ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଦିବସ ପାଳନ କରିଛି ଡାଲମିଆ ସିମେଂଟ, ଓଡିଶାର ଐତିହ୍ୟକୁ ସମ୍ମାନ ଜଣାଇବା ସହ ସମୁଦାୟ ପ୍ରତିବଦ୍ଧତାକୁ ସୁଦୃଢ କରିଛି

ଉତ୍କଳ ଦିବସ ପାଳନ କରିଛି ଡାଲମିଆ ସିମେଂଟ, ଓଡିଶାର ଐତିହ୍ୟକୁ ସମ୍ମାନ ଜଣାଇବା ସହ ସମୁଦାୟ ପ୍ରତିବଦ୍ଧତାକୁ ସୁଦୃଢ କରିଛି

ରାଜଗାଙ୍ଗପୁର, ୧ ଏପ୍ରିଲ ୨୦୨୬: ଭାରତର ଅନ୍ୟତମ ଅଗ୍ରଣୀ ସିମେଂଟ ଉତ୍ପାଦନକାରୀ ସଂସ୍ଥା ଡାଲମିଆ ସିମେଂଟ (ଭାରତ) ଲିମିଟେଡ (ଡିସିବିଏଲ) ଓଡିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସମ୍ମାନିତ ଜଣାଇ ଏବଂ ରାଜ୍ୟ ସହ ନିଜର ଗଭୀର ସଂଯୋଗକୁ ପୁନଃସ୍ଥାପିତ କରି ଏହାର ରାଜଗାଙ୍ଗପୁର ୟନିଟରେ ଉତ୍କଳ ଦିବସ ପାଳନ କରିଛି। ଏହି କାର୍ଯ୍ୟକ୍ରମ ଓଡିଶାର ମହାନ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ପୁଷ୍ପାଞ୍ଜଳି ଅର୍ପଣ ସହ ଆରମ୍ଭ ହୋଇଥିଲା l ଏହାପରେ ଏହି କାର୍ଯ୍ୟକ୍ରମ ୧୯୩୬ ମସିହାରେ ରାଜ୍ୟ ଗଠନର ନେତୃତ୍ୱ ନେଇଥିବା ଓଡିଶାର ସାଂସ୍କୃତିକ ଐତିହ୍ୟ ଓ ଐତିହାସିକ ଆନ୍ଦୋଳନଗୁଡିକୁ ପ୍ରତିଫଳନ କରିଥିଲା। ଏହି ଉତ୍ସବର ଅଂଶ ଭାବେ ଡାଲମିଆ ସିମେଂଟ ରାଜଗାଙ୍ଗପୁର ଓ ଲାଂଜିବେର୍ଣ୍ଣI ଖଣି ଅଂଚଳରେ ୨୦୦ରୁ ଅଧିକ କୃଷକଙ୍କୁ କୃଷି ଉପକରଣ ବିତରଣ କରିଥିଲା। ଏହି କାର୍ଯ୍ୟକ୍ରମ ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପରିସରସ୍ଥିତ ଗୋପବନ୍ଧୁ ପାର୍କରେ ଆୟୋଜିତ ହୋଇଥିବା ବେଳେ ଏଠାରେ ରାଜଗାଙ୍ଗପୁରର କାର୍ଯ୍ୟକାରୀ ନିର୍ଦ୍ଦେଶକ ଓ ୟୁନିଟ୍ ହେଡ ଚେତନ ଶ୍ରୀବାସ୍ତବଙ୍କ ସମେତ ବରିଷ୍ଠ ନେତୃବୃନ୍ଦ, ଅନ୍ୟାନ୍ୟ ଅଧିକାରୀ ଓ ସମୁଦାୟର ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଡିବିସିଏଲର କାର୍ଯ୍ୟକାରୀ ନିର୍ଦ୍ଦେଶକ ଓ ରାଜଗାଙ୍ଗପୁର ୟୁନିଟର ମୁଖ୍ୟ ଶ୍ରୀଯୁକ୍ତ ଚେତନ ଶ୍ରୀବାସ୍ତବ କହିଥିଲେ, “ଉତ୍କଳ ଦିବସ ଓଡିଶାର ଉତ୍ସାହ, ଐତିହ୍ୟ ଓ ପ୍ରଗତିକୁ ପାଳନ କରିଥାଏ। ଡାଲମିଆ ସିମେଂଟର ରାଜ୍ୟ ସହ ସମ୍ପର୍କ ବ୍ୟବସାୟଠାରୁ ଅନେକ ଅଧିକ ଏବଂ ଆମେ ରାଜ୍ୟର ଲୋକ ଓ ସେମାନଙ୍କର ପ୍ରଗତି ସହ ଗଭୀର ଭାବେ ଜଡିତ। ଆମେ ଏହି ଯାତ୍ରାର ଏକ ଅଂଶ ହୋଇ ଏବଂ ରାଜ୍ୟର ଅଭିବୃଦ୍ଧି ଓ ଏହାର ସମୁଦାୟ ଗୁଡିକର କଲ୍ୟାଣରେ ସହଯୋଗ କରିବା ପାଇଁ ପ୍ରତିବଦ୍ଧ ରହିଛୁ।”

ଡାଲମିଆ ସିମେଂଟ ସ୍ଥାୟୀ କୃଷି, ଜଳ ସଂରକ୍ଷଣ, ଦକ୍ଷତା ବିକାଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପରିବ୍ୟାପ୍ତ କେନ୍ଦ୍ରିତ ସମୁଦାୟ ଅଭିଯାନଗୁଡିକର ଏକ ଶୃଙ୍ଖଳା ମାଧ୍ୟମରେ ଓଡିଶାର ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଜାରି ରଖିଛି। କମ୍ପାନୀ ଏହାର ସିଏସଆର ପ୍ରୋଗ୍ରାମଗୁଡିକ ମାଧ୍ୟମରେ ଗ୍ରାମାଂଚଳରେ ଜୀବିକା ବୃଦ୍ଧି କରିବା, ସ୍ଥାନୀୟ ସମୁଦାୟଗୁଡିକୁ ସଶକ୍ତ କରିବା ଓ ରାଜ୍ୟରେ ଦୀର୍ଘକାଳିନ, ସମାବେଶୀ ଅଭିବୃଦ୍ଧିକୁ ଆଗକୁ ନେବା ପାଇଁ ପ୍ରତିବଦ୍ଧ ରହିଛି।

ମନୋଜ କୁମାର ଗୌଡ଼ ଙ୍କ ରିପୋର୍ଟ୍ 

Related posts

ଶିକ୍ଷକଙ୍କ ବଦଳି ନେଇ ଛାତ୍ରୀ ଛାତ୍ର ଙ୍କ ଆନ୍ଦୋଳନ

masiha

ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା

Sunil Chandra Nayak

ଖେଳନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଟିତ

Sunil Chandra Nayak

Leave a Comment

error: Content is protected !!