ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସର୍ଗିଗୁଡା ଠାରେ ଷୋହଳ ପ୍ରହର ନାମଯଜ୍ଞ

ନର୍ଲା (ମନିସ) ନର୍ଲା ନିକଟସ୍ଥ ସର୍ଗିଗୁଡା ଗ୍ରାମରେ ଚଳିତ ବର୍ଷ ୫୨ତମ ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି। କରୋନା ସଂକ୍ରମଣ ଯୋଗୁଁ ଗତ ଦୁଇ ବର୍ଷ ଧରି ନାମ ଯଜ୍ଞ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଉଥିଲା। ଗତ ରବିବାର ଦିନ ସଂଧ୍ୟାରେ କଳସ ଯାତ୍ରା ସହିତ ସର୍ଗିଗୁଡା ଓ ନର୍ଲାରୋଡର ଶତାଧିକ ମହିଳା ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଥିଲେ। ସୋମବାର ସକାଳୁ ନାମ ଯଜ୍ଞର ଆୟୋଜନ ହେବା ପରେ କର୍ତ୍ତା ରୂପେ ଜଗମୋହନ ପଧାନ ଓ ସ୍ନେହଲତା ପଧାନ ଯୋଗଦେଇ ଥିଲେ। ଉକ୍ତ ନାମଯଜ୍ଞଟିରେ ପରିଚାଳନା କମିଟିର ସଭାପତି ରୂପେ ରତ୍ନାକର ପାଢ଼ୀ, ଉପସଭାପତି ସଞ୍ଜୟ ସରାଫ, ସାଧାରଣ ସମ୍ପାଦକ ଲଲିତ ପଧାନ,ଯୁଗ୍ମ ସମ୍ପାଦକ ଧନଞ୍ଜୟ ଗଉଡ, କୋଷାଧ୍ୟକ୍ଷ ଖୁସିରାମ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ। ଗ୍ରାମର କୁମୁଦ ଚନ୍ଦ୍ର ନାଏକ, ଲକ୍ଷ୍ମଣ ବାଗ, ଜହରଲାଲ ବିଶ୍ୱାଳ, ଗିରିଧାରୀ ଗଉଡ, କହ୍ନେଇ ପୋଢ, ବିରେନ୍ଦ୍ର ନାଏକ, ବୀରକିଶୋର ମାଝୀ, ନିଳାମ୍ବର ପଧାନ, ପରମେଶ୍ବର ବିଶ୍ୱାଳ ପ୍ରମୁଖଙ୍କ ମାର୍ଗଦର୍ଶନରେ ଏହି ଷୋହଳ ପ୍ରହର ନାମଯଜ୍ଞ ଆଗେଇ ଥିବାବେଳେ ଯଜ୍ଞ ବେଦୀରେ ଘନଶ୍ୟାମ ତ୍ରିପାଠୀ ସହ ୧୦ ଗୋଟି ସଂକିର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିଲେ। ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ତ୍ୱେ ପ୍ରବଳ ଜନଗହଳି ଭିତରେ ଏହି ନାମଯଜ୍ଞ ଆରମ୍ଭ ହୋଇଛି।

ପ୍ରଦୀପ କୁମାର ଗଉଡ ମସୀହା ନର୍ଲା ପ୍ରତିନିଧି।

Related posts

ରାଜ୍ୟସ୍ତରୀୟ କଳାକାର ସଂହତି ଦିବସରେ ବାଲେଶ୍ବର କଳାକାର ସମ୍ବର୍ଦ୍ଧିତ 

Aadi Karmayogi Workshop Held at Bissamcuttack Two-Day Orientation Programme under DAJGUA

Sunil Chandra Nayak

ନଦୁଆଁରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା –  ଶହିଦଙ୍କୁ ସମ୍ମାନ ଆମ ସରକାରର ଦାୟିତ୍ୱ

Sunil Chandra Nayak

Leave a Comment

error: Content is protected !!