ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ବାସୁଳୀ ୟୁଥ କ୍ଲବ ନୟାଗଡ ତରଫରୁ ପ୍ରଥମ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ ସଫଳ ଉଦଜାପିତ ହୋଇଯାଇଛି

ମା ବାସୁଳୀ ୟୁଥ କ୍ଲବ ନୟାଗଡ ତରଫରୁ ପ୍ରଥମ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ ସଫଳ ଉଦଜାପିତ ହୋଇଯାଇଛି

କେନ୍ଦୁଝର ତା30/03/26(ରବିନ୍ଦ୍ର ଖମଣିଆ)କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନୟାଗଡ଼ ଗ୍ରାମପଞ୍ଚାୟତର 29/03/26 ରିଖ ରବିବାର ଦିନ ମା ବାସୁଳୀ ୟୁଥ୍ କ୍ଳବ୍ ନୟାଗଡ଼ ଦ୍ବାରା ଆୟୋଜିତ ପ୍ରଥମ ବାର୍ଷିକ କ୍ରିକେଟ ପ୍ରମିୟର ଲିଗ୍ ୨୦୨୬ ର ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗୁମୁରା ମଣ୍ଡଳର ସଭାପତି ଶ୍ରୀଯୁକ୍ତ ବୣନ୍ଦାବନ ମହାନ୍ତ ମହୋଦୟ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସୁରେଶ କୁମାର କାଣ୍ଡି, ଗୁମୁରା ମଣ୍ଡଳ ସମ୍ପାଦକ ଶ୍ରୀଯୁକ୍ତ ସୂରେଶ ବାରିକ , ଶ୍ରୀଯୁକ୍ତ ଗୁଣନିଧି ଗିରି , ମଣ୍ଡଳର ଉପ ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାନ୍ତ ମହୋଦୟ, ମଣ୍ଡଳର ଓଵିସି ମୋର୍ଚ୍ଚା ସଭାପତି ଶ୍ରୀ ନେତ୍ରାନନ୍ଦ ମହାନ୍ତ , ନାରଦପୁର ଶକ୍ତିକେନ୍ଦ୍ର ପ୍ରମୁଖ ଶ୍ରୀଯୁକ୍ତ ବାସୁଦେବ ବାରିକ , ମଣ୍ଡଳର ଚର୍ଚ୍ଚିତ ଚେହେରା ତଥା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଗଗନ କୁମାର ନାଏକ,ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ନାଏକ,16 ନମ୍ବର ଜୋନ ର ପୂର୍ବତନ ଜିଲ୍ଲା ପରିସଦ ଶ୍ରୀଯୁକ୍ତ ବାବୁରାମ ନାଏକ ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ,ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ସ୍ଥାନୀୟ ଯୁବକ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା, ଏହି ଖେଳରେ ପ୍ରଥମ ବିଜେତା ଚାମ୍ପିୟନ ଟିମ କଲଣ୍ଡା 20, 000 ହଜାର ଟଙ୍କା ସହିତ ଟ୍ରୋଫି ପାଇଥିବା ବେଳେ ଦିତୀୟ ବିଜେତା ରୋନର୍ସ ଅଫ୍ ଟିମ ଜୁରୁଡି 15,000 ହଜାର ଟଙ୍କା ସହ ଆକର୍ଷଣୀୟ ଟ୍ରୋଫି ପ୍ରଦାନ କରାଯାଇଥିଲା, ଫାଇନାଲ ଖେଳରେ ପାଖାପାଖି ଦୁଇ ହଜାର ରୁ ଉର୍ଦ୍ଧ ଖେଳପ୍ରେମୀ ଖେଳର ଆନନ୍ଦ ଉଠାଇଥିଲେ,ଖେଳର ଧାରା ବିବରଣୀ ପରମେଶ୍ୱର ପାତ୍ର ଓ ରଞ୍ଜିତ ନାଏକ ଦେଇଥିବା ବେଳେ ସଂଧ୍ୟାରେ ଚାମ୍ପିୟନ ଓ ରୋନର୍ସ ଟିମ କୁ ଅଥିତି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା, ଶେଷରେ ଭାସ୍ୟକାର ପରମେଶ୍ୱର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ପରି ସମାପ୍ତି କରିଥିଲେ,।

Related posts

ସୁବର୍ଣ୍ଣ ରେଖା ହାଇସ୍କୁଲ ରେ ବାର୍ଷିକୀ କ୍ରୀଡା ଉତ୍ସବ ଉଦଘାଟନ

masiha

ପ୍ରଥମ ପ୍ରଶାନ୍ତ ସିଂହ ସ୍ମାରକୀ ୧୪ ବର୍ଷ ରୁ କମ୍ ଗ୍ରାସରୁଟ ଚମ୍ପିୟାନ ଫୁଟବଲ ପ୍ରତିଯୋଗିତା

Sunil Chandra Nayak

IDCA 2nd U19 T-20 National Cricket Championship for Deaf concludes with felicitation ceremony.

masiha

Leave a Comment

error: Content is protected !!