ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଇୱା ଧକ୍କା ରେ ବୁଲାବେପାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ବୁଲାବେପାରୀମାନଙ୍କ ରାସ୍ତାରୋକ

ହାଇୱା ଧକ୍କା ରେ ବୁଲାବେପାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ବୁଲାବେପାରୀମାନଙ୍କ ରାସ୍ତାରୋକ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଧର୍ମଗଡ ବିଅରବାର ନିକଟରେ ହାଇୱା ଧକ୍କା ରେ ଜଣେ ବୁଲାବେପାରୀ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀ ଜଣକ ମଧ୍ୟପ୍ରଦେଶ ରାଜ୍ୟ ରତନଗଡ଼ ଥାନା ଡିକେନ ଗାଁ ର ରାହୁଲ ମେଘୱାଲ।ସେ ଜଣେ ବୁଲାବେପାରୀ ଅଟନ୍ତି। ସୂଚନା ଥାଉ କି ରାହୁଲ ରବିବାର ଭୋର ୫ ଟା ରେ ନିଜ ଏମପି ୪୪ ଏମଏଚ ୦୯୧୮ ନମ୍ବର ବିଶିଷ୍ଟ ବାଇକ ଯୋଗେ ତାଙ୍କ ଭଡ଼ାଘରୁ ବ୍ୟବସାୟ ପାଇଁ ବାହାରିଥିବା ବେଳେ ଓଡି୦୮ ଯେ ୦୭୧୨ ନମ୍ବର ବିଶିଷ୍ଟ ଏକ ବାଲି ବୋଝେଇ ହାଇୱା ଆସି ଦୁର୍ଘଟଣା ଘଟାଇବା ସହ ବାଇକ ଚାଳକକୁ ୨ଶହ ମିଟର ପର୍ଯ୍ୟନ୍ତ ହାଇୱା ଗାଡି ଟି ଘୋଷାଡ଼ି ନେଇଥିଲା। ଗାଡି ମାଲିକ ଧର୍ମଗଡର ହୋଇଥିବା ଜଣାଯାଇଛି। କ୍ଷତିପୂରଣ ଦାବିରେ ରାଜସ୍ଥାନର ବୁଲାବେପାରୀମାନେ ଘଟଣା ସ୍ଥଳରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଜାତୀୟ ସେବା ଯୋଜନା ଆଭିମୁଖ୍ୟ କାର୍ଯ୍ୟକ୍ରମ 

masiha

ଜୁନାଗଡ଼-ନବରଙ୍ଗପୁର ନୂଆ ରେଳଲାଇନ ପ୍ରକଳ୍ପ ଚିଠାରେ ଧର୍ମଗଡ ବାଦ୍ ପଡ଼ିବା ନେଇ ଅସନ୍ତୋଷ

masiha

ପ୍ରଥମ ଏଜୁକେସନ ଫୋୖଣ୍ଡସନ ତରଫ ରୁ ଦଶମ ଶ୍ରେଣୀ ଛାତ୍ରୀ ଙ୍କୁ ସାଟିଫିକେଟ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!