ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଞ୍ଚର ବସନ୍ତ କାବ୍ୟସଂଧ୍ୟା ଓ ଆଲୋଚନାଚକ୍ର

ଓଡ଼ିଆ ଭାଷା ବିକାଶ ମଞ୍ଚର ବସନ୍ତ କାବ୍ୟସଂଧ୍ୟା ଓ ଆଲୋଚନାଚକ୍ର 

ରାଉରକେଲା : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ପରିସରରେ ମଞ୍ଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ବସନ୍ତ କାବ୍ୟ ସଂଧ୍ୟା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଆଲୋଚକ ରୂପେ ମାର୍କସୀୟ ଚେତନାର ବ୍ୟାଖ୍ୟାକାର ବିଷ୍ଣୁ ମହାନ୍ତି “ଭୂରାଜନୈତିକ ଚିତ୍ରପଟରେ ଯୁଦ୍ଧ” ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ରଖି ବିଶ୍ବଯୁଦ୍ଧର ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ ଯୁଦ୍ଧର ବିବରଣୀ ପ୍ରଦାନ କରି ପୁଞ୍ଜିବାଦୀ ଚେତନା, କ୍ଷମତା,ଲୋଭ ଓ ପ୍ରତିପତ୍ତି ପାଇଁ ଅହଂକାରର ରେ ରେକାର ଶବ୍ଦରେ ସାମ୍ରାଜ୍ୟବାଦୀ ଶକ୍ତିମାନେ ପୃଥିବୀକୁ କିପରି ରକ୍ତରେ ଲହୁଲୁହାଣ କରୁଛନ୍ତି,ତା’ର ବିଶଦ ବ୍ୟାଖ୍ୟା କରିଥିଲେ। ଆବାହକ ଶ୍ରୀ ମହାପାତ୍ର ପ୍ରାରମ୍ଭିକ ଅଭିଭାଷଣରେ ସାମ୍ପ୍ରତିକ ଯୁଦ୍ଧର ବିଭୀଷିକା ସମଗ୍ର ବିଶ୍ୱର ଅର୍ଥନୈତିକ ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ କିପରି ବିପର୍ଯ୍ୟସ୍ତ କରିଦେଇଛି ଏବଂ ଦେଶମାନଙ୍କ ଉପରେ ପ୍ରଭୁତ୍ବ ବିସ୍ତାର ପାଇଁ ପୁଞ୍ଜିବାଦୀ ଶକ୍ତି ଗଣତନ୍ତ୍ରର ଧ୍ବଜା ଉଡେ଼େଇ ନିରଙ୍କୁଶ ଏକଛତ୍ରବାଦର ପନ୍‍ଝା ଭିତରେ ସମଗ୍ର ବିଶ୍ୱକୁ ନିଜ ଅକ୍ତିଆରରେ ରଖି ଶୋଷଣ ଓ ବିସ୍ତାରବାଦୀ ନୀତିକୁ ଆପଣେଇ ଧ୍ବଂସର ରାଗିଣୀ ତୋଳୁଛି , ତାହା ଉପରେ ତାଙ୍କର ଆଲୋଚନାକୁ ରଖି ବିଶ୍ୱର ଦୟନୀୟ ଅବସ୍ଥାକୁ କେବଳ ମାର୍କସୀୟ ସାମ୍ୟବାଦୀ ଚେତନା ହିଁ ଉଚିତ୍ ମାର୍ଗ ପ୍ରଦର୍ଶନ କରିପାରିବ ବୋଲି କହିଥିଲେ ।