ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳନ

ଉତ୍କଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳନ

ନବରଙ୍ଗପୁର 🙁 ୧|୪)(ରବିନାରାୟଣମହାନ୍ତି) ନବରଙ୍ଗପୁର ସହରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଉତ୍କଳ ପରିଷଦ ତରଫରୁ ଉତ୍କଳଦିବସ ୨୦୨୬ ଆଡମ୍ବର ସହକାରେ ପାଳନ ହୋଇଯାଇଛି।ପ୍ରଥମ ଅଧିବେଶନରେ ନବରଙ୍ଗପୁର ସହରରେ ଥିବା ଓଡ଼ିଶା ଗଠନର ମୁଖ୍ୟ ପୁରୋଧା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ଦ୍ଵାରା ପୁଷ୍ପ ମାଲ୍ୟ ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରଯାଇଥିଲା l ଏହାପରେ ସ୍ଥାନୀୟ ତୃପ୍ତି ସମ୍ମିଳନୀ କକ୍ଷ ଠାରେ ଉତ୍କଳ ପରିଷଦର ସଭାପତି ଶ୍ରୀ ବିଜୟ କୁମାର ଚୌଧୁରୀଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ଓ କବିତା ପାଠ ଉତ୍ସବ ଆୟୋଜନ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଅଧିବକ୍ତା ଝାଡେଶ୍ୱର ଖାଡ଼ଙ୍ଗା ଯୋଗ ଦେଇ ଓଡ଼ିଆ ଅସ୍ମିତା ଓଡ଼ିଆ ଭାଷା, ସଂସ୍କୃତି, ସମ୍ପ୍ରଦାୟର ସୁରକ୍ଷା ପାଇଁ ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଆନ୍ତରିକତାର ସହ ଆଗେଇ ଆସିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ ସମାଜ ସେବୀ ତଥା ଉତ୍କଳ ପରିଷଦର ଉପଦେଷ୍ଟା ଜଗନ୍ନାଥ ମହାପାତ୍ର ଓଡ଼ିଶା ଇତିହାସର ଭାଷା ଆନ୍ଦୋଳନରେ ନବରଙ୍ଗପୁର ଜିଲ୍ଲାର ଲେଖକଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବରେ ପରିଷଦର ଉପ ସଭାପତି ଜଗଦୀଶ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ଉତ୍କଳ ପ୍ରଦେଶ ଗଠନ ର ଇତିହାସ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବରେ ଅଧ୍ୟାପକ ତଥା ପରିଷଦର ସାଂଗଠନିକ ସମ୍ପାଦକ ଅଖିଳ କୁମାର ଭଟ୍ଟ ଯୋଗ ଦେଇ ସମ୍ପ୍ରତି ପରିସ୍ଥିତିରେ ଓଡ଼ିଆ ଭାଷାର ସ୍ଥିତି ସମ୍ପର୍କରେ ସମସ୍ତେ ସଚତେନ ହୋଇ ଏକ ଆଦର୍ଶ ରାଜ୍ୟ ଗଠନର ସ୍ବପ୍ନ ଦେଖିବା ପାଇଁ ଆହ୍ବାନ ଦେଇଥିଲେ । ଅନୁଷ୍ଠାନ ର ସଭାପତି ଶ୍ରୀ ଚୌଧୁରୀ ଓଡ଼ିଆ ଭାଷା ଓ ତାହାର ସୁରକ୍ଷା ପାଇଁ ଉତ୍କଳ ପରିଷଦର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବରେ ପରିଷଦର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ମଞ୍ଚ ସଞ୍ଚାଳନ କରିଥିଲେ। ବୈଠକ ଆରମ୍ଭରେ ପରିଷଦର ସମ୍ପାଦକ ତପନ ବିଷୋୟୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ଥାନୀୟ ଏକ୍ସ ବୋର୍ଡ ବିଦ୍ୟାଳୟ ର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଏହି ଅବସରରେ ଏକ କବିତା ପାଠ କାର୍ଯ୍ୟକ୍ରମ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମକୁ ଅଧିବକ୍ତା ତଥା ପରିଷଦର ଯୁଗ୍ମ ସମ୍ପାଦକ ଗୋପାଳ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନ ତରଫରୁ ଅତିଥି ମାନଙ୍କ ଦ୍ଵାରା କବିତା ଆବୃତ୍ତି କରିଥିବା କବି ଓ କବୟିତ୍ରୀ ମାନଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରଯାଇଥିଲା l ଶେଷରେ ପରିଷଦର ବରିଷ୍ଟ ସଦସ୍ୟ ଡ.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l ଉକ୍ତ ସଭାରେ ଉପଦେଷ୍ଟା ଶ୍ରୀ ଦେବେନ୍ଦ୍ର ପ୍ରଧାନ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବିଜୟ କୁମାର ମିଶ୍ର, ଗଣେଶ୍ୱର ଦାସ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ମିଶ୍ର , ଜଗନ୍ନାଥ ବେହେରା, ଜାହ୍ନବୀ ପଣ୍ଡା,ହୃଷିକେଶ ଦାଶ, ସ୍ୱର୍ଣଲତା ପଟ୍ଟନାୟକ, ପି .ରବିକାନ୍ତ ରଘୁରାମ, ବରିଷ୍ଠ ସାମ୍ବାଦିକ ସୁରେଶ କୁମାର ନାଇଡ଼ୁ, ch ଉଷାରାଣୀ, ସିଦ୍ଧାର୍ଥ ଶଙ୍କର ବେହେରା ରବିନ୍ଦ୍ର ପ୍ରଧାନ, ମିତ୍ରଭାନୁ ସତନlମି, ଦାଶରଥି ପଟ୍ଟନାୟକ, ଏ ଗୀତା, ସଙ୍ଗୀତ ନାୟକ,ସୁଶୋଭିତ ମେରିଲିନି ତୁରୁକ୍,ନମିତl ଘଡେ଼ଇ, ନବୀନ ପାତ୍ର ନାୟକ, ଅମିୟ କୁମାର,, ଗିତlରlନୀ ଦାଶ, ସୁପ୍ରଭା ପଣ୍ଡା ପ୍ରଫୁଲ୍ଲ କୁମାର ପୁହାଣ, ହରିହର ନାୟକ ,ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଅଧିକ ସରସ ସୁନ୍ଦର କରିପାରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ….  ପାରମ୍ପରିକ ଅସ୍ତ୍ରଶସ୍ତ୍ର ରେ ଶୋଭାଯାତ୍ରାରେ ଆଦିବାସୀ ଙ୍କ ଶକ୍ତି ପ୍ରଦର୍ଶନ

masiha

ରାଇରଙ୍ଗପୁରରେ ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ,ବାମନଘାଟୀ ଶାଖାର କର୍ମଚାରୀଵୃନ୍ଦଙ୍କ ବିଭିନ୍ନ ଦାବିନେଇ କଳାବ୍ୟାଚ ପରିଧାନ 

masiha

ମାଗଣା ପି ଡି ଏସ ଚାଉଳ, ୧ ହଜାର ଟଙ୍କା ଓ ନବୀନଙ୍କ ଝୋଟି ବେଗ ନ ବାଣ୍ଟି ଆତ୍ମସାତ 

masiha

Leave a Comment

error: Content is protected !!