ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାର ୬୦ଜଣ ଦିବ୍ୟାଙ୍ଗ ହେଲେ ଆତ୍ମନିର୍ଭରଶୀଳ 

ଜିଲ୍ଲାର ୬୦ଜଣ ଦିବ୍ୟାଙ୍ଗ ହେଲେ ଆତ୍ମନିର୍ଭରଶୀଳ 

ବ୍ରହ୍ମପୁର,ତା ୩୧/୦୩ ନାବାର୍ଡ ଅନୁଦାନରେ ଏସସିପିଡବ୍ଲୁଡି (ସ୍କିଲ କାଉସିଲ୍ ପର୍ସନ ଉଈଥି ଡିଜାବୁଲୁଟି) ପକ୍ଷରୁ ଗଞ୍ଜାମ ଜିଲ୍ଲାର ୩୦ ଜଣ ମୁକ ଓ ବଧିର ଦିବ୍ୟାଙ୍ଗଙ୍କୁ ନେଇ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଦକ୍ଷତା ବିକାଶ କେନ୍ଦ୍ର ଦ୍ୱାରା ବୈଦ୍ୟୁତିକ ମେସିନ ଦ୍ୱାରା ସିଲେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ଅବସରରେ ନାବାର୍ଡ ଗଞ୍ଜାମ ଜିଲ୍ଲା ଡ଼ିଡ଼ିଏମ ଡ଼. ସଂଜୀବ ମିଶ୍ର,କବିସୂର୍ଯ୍ୟନଗର ୟୁକୋ ବ୍ୟାଙ୍କ ଶାଖା ପରିଚାଳକ ରାଜେଶ ପାଢ଼ୀ, ବନଦେବୀ ଶିଳ୍ପ ତାଲିମ୍ କେନ୍ଦ୍ର ଟ୍ରେନିଂ ଅଫିସର ରଘୁନାଥ ପାଢ଼ୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଏବଂ ପରେ ତାଲିମ୍ ଗ୍ରହଣ କରି ବିଭିନ୍ନ ଅନୁଷ୍ଠାନରେ ନିଯୁକ୍ତି ସୁଯୋଗ ପାଇଥିବା ଶିବିରାର୍ଥୀଙ୍କୁ ନିଯୁକ୍ତି ପତ୍ର ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଗତ ଜାନୁଆରୀ ୧୭ତାରିଖ ଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ୬୯ଦିନ ଧରି ଜାରି ରହିଥିଲା । ସେହିଭଳି ଶେରଗଡ଼ ଦକ୍ଷତା ବିକାଶ କେନ୍ଦ୍ରରେ ମଧ୍ୟ ୩୦ ଜଣ ତାଲିମ୍ ଗ୍ରହଣ କରିଥିବା ଶତକଡା ଶତ ପ୍ରତିଶତଙ୍କୁ ଶିବିରାର୍ଥୀ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି । ଟ୍ରେନର ସରସ୍ବତୀ ଆଚାରୀ ଏବଂ ପ୍ରଭାସିନୀ ପ୍ରଧାନ ଦ୍ୱାରା ଶେରଗଡ଼ ଏବଂ କବିସୂର୍ଯ୍ୟନଗର ଦକ୍ଷତା ବିକାଶ କେନ୍ଦ୍ରରେ ତାଲିମ୍ ପ୍ରଦାନ କରାଯାଇ ଥିଲା । ସମସ୍ତେ ଯେପରି ନିଯୁକ୍ତି ସୁଯୋଗ ପାଇ ଆତ୍ମନିର୍ଭରଶୀଳ ହେବେ ସେଥି ନିମନ୍ତେ ସ୍ୱତନ୍ତ୍ର ପ୍ରସ୍ତୁତି ଗ୍ରହଣ କରାଯାଇ ଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ବିଭୁତି ଭୂଷଣ ସ୍ୱାଇଁ,ବିକାଶ କୁମାର ସ୍ୱାଇଁ ଏବଂ ସତ୍ୟନାରାୟଣ ମିଶ୍ର ପରିଚାଳନା କରିଥିଲେ ।

Related posts

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମିଳିତ ଅମଲା ମଞ୍ଚ , ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଜିଲ୍ଲା ଅମଲା ମାନଙ୍କ ଦରମା ନିର୍ଦ୍ଧାରଣ କର

Sunil Chandra Nayak

୫ ମ ଏକଲବ୍ୟ ସ୍କୁଲ ଜାତୀୟ ସ୍ତରୀୟ ସାଂସ୍କୃତିକ ଏବଂ ସାହିତ୍ୟିକ ଫେଷ୍ଟ ଏବଂ କଳା ଉତ୍ସବରେ ବହଳଦା ଏକଲବ୍ୟ ମଡେ଼ଲ ସ୍କୁଲ ଛାତ୍ର ରାମଚନ୍ଦ୍ର ହାଁସଦା ପ୍ରଥମ

masiha

ଦୃଷ୍ଟିବାଧିତ ମଙ୍ଗୁଳିଙ୍କୁ ତାଙ୍କର ଦାନ ଵୀର କାର୍ଯ୍ୟ ନେଇ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଧନା 

masiha

Leave a Comment

error: Content is protected !!