ସଭାପତି ଶ୍ରୀ ପତି ଆଲୋଚନା ନିର୍ଯ୍ୟାସକୁ ଉପସ୍ଥାପନ କରି ଆଜିର ଯୁଦ୍ଧ ଧ୍ବଂସର ସାହାନାଇ ବଜାଇବା ପାଇଁ ଅଭିପ୍ରେତ ନହୋଇ ଶାନ୍ତି, ପ୍ରଗତି, ନିପୀଡିତର ଉନ୍ନତି ଓ ଶୋଷଣର ଅବସାନ ପାଇଁ ଅଭିପ୍ରେତ ହେଉ ବୋଲି ମନ୍ତବ୍ୟ ପ୍ରଦାନ କରି ପଞ୍ଚମ ଶତାବ୍ଦୀରୁ ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତ କାବ୍ୟକାରମାନେ ସଂସ୍କୃତ , ଓଡ଼ିଆ, ହିନ୍ଦୀ, ଏବଂ ବଙ୍ଗଳା ଭାଷାରେ ବସନ୍ତ ଋତୁର ଯେଉଁ ପ୍ରାଣପ୍ରାଚୁର୍ଯ୍ୟପୂର୍ଣ୍ଣ ବର୍ଣ୍ଣନା କରିଥିଲେ , ଉଦାହରଣ ମାଧ୍ୟମରେ ଉପସ୍ଥାପନ କରିଥିଲେ । ଇସ୍ପାତ ଦୀପିକା ଶିକ୍ଷାସଦନର ପ୍ରଧାନଶିକ୍ଷୟିତ୍ରୀ ସୁଚିତ୍ରା ଲେଙ୍କାଙ୍କ ସଂଯୋଜନାରେ ସର୍ବଶ୍ରୀ ଡକ୍ଟର କୃପାସିନ୍ଧୁ ନାୟକ, ଅକ୍ଷୟ କୁମାର ସାମଲ, ବ୍ରଜେନ୍ଦ୍ର ଦାଶ,ପରେଶ ବିଶ୍ବାଳ, ପ୍ରତାପ କୁମାର ପଣ୍ଡା, ଅଶୋକ କୁମାର ପଟ୍ଟନାୟକ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, କାଶୀନାଥ ପାତ୍ର, ଧୋବେଇ ବେହେରା, ଅଙ୍ଗୁରବାଳା ପରିଡ଼ା, ବଳରାମ ରାଉଳ, ମୀନକେତନ ପଶାୟତ, ଗୀତାରାଣୀ ବେହେରା, ଅର୍ଚ୍ଚନା ପାତ୍ର, ସବିତା ବସ୍ତିଆ, ପୁଷ୍ପାରାଣୀ ପଟେଲ ପ୍ରମୁଖ “ ଯୁଦ୍ଧୋତ୍ତର ପୃଥିବୀରେ ମାନବୀୟ ପ୍ରାସ” ସମ୍ବନ୍ଧୀୟ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ସାରସ୍ଵତ ସଂନ୍ଧ୍ୟାରେ ବାସୁଦେବ ସାହୁ, ଜଗନ୍ନାଥ ରାଉତ , ଡା ବସନ୍ତ କୁମାର ଦାସ,ଶ୍ରୀମନ୍ତ ବେହେରା, ରାଧାକାନ୍ତ ମିଶ୍ର,ଗଗନ ବିହାରୀ ଧଳ, ତ୍ରିନାଥ ସିଂହ,ବସନ୍ତ କୁମାର ନାୟକ, ପ୍ରଶାନ୍ତ ଦାସ, ଗଙ୍ଗାଧର ପୁହାଣ ପ୍ରମୁଖ ଯୋଗଦେଇ କାବ୍ୟସଂଧ୍ୟାକୁ ସାଫଲ୍ୟମଣ୍ଡିତ କରିଥିଲେ । ଶେଷରେ କବି ପ୍ରତାପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ବ୍ଳକ ସ୍ତରୀୟ ବିକାଶଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମ ର ପ୍ରଥମ ଦିନର ଜାତି ଓ ଜନଜାତି ସମ୍ବାଦ କାର୍ଯ୍ଯକ୍ରମ

Sunil Chandra Nayak

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲାର କାର୍ଯ୍ୟକାରିଣୀ ବୈଠକ 

Sunil Chandra Nayak

କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ 

masiha

Leave a Comment

error: Content is protected !!