ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଭୁବନେଶ୍ୱର,(ଲିପିକା ରାଣୀ ରାଉତ),ତା.୩୦.୦୩.୨୦୨୬-ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଶିଶୁପାଳ ଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜିର ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଖୋରଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମିଳିତ ଜଣାଶୁଣାଣିରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

 ଆଜି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଉପରେ ଶୁଣାଣି କରାଯାଇଛି । ଏଥମଧ୍ୟରୁ ୬ଟି ଅଭିଯୋଗ ଗ୍ରାମ ସମ୍ବନ୍ଧୀୟ ରହିଥିଲା ବେଳେ ଉକ୍ତ ଅଭିଯୋଗ ଗୁଡିକ ମଧ୍ୟରୁ ୬ ଗୋଟି ଅଭିଯୋଗକୁ ତତ୍କାଳ ସମାଧାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜଣଙ୍କୁ ୧୦ ହଜାର ଟଙ୍କା ଏବଂ ଅନ୍ୟ ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୮ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏତଦବ୍ୟତୀତ ସମସ୍ତ ଅଭିଯୋଗ ଗୁଡିକୁ ବିଚାରକୁ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ମାନଙ୍କୁ ସେବା ଯୋଗାଇ ଦେବା ଉପରେ ଅଧିକାରୀ ମାନେ ଗୁରୁତ୍ୱାରୋପ କରିଥିଲେ ।

ଆଜିର ମିଳିତ ଜନଶୁଣାଣି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ତହସିଲଦାର ଶ୍ରୀ ମୃତ୍ୟୁଞ୍ଜୟ ତ୍ରିପାଠୀ, ବିଡ଼ିଓ ଶ୍ରୀ ଦେବୀପ୍ରସାଦ ମହାନ୍ତି, ଜିଲ୍ଲା ସାଧାରଣ ଅଭିଯୋଗ ଆସିଷ୍ଟାଣ୍ଟ କଲେକ୍ଟର ଭୁବନେଶ୍ୱରୀ କହଁର, ଅନ୍ୟ ବରିଷ୍ଠ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ପ୍ରଥମାଷ୍ଟମୀ ରେ ପ୍ରଭୁ ଦଧିବାମନ ହେଲେ ପୋଢୁଆଁ 

Sunil Chandra Nayak

ବ୍ଲକ ସ୍ତରରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୩୯ ଟି ଅଭିଯୋଗର ଶୁଣାଣି

Sunil Chandra Nayak

ଲୋକଙ୍କ ଭୁଲ ଯୋଗୁଁ ବିଦ୍ୟୁତ୍ ବିଭାଗ ନାକେଦମ୍ : ୬ ଘଣ୍ଟା ହେଲା ବିଶ୍ବନାଥପୁର ଅଞ୍ଚଳରେ ବିଜୁଳି ଗୁଲ୍

Leave a Comment

error: Content is protected !!