ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାରୀ ସମ୍ମାନ ଆଜି ଓ ସବୁଦିନ ଆଲୋଚନାଚକ୍ର ଅନୁଷ୍ଠିତ

ନାରୀ ସମ୍ମାନ ଆଜି ଓ ସବୁଦିନ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ସ୍ବତନ୍ତ୍ର ମାସିକ ସାହିତ୍ୟ ଆସରରେ ନାରୀ ସମ୍ମାନ ଆଜି ଓ ସବୁଦିନ ଆଲୋଚନାଚକ୍ର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାଂସ୍କୃତିକ ସମ୍ପାଦିକା କବିତା ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ମହାପାତ୍ର ସ୍ବାଗତ ଭାଷଣ ରଖିଥିବାବେଳେ ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରେ ଉଦିତ ନଗର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ଗାୟତ୍ରୀ ସେଠୀ ଙ୍କ ପୈ।ରହିତ୍ୟ ରେ ସମ୍ମାନିତ ବକ୍ତା ଭାବେ ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ଯୋଗଦେଇ ରାଷ୍ଟ୍ରଗଠନରେ ନାରୀର ଭୂମିକା, ଗାଳ୍ପିକା ମୋନାଲିସା ମିଶ୍ର ପରିବାର ଓ ପେଶା ମଧ୍ୟରେ ସନ୍ତୁଳନ, ଡାକ୍ତର ଗୀତାଞ୍ଜଳି ପତ୍ରୀ ନାରୀ ସ୍ବାସ୍ଥ୍ୟ ଓ ସୁସ୍ଥତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପୈ।ରହିତ୍ୟ ତଥା ବକ୍ତା ମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ ନାରୀ ପାଖରେ ସହନଶୀଳତା,କ୍ଷମା, ମେଧା ଶକ୍ତି ଅଛି। ମାତୃତ୍ଵବୋଧ ରାଷ୍ଟ୍ର ଗଠନରେ ସହାୟକ ହୋଇଥାଏ। ନାରୀ ସବୁବେଳେ ମାନବିକତା ଚାହେଁ। ସେ କନ୍ୟା -ଝିଅ,ପ୍ରେମିକା – ପ୍ରେରଣା, ମହିଳା – ଶକ୍ତି, ଶକ୍ତି – ମା ତଥା ନାରୀ ହେଉଛି ଅତି ମାନବୀ ବୋଲି ମତ ରଖିବା ସହ ଶିକ୍ଷା ଓ ସ୍ବଚ୍ଛତା ପରସ୍ପର ପରିପୂରକ କହିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ ଯୋଗଦେଇ ସୁମଧୁର ସଂଗୀତ ଗାନ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସବିତା ପରିଡ଼ା ଓ ଗୀତାଞ୍ଜଳି ମହାରଣାଙ୍କ ସଂଯୋଜନାରେ ସର୍ବଶ୍ରୀ ମୀନକେତନ ପଶାୟତ, କୁଞ୍ଜବିହାରୀ ରାଉତ, ସ୍ବପ୍ନା ମହାନ୍ତି, ଗାୟତ୍ରୀ ସେଠୀ,ନିକୁଞ୍ଜ ବିହାରୀ ଦାଶ,ଅଜୟ ମହାନ୍ତି, କିଶୋରୀ ମୋହନ କର, ବ୍ରହ୍ମାନନ୍ଦ ପାଢ଼ୀ, ଅଶୋକ କୁମାର ପଟ୍ଟନାୟକ, ବଳରାମ ଦାସ, ସବିତା ପରିଡା ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ପ୍ରିୟା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭୁଦତ୍ତ ବେହେରା, ସୁପ୍ରିୟା ଜେନା,ସୈ।ଦାମିନୀ ମିଶ୍ର, କରୁଣାକର ପାଟ୍ଟଶାଣୀ, ରାଜଲକ୍ଷ୍ମୀ ସେନାପତି, ବ୍ରଜେନ୍ଦ୍ର ଦାଶ, ପ୍ରଭାସିନୀ ସାହୁ,ରୀନା ପାଢ଼ୀ, ରମେଶ ସାହୁ, କମ୍ୟୁନିଷ୍ଟ ଗୈ।ଡ଼, ପ୍ରକାଶ ପାଢ଼ୀ, କୁଳମଣି ଦାସ, ଶ୍ରୀକାନ୍ତ ପାଣିଗ୍ରାହୀ, ଶରତ ଚନ୍ଦ୍ର ରାଉତ, ରବିନ୍ଦ୍ର ଠାକୁର, ସ୍ନେହଲତା ପଟ୍ଟନାୟକ, ଦିପ୍ତୀଲତା ବେହେରା,ପୁତୁଲ ଡୋଗ୍ରା, ରାଧାମୋହନ ନାୟକ, ଗଦାଧର ରଥ, ବସନ୍ତ କୁମାର ମହାରଣା, ସୂର୍ଯ୍ୟନାରାୟଣ ପଣ୍ଡା, ବିଜୟ କୁମାର ବରାଳ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଇନପୁଟ୍ ସହାୟତା ଲାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ  “ଚାଷୀ କ୍ୱିଣ୍ଟାଲ ପ୍ରତି ଟ.୩୧୦୦/-ଙ୍କା ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ପାଇବେ” 

masiha

ଗୋଳାମୁଣ୍ଡା ଓ କେଗାଁରେ ଚାଲିଛି ଯାନବାହାନ ର କଡ଼ା କଡ଼ି ଚେକିଙ୍ଗ

Sunil Chandra Nayak

ରାଷ୍ଟ୍ରିୟ ରକ୍ତଶିକୁଳି ଜନିତ ରକ୍ତହୀନତା ନିରାକରଣ ଅଭିଯାନ ଅନୁଷ୍ଠିତ

Leave a Comment

error: Content is protected !!