ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୂର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ବିଧାୟକ ପ୍ରତିନିଧି

ଦୂର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ବିଧାୟକ ପ୍ରତିନିଧି

ବେଲଗୁଣ୍ଠା, ୩୦/୦୩,ଗତ କିଛିଦିନ ତଳେ ବେଲଗୁଣ୍ଠା ପାନ କିଆରି ନିକଟରେ ଏକ ମୋଟରସାଇକେଲ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବେଲଗୁଣ୍ଠା ଗୋପୀନାଥ ସାହି ଛକରେ ରହୁଥିବା ମଙ୍ଗୁଳୁ ସ୍ୱାଇଁ ପ୍ରଥମେ ବ୍ରହ୍ମପୁର ଓ ପରେ ଭୂବନେଶ୍ଵର ମେଡ଼ିକାଲ୍ ରେ ଚିକିତ୍ସିତ ହେଉଥିଲେ I ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା ପରେ ମଙ୍ଗୁଳୁ ଘରକୁ ଫେରିଥିଲେ I ଖବର ପାଇ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ମଙ୍ଗୁଳୁଙ୍କ ଘରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ I ଶ୍ରୀ ନାୟକଙ୍କ ସହିତ ବେଲଗୁଣ୍ଠା ସାଂସଦ ପ୍ରତିନିଧି ତଥା ବିଜେପି ମଣ୍ଡଳ ସଭାପତି ନାରାୟଣ ସାହୁ, ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରୀପାଠି, ବେଲଗୁଣ୍ଠା ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଶଙ୍କର ପାତ୍ର, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଯୁବ ବିଜେପି ନେତା ଆଲୋକ ସାହାଣି, ଯୁବ ସଂଗଠକ ମନୋଜ ଦଳେଇ, ସାମ୍ବାଦିକ ଶିବରାମ ଚୌଧୂରୀ, ତନରଡା ମଣ୍ଡଳ ଯୁବ ସଭାପତି ମନ୍ମୟ ଖଟେଇ, ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ଚନ୍ଦ୍ର ସାହୁ, ଯୁବ ସ୍ଵେଚ୍ଛାସେବୀ ରଞ୍ଜିତ୍ ଗୌଡ଼ ଓ ଟୁକୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ I

Related posts

ଡାବୁଗାଁ ରେ ମାଟ୍ରିକ ପରୀକ୍ଷା ଆରମ୍ଭ 

Sunil Chandra Nayak

ଗଞ୍ଜାମ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ  ,ଗ୍ରାମାଞ୍ଚଳ ଜଳ ସେଚନ ଓ ଅନ୍ୟାନ୍ୟ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱାରୋପ 

୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଭୋପାଳ ଯାତ୍ରା କରିଥିବା ଯୁବକ ଯୁବତୀ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!