ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେକାର ଯୁବକଙ୍କ ନିଯୁକ୍ତି ନେଇ ଗୋପାଳପୁର ପୋର୍ଟ ଫାଟକରେ ଗଣଧାରଣା 

ବେକାର ଯୁବକଙ୍କ ନିଯୁକ୍ତି ନେଇ ଗୋପାଳପୁର ପୋର୍ଟ ଫାଟକରେ ଗଣଧାରଣା

ଛତ୍ରପୁର,ତା ୩୦/୦୩ ସ୍ଥାନୀୟ ନିଯୁକ୍ତିକୁ ନେଇ ପୁଣି ଆର୍ଜିପଲ୍ଲି ପଞ୍ଚାୟତ ସରଗରମ ହୋଇପଡିଛି । ସୋମବାର ସକାଳ ଦୀର୍ଘ ସମୟ ଧରି ପୋର୍ଟ ମୂଖ୍ଯ ଫାଟକ ସମ୍ମୁଖରେ ଡକ ୱାର୍କସ ୟୁନିୟନ ପକ୍ଷରୁ ଗଣଧାରଣ ଦିଆଯାଇଥିଲା । ଯାହା ଫଳରେ ବହୁ ସମୟ ଧରି ପୋର୍ଟ କାର୍ଯ୍ୟ ଅଚଳ ହୋଇପଡ଼ିବା ସହ ଯାତାୟତ ବନ୍ଦ ରହିଥିଲା । ଗତ ସପ୍ତାହ ତଳେ ବେକାର ଯୁବକଯୁବତୀଙ୍କ ନିଯୁକ୍ତିକୁ ନେଇ ଗୋପାଳପୁର ପୋର୍ଟ ମ୍ଯାନେଜମେଣ୍ଟକୁ ୟୁନିଅନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ଯେ ପୋର୍ଟ ମ୍ଯାନେଜମେଣ୍ଟ ନିଯୁକ୍ତିକୁ ନେଇ କିଛି ନିଷ୍ପତ୍ତି ନ ନିଅନ୍ତି ତେବେ ମୂଖ୍ଯ ଫାଟକରେ ଧାରଣ ଦିଆଯିବ । ସେହି ପରିପ୍ରେକ୍ଷିରେ ସୋମବାର ସକାଳ ୦୭ ଘଣ୍ଟ ସମୟରେ ଫାଟକ ସମ୍ମୁଖରେ ୟୁନିୟନ କର୍ମକର୍ତ୍ତାଙ୍କ ପକ୍ଷରୁ ଧାରଣ ଦିଆଯାଇଥିଲା । ଯାହାଫଳରେ ପୋର୍ଟ ମ୍ଯାନେଜମେଣ୍ଟ ପକ୍ଷରୁ ଆଲୋଚନା ନିମନ୍ତେ ଡକାଯାଇ ସେମାନଙ୍କ ସହ ଆଲୋଚନାରେ ବସିଥିଲେ । ଏବଂ ଦୀର୍ଘ ସମୟ ଆଲୋଚନା ପରେ ମ୍ଯାନେଜମେଣ୍ଟ ପକ୍ଷରୁ ଲିଖିତ ପ୍ରତିଶୃତି ମିଳିବା ପରେ ଧାରଣାରୁ ୟୁନିୟନ ପ୍ରତିନିଧିମାନେ ଓହରି ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଗୋପାଳପୁର ପୋର୍ଟ ଡକ୍ ୱାର୍କସ ୟୁନିଅନ ର ସଭାପତି ଏସ୍ . କ୍ରିଷ୍ଣା,ଉପସଭାପତି ବିମଳ କୁମାର ପଣ୍ଡା , ପୂର୍ବତନ ସଭାପତି ଜି.ଏରେୟା, ସାଧାରଣ ସଂପାଦକ ଇ.ଚିନେୟା,ସହ ସଂପାଦକ ଏସ୍.ସତ୍ଯା, ଆଇ.ଏନ୍.ଟି. ୟୁ .ସି ଶ୍ରମିକ ନେତା ଇଜୁ ଆମିନ ଖାନ, ଏନ୍. ଶ୍ଯାମା,କୋଷାଧ୍ୟକ୍ଷ ଏସ୍.ବାଲରାଜୁ,ଏନ୍ ବଳରାମ,ଡବ୍ଲୁ. କାଳିଆ, ଏମ.ମାଧବ,ଏରେୟା ସାହୁ, ଯୁବନେତା ଆର. ଗୋବିନ୍ଦା, ସରପଞ୍ଚ ତ୍ରିଲୋଚନ ବେହେରା,ପୂର୍ବତନ ସମିତି ସଭ୍ଯ ଭିମସେନ, ଏମ୍ ଗୁମାଲି, ଡବ୍ଲୁ . କେଦାର, ଆର. ରାମବାବୁ, ଇ. ରାମେୟା ପ୍ରମୁଖ ଉପସ୍ଥିତ ରହି ଧାରଣରେ ଯୋଗଦେଇଥିଲେ ।

Related posts

ଢଉଗାଁ ରେ ବିଶ୍ୱଶାନ୍ତି ମହାଯଜ୍ଞ 

ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲର ବୃକ୍ଷରୋପଣ କାର୍ଯ୍ୟକ୍ରମ

masiha

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ” ସ୍ବଛତା ଅଭିଯାନ” 

Sunil Chandra Nayak

Leave a Comment

error: Content is protected !!