ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସର୍ଗିଗୁଡା ଠାରେ ଷୋହଳ ପ୍ରହର ନାମଯଜ୍ଞ

ନର୍ଲା (ମନିସ) ନର୍ଲା ନିକଟସ୍ଥ ସର୍ଗିଗୁଡା ଗ୍ରାମରେ ଚଳିତ ବର୍ଷ ୫୨ତମ ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି। କରୋନା ସଂକ୍ରମଣ ଯୋଗୁଁ ଗତ ଦୁଇ ବର୍ଷ ଧରି ନାମ ଯଜ୍ଞ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଉଥିଲା। ଗତ ରବିବାର ଦିନ ସଂଧ୍ୟାରେ କଳସ ଯାତ୍ରା ସହିତ ସର୍ଗିଗୁଡା ଓ ନର୍ଲାରୋଡର ଶତାଧିକ ମହିଳା ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଥିଲେ। ସୋମବାର ସକାଳୁ ନାମ ଯଜ୍ଞର ଆୟୋଜନ ହେବା ପରେ କର୍ତ୍ତା ରୂପେ ଜଗମୋହନ ପଧାନ ଓ ସ୍ନେହଲତା ପଧାନ ଯୋଗଦେଇ ଥିଲେ। ଉକ୍ତ ନାମଯଜ୍ଞଟିରେ ପରିଚାଳନା କମିଟିର ସଭାପତି ରୂପେ ରତ୍ନାକର ପାଢ଼ୀ, ଉପସଭାପତି ସଞ୍ଜୟ ସରାଫ, ସାଧାରଣ ସମ୍ପାଦକ ଲଲିତ ପଧାନ,ଯୁଗ୍ମ ସମ୍ପାଦକ ଧନଞ୍ଜୟ ଗଉଡ, କୋଷାଧ୍ୟକ୍ଷ ଖୁସିରାମ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ। ଗ୍ରାମର କୁମୁଦ ଚନ୍ଦ୍ର ନାଏକ, ଲକ୍ଷ୍ମଣ ବାଗ, ଜହରଲାଲ ବିଶ୍ୱାଳ, ଗିରିଧାରୀ ଗଉଡ, କହ୍ନେଇ ପୋଢ, ବିରେନ୍ଦ୍ର ନାଏକ, ବୀରକିଶୋର ମାଝୀ, ନିଳାମ୍ବର ପଧାନ, ପରମେଶ୍ବର ବିଶ୍ୱାଳ ପ୍ରମୁଖଙ୍କ ମାର୍ଗଦର୍ଶନରେ ଏହି ଷୋହଳ ପ୍ରହର ନାମଯଜ୍ଞ ଆଗେଇ ଥିବାବେଳେ ଯଜ୍ଞ ବେଦୀରେ ଘନଶ୍ୟାମ ତ୍ରିପାଠୀ ସହ ୧୦ ଗୋଟି ସଂକିର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିଲେ। ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ତ୍ୱେ ପ୍ରବଳ ଜନଗହଳି ଭିତରେ ଏହି ନାମଯଜ୍ଞ ଆରମ୍ଭ ହୋଇଛି।

ପ୍ରଦୀପ କୁମାର ଗଉଡ ମସୀହା ନର୍ଲା ପ୍ରତିନିଧି।

Related posts

ଜୟ କୁମାର ମିଶ୍ର ଙ୍କ କବିତା ନୁଆଁ ପିଡିର , ନୁଆଁ ଯାତରା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ନଭେମ୍ବର ୨୫ ରୁ ଡିସେମ୍ବର ୧ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ମଣ୍ଡି ରୁ ଧାନ ସଂଗ୍ରହ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!