ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ନୂତନ ଉଦ୍ୟୋଗ କର୍ମଶାଳା

ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ନୂତନ ଉଦ୍ୟୋଗ କର୍ମଶାଳା

ଧର୍ମଗଡ଼: ଆଜି ଧର୍ମଗଡ ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାଳୟରେ ଓଡ଼ିଶା ସରକାର ଙ୍କ ଉଚ୍ଚ ବିଭାଗ ତରଫରୁ ଷ୍ଟାର୍ଟ ଉପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୌନ୍ଦର୍ଯ୍ୟ ପ୍ରସାଧନ ଉଦ୍ୟୋଗ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହେଇଥିଲା ।ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ରୋଶାଲି ବିୟୁଟି ପାର୍ଲର ପ୍ରତିଷ୍ଠାତା ଶ୍ରୀମତୀ ନିହାରିକା ବାଗ ଉପସ୍ଥିତ ହୋଇ ନିଜ ଗୋଡ ରେ ନିଜେ ଠିଆ ହେଲେ ମୁଁହ ଉଠାଇ ସମାଜରେ ଚାଲି ହୁଏ ବୋଲି ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ।ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ମୂର୍ତ୍ତି ମଞ୍ଜରୀ ପଣ୍ଡା ମଧ୍ୟ ନିଶ୍ଚିତ ଭାବେ ଇଏ ସରକାରଙ୍କ ଏକ ଉତ୍ତମ ପଦକ୍ଷେପ ବୋଲି ଶ୍ରୀମତୀ ପଣ୍ଡା ମତବ୍ୟକ୍ତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଓଡ଼ିଆ ବିଭାଗ ମୁଖ୍ୟ ଶ୍ରୀମତୀ ଜୟନ୍ତୀ କୁମାରୀ ମୁଦୁଲି,ଇଂରାଜୀ ବିଭାଗ ମୁଖ୍ୟ ସରୋଜ କୁମାର ମେହେର , ଶିକ୍ଷା ବିଭାଗର ମୁଖ୍ୟ ଶ୍ରୀମତୀ ସୁଜାତା ମହାନ୍ତି , ଗୃହ ବିଜ୍ଞାନ ର ଅଧ୍ୟାପିକା କୁମାରୀ ଅର୍ଚ୍ଚନା ଗୁଛି, ଇତିହାସ ବିଭାଗ ର ମୁଖ୍ୟ ଶ୍ରୀମତୀ ପଦ୍ମାଳୟା ଦଣ୍ଡସେନା ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।ଅଧ୍ୟାପିକା ,ଝରଣା ପଧାନୀ,ସନ୍ଧ୍ୟା ବାରିକ, କୁମୁଦିନୀ ନାଏକ , ଲୁସି ଗଉଡ ଏଥିରେ ମହାବିଦ୍ୟାଳୟ ର ଶତାଧିକ ଛାତ୍ରୀ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଟିକୁ ସଞ୍ଚାଳନ କରିଥିଲେ ଓଡ଼ିଆ ଅଧ୍ୟାପକ ଜୟଦ୍ରଥ ସୁନା

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପଶ୍ଚିମ ଓଡ଼ିଶାରୁ ଉତ୍ତର ଓଡ଼ିଶାକୁ ରେଳ ଚଳାଚଳ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ପାଖରେ ଦାବି

masiha

ଡି.ଆଇ.ଇ.ଟି ଢେଙ୍କାନାଳରେ ଜାତୀୟ ଅନ୍ତରିକ୍ଷ ଦିବସ ଓ ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା -୨୦୨୫ ଅନୁଷ୍ଠିତ 

Sunil Chandra Nayak

ଜଙ୍ଗଲ ସୁରକ୍ଷା କୁ ନେଇ ବନ କର୍ମଚାରୀ ଓ ଗ୍ରାମବାସୀ ଙ୍କ ଵୈଠକ

Sunil Chandra Nayak

Leave a Comment

error: Content is protected !!