ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ – ୨୦୨୬ ମହା ସମାରୋହରେ ପାଳିତ 

ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ – ୨୦୨୬ ମହା ସମାରୋହରେ ପାଳିତ 

ଛତ୍ରପୁର, ୧/୪: ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ- ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି l ଏଥିରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତଜିଲ୍ଲାପାଳ ( ସାଧାରଣ ) ଡ଼ଃ ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଇତିହାସ ଉପରେ ଆଲୋକପାତ କରିଥିଲେ l ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଭି. ରାଜେନ୍ଦ୍ର ରାଜୁ ଯୋଗଦେଇ ଓଡିଶା ଗଠନ ସମ୍ବନ୍ଧରେ ସବିଶେଷ ତଥ୍ୟ ରଖିଥିଲେ l ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଦେବଦତ୍ତ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡା ପିଡି ସୁନୀଲ କୁମାର କେର୍କଟା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ଯୋଗଦେଇ ଥିଲେ l ପ୍ରାରମ୍ଭ ରେ ଅତିଥି ମାନେ ଜଗନ୍ନାଥ ମାଗପ୍ରଭୁ ଙ୍କ ନିକଟରେ ଦୀପ ପ୍ରଜ୍ବଳନ ସହିତ ବରପୁତ୍ର ଙ୍କ ଫୋଟ ଚିତ୍ର ଫୁଲ ପ୍ରଦାନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ l ଏହି ଅବସର ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସକାଳ ୭ ଟାରେ ଛତ୍ରପୁର ସହର ରେ ଥିବା ବିଭିନ୍ନ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଗଞ୍ଜାମ ଜିଲ୍ଲାପରିଷଦ ର ସିଡିଓ ସମୀର ପ୍ରଧାନ ପୁଷ୍ପମାଲ୍ୟାର୍ପଣ କରି ସମ୍ମାନ ଜଣାଇଥିଲେ।

Related posts

ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର:ମନରେଗା ଓ ସି ଏଫ୍ ସି ଯୋଜନା ସମୀକ୍ଷା

masiha

ରାଧାକୃଷ୍ଣ ବେଶରେ ଦର୍ଶନ ଦେଲେ ଶିଶୁ ମନ୍ଦିର କୁନି କୁନି ଛାତ୍ରଛାତ୍ରୀ

masiha

ଅଙ୍ଗନବାଡି କେନ୍ଦ୍ର କୁ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ପୋଷାକ ଯୋଗାଇଦେଲେ ସ୍ଵୟଂ ସହାୟିକା ଦଳ

masiha

Leave a Comment

error: Content is protected !!