ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଚଲାଇ ଯାଉଥିବା ବେଳେ ଗର୍ତ୍ତ ଭିତରେ ଖସି ପଡ଼ି ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର 

ବାଇକ ଚଲାଇ ଯାଉଥିବା ବେଳେ ଗର୍ତ୍ତ ଭିତରେ ଖସି ପଡ଼ି ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର 

ବନ୍ଧୁଗାଁ ତା ୧/୪ ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ନିକଟସ୍ତ ସୀମାନ୍ତ ରାୟଗଡ଼ା ଜିଲ୍ଲା ନାକିଟି ପଞ୍ଚାୟତ ଟୁଣ୍ଡା ଗ୍ରାମରେ ହେଉ ଥିବା ବିବାହ ଭୋଜି ଖାଇ ୩ ଜଣ  ବାଇକରେ ଫେରୁଥିବା ବେଳେ ବାଇକ ଗର୍ତ୍ତ ଭିତରେ ଖସି ପଡ଼ିବାରୁ ଦୁଇ ଜଣ ଙ୍କ ମୃତ୍ୟୁ ଓ ଜଣେ ଗୁରୁତର ଆହତ ହୋଇଛନ୍ତି। ସୁଚନା ଅନୁଯାୟୀ ଆଜି ତୁଣ୍ଡା ଗ୍ରାମରେ ଏକ ବିଭାହ ଭୋଜିକୁ ରାୟଗଡ଼ା ଜିଲ୍ଲା ବାରିଝୋଲା ଗ୍ରାମର ସୁଜିତ ମିଣିଆକା, ବଡଚାନ୍ଧିଲି ଗ୍ରାମର ରାହୁଲ ହିମିରିକା ଓ ଟିକିରି ଥାନା ଶାଗବାରି ଗ୍ରାମର ବସନ୍ତ ମାଝୀ ଗୋଟିଏ ସ୍କୁଟିରେ ବସି ଯାଇ ଥିଲେ। ସେଠାରୁ ୩ ଜଣ ସ୍କୁଟିରେ ବସି ଫେରୁଥିବା ବେଳେ ବିରାଟ ଗର୍ତ୍ତ ଭିତରେ ଖସି ପଡ଼ି ଯାଇ ଥିଲେ। ଘଟଣା ସ୍ଥଳରେ ଟିକିରୀ ଥାନା ଶାଗବାରି ଗ୍ରାମର ବସନ୍ତ ଯୁବକ ମୃତ୍ୟୁ ହୋଇ ଥିବା ବାରିଝୋଲା ଗ୍ରାମର ସୁଜିତ ଯୁବକ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ବଡଚାନ୍ଧିଲି ଗ୍ରାମର ଯୁବକ ରାହୁଲ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତିନି ଜଣ ଯୁବକ ଏକାଠି ପାଠ ପଢୁ ଥିଲେ ଓ ସମସ୍ତଙ୍କ ବୟସ ପ୍ରାୟ ୨୪ ବର୍ଷ ହେବ। ଦୁର୍ଘଟଣା ଖବର ପାଇବା ପରେ ପରିବାର ଲୋକେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚିଛନ୍ତି। ପରିବାର ଲୋକେ ବନ୍ଧୁଗାଁ ଥାନାରେ ପହଞ୍ଚିବା ପରେ ଥାନା ଆଇଆଇସି ସିନ୍ଧୁ ସାରାକା ଓ ଏ ଏସ ଆଇ ସୁରେନ୍ଦ୍ର ହୁଇକା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

 

Related posts

କୂଅ ରେ ପଡିଥିବା ଭାଲୁ କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ

ଆଜି ବିଶ୍ବ ପରିବେଶ ଦିବସ, ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ବଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ

masiha

ଜୟ ତ୍ରିରଙ୍ଗା ସାହିତ୍ୟ ସମାରୋହ

masiha

Leave a Comment

error: Content is protected !!