ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳିଙ୍ଗ ଗୌରବ ଫାଉଣ୍ଡେସନ ସମ୍ମାନ ପାଇଲେ ବରିଷ୍ଠ ସାମ୍ବାଦିକ ଆରତୀ ଦାସ 

କଳିଙ୍ଗ ଗୌରବ ଫାଉଣ୍ଡେସନ ସମ୍ମାନ ପାଇଲେ ବରିଷ୍ଠ ସାମ୍ବାଦିକ ଆରତୀ ଦାସ 

ଜଳେଶ୍ଵର,୧/୪(ମନିସ)- ରାଜ୍ୟ ସ୍ତରୀୟ କଳିଙ୍ଗ ଗୌରବ ଫାଉଣ୍ଡେସନ ସମ୍ମାନ ବରିଷ୍ଠ ସାମ୍ବାଦିକ ଆରତୀ ଦାସଙ୍କୁ ପ୍ରଦାନ କରାଯାଇଛି ।

 ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ୩୦ ବର୍ଷ ଧରି ସେ ନିଷ୍ଠାପର ସହିତ କାର୍ଯ୍ୟ କରୁଥିବାରୁ ତାଙ୍କୁ ଗତ ୩୦ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ୧୩ ତମ ସ୍ୱତନ୍ତ୍ର ଉତ୍ସବରେ ମୋମେଣ୍ଟ,ଉତ୍ତରୀୟ ଓ ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଉତ୍ସବରେ ହରିୟାଣା ରାଜ୍ୟ ଗ୍ରାମ୍ୟ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡ.ବୀରେନ୍ଦ୍ର ସିଂହ ଚୌହାନ, ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଓ ପ୍ରଯୋଜକ ଗୁନଗୁନ,ସମାଜସେବୀ ରୋଜାଲିନ୍ ପାଟଶାଣୀ ,ଫାଉଣ୍ଡେସନର ଜାତୀୟ ସଭାପତି ସୁରଞ୍ଜିତା ରଣା,ରାଜ୍ୟ ସଭାପତି ଡ.ରୁଦ୍ର ସାମନ୍ତରାୟ,ସମ୍ପାଦକ ଡ.ଚିଦାତ୍ମିକା ଖଟୁଆ,ମୁଖ୍ୟ ଉପଦେଷ୍ଟା ମେଜର ଡ.କଳ୍ପନା ଦାସ,ଜାତୀୟ ମିଡିଆ କନକ୍ଲେଭର ଅଧକ୍ଷ ଡ. ପବିତ୍ର ମୋହନ ସାମନ୍ତରାୟ,ସଂଯୋଜକ ଡ଼. ରଜନୀକାନ୍ତ ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ।ଏଠାରେ ସୂଚନାଯୋଗ୍ୟ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀମତୀ ଦାସ ଗତ ଜାନୁଆରୀ ୨୬ ତାରିଖରେ ବାଲେଶ୍ୱର ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଥିଲେ।ନାମ୍ପୋ ଅଞ୍ଚଳ ପାଇଁ ପ୍ରମେୟ ପ୍ରତିନିଧି ରୂପେ ଶ୍ରୀମତୀ ଆରତୀ ଦାସ ଅଧୁନା କାର୍ଯ୍ୟରତ ଅଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

 

Related posts

ସରକାରୀ ଉଚ୍ଚ ବିଦ୍ୟାଳୟ, ଭଟାଙ୍ଗପଦର   ‘ଆମ ସଂସ୍କୃତି ଆମ ଖେଳନା’ ଶୀର୍ଷକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ

masiha

ରାଷ୍ଟ୍ରୀୟ ସେଙ୍ଗେଲ ଅଭିଯାନ ସଭାପତି ସାଲଖାନ ମୁର୍ମୁଙ୍କ ବିରୋଧରେ ଓଡ଼ିଶା କୁଡୁମି ସମାଜ ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନାରେ ଏତଲା

masiha

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!