ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଓଡିଶା କୈବର୍ତ୍ତ ସମାଜର ଚଇତି ପର୍ବ ମହା ଆଡମ୍ବରରେ ପାଳିତ 

ନିଖିଳ ଓଡିଶା କୈବର୍ତ୍ତ ସମାଜର ଚଇତି ପର୍ବ ମହା ଆଡମ୍ବରରେ ପାଳିତ 

ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡାସ୍ଥ ଶୈବପୀଠରେ ନିଖିଳ ଓଡିଶା କୈବର୍ତ୍ତ ସମାଜର କଳାହାଣ୍ଡି ଶାଖା ପକ୍ଷରୁ ଚଇତି ପର୍ବ ମହା ଆଡମ୍ବର ସହକାରେ ପାଳିତ ହୋଇଅଛି । ପ୍ରଥମେ କୈବର୍ତ୍ତ ସମାଜ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ଶୈବ ପୀଠରେ ପହଞ୍ଚି ଥିଲେ । ଏହାପରେ କୂଳଦେବୀ ମା ଆସେଲି ବାସେଲି ଙ୍କ ପୂଜାର୍ଚ୍ଚନା କରାଯିବା ସହ ଗ୍ରାମର ସମସ୍ତ ଦେବାଦେବୀଙ୍କ ଚରଣ ବନ୍ଦନା କରା ଯାଇଥିଲା । ପରେ କୈବର୍ତ୍ତ ସମାଜର ବାନା ସାମୁହିକ ଭାବେ ଉତ୍ତୋଳନ କରାଯାଇଥିଲା । ଏହି ସମୟରେ କୈବର୍ତ୍ତ ସମାଜର ସଂଗୀତ ଗାନ କରିଥିଲେ ଝିଅ କଳାକାର ମାନେ । ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଭୂ ଶ୍ରୀରାମଙ୍କ ପୂଜାର୍ଚ୍ଚନା ପରେ ଅତିଥି ମାନେ ମଞ୍ଚାସୀନ ହୋଇଥିଲେ । ସଭାର ସଭାପତି ଭାବରେ ଚକାମନ ନାଏକ କେସିଙ୍ଗା ବ୍ଲକର ବରିଷ୍ଠ ବ୍ୟକ୍ତି ଯୋଗଦାନ କରିଥିବା ବେଳେ,ସମ୍ମାନିତ ଅତିଥି ଭାବରେ କୈବର୍ତ୍ତ ସମାଜର ଗୌରବ ତଥା ମ.ରାମପୁର ବିଡିଓ ଶରତ କୁମାର ସେଠୀ,ତୁଳାପଡାର ବରିଷ୍ଠ ନାଗରିକ ଲକ୍ଷ୍ମଣ ଷଡ଼ଙ୍ଗୀ,ମନମୋହନ ନାୟକ,ମୟାଧର ପଧାନ,ମୋହିତ ପଧାନ କଳାହାଣ୍ଡି ଜିଲ୍ଲା କୈବର୍ତ୍ତ ସମାଜର ସଂପାଦକ ବୁଡୁ ମହାଲିଙ୍ଗ ଯୋଗଦାନ କରି ସମାଜର ସ୍ଥିତି,ସ୍ବରୁପ,ଶିକ୍ଷା,ସଚେତନତା,ସ୍ବାସ୍ଥ୍ୟ ଉପରେ ଗଭୀର ଆଲୋକପାତ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ କଳାହାଣ୍ଡି ଜିଲ୍ଲା କୈବର୍ତ୍ତ ସମାଜର ସଭାପତି ଇଶ୍ବର ଚନ୍ଦ୍ର ନାଏକ । ଏହି ପର୍ବରେ ହଜାର ସଂଖ୍ୟାରେ ମହିଳା ପୁରୁଷ ଯୋଗଦାନ କରିଥିଲେ । ଏଥିରେ ସହଯୋଗ କରିଥିଲେ ଲାଧୁରାମ ଝାଙ୍କର,ଦାମୋଦର ସେଠୀ,ଶତୃଘ୍ନ ମଲ୍ଲିକ,ମକୁନ୍ଦ ନାଏକ,ରାହାସ ସା,ପିଣ୍ଟୁ ନାଏକ,ବୃନ୍ଦାବନ ନାଏକ,ଶେଷଦେବ ମହାଲିଙ୍ଗ,ରବିନ୍ଦ୍ର ପାଣ୍ଡେ,ସୁଦାମ ଝାଙ୍କର ଓ ଅନ୍ୟମାନେ ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ପାଞ୍ଚଟି ଶ୍ରେଣୀ କୁ ଜଣେ ଶିକ୍ଷକ

masiha

74th Forest Festival Celebrated.

ନିର୍ମାଣର ବର୍ଷେ ହୋଇନି ରାସ୍ତାରୁ ଉଠିଲା ପିଚୁ ଓ ଚିପ୍ସ, ନିମ୍ନ ମାନର କାର୍ଯ୍ୟ ଅଭିଯୋଗ

masiha

Leave a Comment

error: Content is protected !!