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପ୍ରଭୂଙ୍କ ଦେହରେ ଚନ୍ଦନ, କସ୍ତୂରୀ ଆଦି ଲେପନ ସହିତ ବିରାଜମାନ କରାଯାଇଥିବା ପ୍ରଭୂଙ୍କର ଦର୍ଶନ ପାଇବା ପାଇଁ ଭକ୍ତଙ୍କ ଭିଡ଼ ଲାଗିଥିଲା।

ଜଗନ୍ନାଥ ସେବା କମିଟି ଗୁଣପୁର ଏବଂ ସ୍ଥାନୀୟ ସେବାୟତ ମଣ୍ଡଳୀ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ। ବାଲିସରା, ପାନଭଟା, ହାଡଖର୍ଷି, ଗୋକଲମା, ସିଆଲିପଦର, ସାଇସୁରଣୀ ଓ ଆଖପାଖ ଗ୍ରାମର ସେବାୟତ ମାନେ ଉପସ୍ଥିତ ରହି ଯଥାରୀତି ଅନୁଯାୟୀ ସମସ୍ତ ପ୍ରକାରର ସୁବ୍ୟବସ୍ଥା କରିଥିଲେ। ଭକ୍ତ ମାନଙ୍କର ଘଣ୍ଟଘଣ୍ଟା, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନିରେ ପରିବେଶ ଏକ ପ୍ରକାର ଆଧ୍ୟାତ୍ମିକ ଭାବ ଦେଖାଦେଇଥିଲା। ଦେବସ୍ନାନ ପରେ ମହାପ୍ରଭୁଙ୍କୁ ଅଣସର ଗୃହକୁ ପାଛୋଟି ନିଆଯାଇ ଅଣସର ନୀତି ଆରମ୍ଭ କରାଯାଇଥିଲା। ଏହି ଉତ୍ସବ ଧାର୍ମିକ ଚେତନା ଏକ ମାର୍ଗ ଓ ଏହି ପରମ୍ପରା ମହତ୍ତ୍ୱ ଅନେକ ଭାବରେ ପରିଚିତ, ଏହାଛଡା ଦେବସ୍ନାନ ପୂର୍ଣ୍ଣିମାକୁ ମହାପ୍ରଭୁଙ୍କ ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ। ପୁରୀ ଶ୍ରୀକ୍ଷେତ୍ରର ପରମ୍ପରାକୁ ଅନୁସରଣ କରି ଗୁଣପୁରରେ ମଧ୍ୟ ଏହି ନୀତି ପାଳିତ ହୋଇଥାଏ। ଭକ୍ତଙ୍କ ବିଶ୍ୱାସ ଯେ, ଏହି ଦିନ ସ୍ନାନ ମଣ୍ଡପରେ ଦର୍ଶନ କଲେ ସମସ୍ତ ପାପ ମୁକ୍ତି ମିଳେ ଏବଂ ଜୀବନରେ ସୁଖ ଓ ଶାନ୍ତି ମିଳିଥାଏ। ଗୁଣପୁରରେ ଚାରି ବର୍ଷ ଧରି ଏହି ପରମ୍ପରା ଜାରି ରହିଛି। ଏହି ଅବସରରେ ସ୍ଥାନୀୟ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଥୁଆମୂଳ ରାମପୁର ବିଜେଡି ବ୍ଲକ ସଭାପତି କପିଳାସ ନାଏକ, ପୂର୍ବତନ ବ୍ଲକ ଉପାଧ୍ଯକ୍ଷ ଗୋବିନ୍ଦ ପ୍ରଧାନୀ ବିଜେପି ଥୁଆମୂଳ ରାମପୁର ଡ଼ୁମେର ପଦର ମଣ୍ଡଳ ପ୍ରଭାରୀ ସୁଶାନ୍ତ ନାଏକ, ପ୍ରଶାସନ ଓ ପୋଲିସ ବ୍ୟାପକ ସୁରକ୍ଷା ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା ଶାନ୍ତିଶୃଙ୍ଖଳା ଭାବରେ ଶେଷ ହୋଇଥିବା ବେଳେ ଆସନ୍ତା ପବିତ୍ର ରଥଯାତ୍ରା ପାଇଁ ସଜବାଜ ହେଉଥିବା ଜଣାପଡିଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବ୍ଲକସ୍ତରୀୟ କ୍ରୁଷକ ଦିବସ ପାଳିତ, ଯୋଗଦେଲେ ବ୍ଲକ ଅଧ୍ୟକ୍ଷା

Sunil Chandra Nayak

ଆଟିଗାଁ ରେ ଆମ୍ବେଦକର ପ୍ରତିମୂର୍ତ୍ତି ଉନ୍ମୋଚିତ

masiha

ଶ୍ରୀ ନିତାଇ ସଂକୀର୍ତ୍ତନ କଳାକାର ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!