ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ମୋହିତ ସ୍ବପ୍ନର ମାୟା

ମୋହିତ ସ୍ବପ୍ନର ମାୟା

     ବେଣୁଧର ସୂତାର

 

ମାୟାବର୍ତ୍ତର ଏ ବିଶ୍ବାସ ବଳୟେ

ପାଇବାକୁ ଭବ ସୁଖ

ମାୟା ପଟଳରେ କଳ୍ପ କଳ୍ପାନ୍ତରେ

ବଦଳାଏ ରୂପରେଖ ।।

ବିଷମ ଜଞ୍ଜାଳେ ଜଡ଼ିତ ଜୀବନ

ମାୟାର ଏ ଚିତ୍ରପୁରୀ

ବ୍ୟାକୁଳ ହୁଅନ୍ତି ପତଙ୍ଗ ପରାୟେ

ଉନ୍ମାଦନା ଅଙ୍ଗେ ଭରି ।।

ସ୍ବପ୍ନିଳ ଆଶାର ସୌଭାଗ୍ୟମହଲେ

ଜୀବନଟା ଛନ୍ଦମୟ

କରିବାକୁ କରେ ବିଚିତ୍ର ବେଭାର

ଛଳନାର ଅଭିନୟ ।।

ପ୍ରଲମ୍ବିତ ଏଇ ଅମିତ କାମନା

ଆକାଂକ୍ଷା ର ଅନ୍ତରାଳେ

ଐଶ୍ୱର୍ଯ୍ୟ ସ୍ବପ୍ନର ମାୟାଞ୍ଜନ ଭରେ

ନୟନର ଉପକୂଳେ ।।

ମାୟା ଅନୁରାଗ ଆତ୍ମସୁଖ ଭୋଗ 

ଅମାପ ପ୍ରାଚୁର୍ଯ୍ୟ ପ୍ରୀତି

ବିଷାଦିତ ହୃଦେ ଭରେ ମୃଗତୃଷ୍ଣା

ବିଷମୟ ପରିସ୍ଥିତି ।।

କାମିନୀ କାଞ୍ଚନେ ମୋହିତ ଏ ମନ

କ୍ଷୁଧା ଏତ ଚିରନ୍ତନୀ

ସ୍ବପ୍ନସମ୍ମୋହନ ଗୋଲାପି ମାୟାଏ

କାରୁଣ୍ୟର ଆବାହନୀ ।।

ଭବ ସୁଖ ଭୋଗ ଲାଳାରେ ଭରେ

ସ୍ବପ୍ନ ମଦିରାର ମୋହ

ମାୟାର ବିଭୂତି ଆଣେ ଅଧୋଗତି

ମୟା ମୋହ ଭୟାବହ ।।

ଧନ ଜନ ଯଶ ସଂସାର ମୋହର

ରୁପେଲି ମାୟର ଜାଲ

ଅଜ୍ଞାନ ନେତ୍ରରେ ସ୍ବପ୍ନ ଅଭିସାରେ

ଦିଶୁଥାଇ ଝଲ ମଲ ।।

ସଂପଦର ମାୟା ବିଷାଦର ଛାୟା

ମହା ବିନାଶର ମୂଳ

ଵିଷମସଂସାର ମୋହିତ ମାୟା ଏ

ଛାଇ ଆଲୁଅର ଖେଳ ।।

ବିଶ୍ୱାସର ଧାରା ହୁଏ ପଥହରା

ଏ ମୟା ସଂସାର ଫାନ୍ଦେ

ଶରୀରରେ ପ୍ରାଣ ଥିବାଯାଏ ଜାଣ

ସବୁ ମୋର ବୋଲି ବାନ୍ଧେ ।।

କେଶଦୁରାପାଳ କେନ୍ଦୁଝର

 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ସମାଜସେବୀ ଦୁଃଖୀଶ୍ୟାମ ପାଢୀଙ୍କ ସ୍ମୃତିଚାରଣ ସଭା

Sunil Chandra Nayak

Leave a Comment

error: Content is protected !!