ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱଛତା ସଚେତନତା ରେଲି

ଜୁନାଗଡ଼ରେ ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱଛତା ସଚେତନତା ରେଲି

ଜୁନାଗଡ଼,୩୦/୩(ମନୀସ ) ତାଲୁକ ଆଇନ ସେବା ପ୍ରାଧିକରଣ, ଜୁନାଗଡ଼, କଳାହାଣ୍ଡି ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱଛତା ସମ୍ବନ୍ଧୀୟ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ତାଲୁକ ଆଇନ ସେବା ପ୍ରାଧିକରଣ ଅଧକ୍ଷ୍ୟା ତଥା ଜୁନାଗଡ଼ ସିଭିଲ ଜଜ (ଜୁନିଅର ଡିଭିଜନ) ଦିପେନ୍ଦ୍ର ସିଂହ ରାଠୋରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

ଏହି ସଚେତନତା ସଭା ଓ ରେଲିରେ ଜୁନାଗଡ଼ ଓକିଲ ସଂଘ ସଭାପତି ହିମାଂଶୁ ଶେଖର ବରାଡ଼, ଉପ-ସଭାପତି ଦିପେନ ସାହୁ, ସମ୍ପାଦକ ରମେଶ ନାୟକ, ବରିଷ୍ଠ ଓକିଲ ଅଶୋକ ପାତ୍ର ଓ ମିଳାପଚନ୍ଦ ଜୈନ ସହ ସରକାରୀ ଓକିଲ ଟଙ୍କଧର ନାଏକ, ଜୁଲିରାଣୀ ନାୟକ, କାଳିନ୍ଦୀ ପାଣିଗ୍ରାହୀ ଉପସ୍ଥିତ ଥିଲେ। ପୂର୍ବତନ ଏ.ପି.ପି. ଦିଗାମ୍ବର ନାଏକ, ବିଶ୍ୱନାଥ କର ଓ ଧନେଶ୍ୱର ନାଏକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଭାଗୀ ହୋଇଥିଲେ।

ଏହାସହ କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପଟ୍ଟନାୟକ ଓ ତାଙ୍କ ସହକର୍ମୀମାନେ, ସାଇ ସେବା ସମିତି, ଜୁନାଗଡ଼ର ପକ୍ଷରୁ ରାଜକିଶୋର ସାହୁ ଓ ସହକର୍ମୀ, ଜଙ୍ଗଲ ବିଭାଗର ରେଞ୍ଜର ସିମାଞ୍ଚଳ ମିଶ୍ର ଓ ଷ୍ଟାଫ, ପୋଲିସ ବିଭାଗର ଆଇ.ଆଇ.ସି. ଶେଷଦେବ ବେହେରା, ଏ.ଏସ.ଆଇ. ସ୍ମିତା ମାଝୀ ଓ ଷ୍ଟାଫ, କୁବେର ସମାଜ ସଭାପତି ଉଦ୍ଧବ ସାହୁ, ସାମ୍ବାଦିକ ସଂଘ ଜୁନାଗଡ଼ ସଭାପତି ସନ୍ତୋଷ ସିଂହ ଦେଓ, ସାମ୍ବାଦିକ ନରେନ୍ଦ୍ର କ୍ଷିତି, ଜୁନାଗଡ଼ ଏନ.ଏ.ସି. ପକ୍ଷରୁ କନ୍ଦର୍ପ ଗୁରୁ ସହ ଷ୍ଟାଫ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଜୁନାଗଡ଼ ମାଁ ଲଙ୍କେଶ୍ୱରୀ ମନ୍ଦିର ପରିସରରୁ ଏହି ରେଲି ଆରମ୍ଭ ହୋଇ ନୂଆ ବସଷ୍ଟାଣ୍ଡ ଓ ଡାକ୍ତରଖାନା ମାର୍ଗରେ ସହର ପରିକ୍ରମା କରି ଶେଷରେ ଜୁନାଗଡ଼ ଏନ.ଏ.ସି. କାର୍ଯ୍ୟାଳୟରେ ସମାପ୍ତ ହୋଇଥିଲା। ରେଲି ମାଧ୍ୟମରେ ସାଧାରଣ ଲୋକଙ୍କୁ ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱଛତାର ଗୁରୁତ୍ୱ ସମ୍ପର୍କରେ ସଚେତନତା କରାଯାଇଥିଲା l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବନ୍ଧମୁଣ୍ଡା ରେ “ହର ଘର ଜଳ, ଘର-ଘର ନଳ” ଯୋଜନାର ଆରମ୍ଭ , ପାଣି ସମସ୍ୟା ସମାଧାନ ପାଇଁ ବଡ଼ ପଦକ୍ଷେପ

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୪୦ତମ ବାର୍ଷିକ ସମାବେଶ

masiha

ଜୁନାଗଡ ବ୍ଲକ ଓ ଏନ୍ ଏ ସି ସ୍ତରୀୟ କଳାହାଣ୍ଡି ଉତ୍ସବ ଶେଷ ସନ୍ଧ୍ୟା, ଅସୀମା ପଣ୍ଡା ଙ୍କ ସଂକୃତିକ କାର୍ଯ୍ୟକ୍ରମ ରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଝୁମିଲେ ଦର୍ଶକ

Sunil Chandra Nayak

Leave a Comment

error: Content is protected !!