ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ସ୍ୱର୍ଗତ ମାଳତୀ ନାଏକଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି 

ଜୁନାଗଡ଼ରେ ସ୍ୱର୍ଗତ ମାଳତୀ ନାଏକଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି 

ଜୁନାଗଡ଼,୩/୪.(ମନୀ ସ):ଜୁନାଗଡ଼ ସହରର ମାଁ ଲଙ୍କେଶ୍ଵରୀ କ୍ଳବ୍ (ଦୁର୍ଗା ମଣ୍ଡପ) ପରିସରରେ ସ୍ୱର୍ଗତ ମାଳତୀ ନାଏକଙ୍କ ସ୍ମୃତିରେ ସୁରେନ୍ଦ୍ର ସାହୁ ଓ ଈଶ୍ୱର ପୁଝାରୀଙ୍କ ସଭାପତିତ୍ବରେ ଏକ ଗମ୍ଭୀର, ଶାନ୍ତ ଓ ଭାବବିହ୍ୱଳ ପରିବେଶ ମଧ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ଜୁନାଗଡ଼ ସହର ତଥା ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ବୁଦ୍ଧିଜୀବୀ, ସମାଜସେବୀ, ସାହିତ୍ୟିକ ଓ ସାଧାରଣ ଜନସାଧାରଣ ଉପସ୍ଥିତ ହୋଇ ସ୍ୱର୍ଗତ ନାଏକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଏହି ସଭାକୁ ଜିଶୁ ଗୋପାଳ ସୁଚାରୁ ଭାବରେ ପରିଚାଳନା କରିଥିବାବେଳେ, ମଞ୍ଚରେ ସ୍ୱର୍ଗତ ମାଳତୀ ନାଏକଙ୍କ ବଡ଼ ପୁଅ ଭବାନୀ ଶଙ୍କର ନାଏକ, ସମାଜସେବୀ ଓ ସାନ ପୁଅ ଆଇନଜୀବୀ ଦୁର୍ଗା ପ୍ରସାଦ ନାଏକ, ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ବରାଡ, ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ କୁମାର ଜାଲ, ସନ୍ତୋଷ କୁମାର ନାଏକ, ଲୋକେଶ ନାଏକ, ବିଜୟ ପୁଝାରୀ, କାହ୍ନୁ ବୈଠାରୁ, ଚକ୍ରଧର ନାଏକ, ବାଲାଜୀ ତେଜି, ପୁସ୍ତମ୍ ପୁଝାରୀ, ମନୋରମା ମହାଳିକ ଓ ଧିରୋଜ ନାଏକ, ମୁଖେଶ ଭଣ୍ଡାଘରିଆ, ନରେନ୍ଦ୍ର ଖିତି ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ।ସଭାର ଆରମ୍ଭରେ ସ୍ୱର୍ଗତ ମାଳତୀ ନାଏକଙ୍କ ଛବିରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ତାଙ୍କ ପବିତ୍ର ସ୍ମୃତିକୁ ସ୍ମରଣ କରାଯାଇଥିଲା। ପରେ ସମସ୍ତ ଉପସ୍ଥିତ ଅତିଥି ଦୁଇ ମିନିଟ୍ ନିରବତା ପାଳନ କରି ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ। ସଭାରେ ବକ୍ତାମାନେ ସ୍ୱର୍ଗତ ମାଳତୀ ନାଏକଙ୍କ ଜୀବନ ଦର୍ଶନ, ସରଳତା, ସହଜ ସ୍ୱଭାବ ଓ ସମାଜ ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ପୂର୍ବତନ ନଗରପାଳ ଶ୍ରୀ ବରାଡ ତାଙ୍କ ଜୀବନକୁ ନେଇ ଗୋଟାଏ ବାର୍ତ୍ତାକୁ ସ୍ମରଣ କରି କହିଥିଲେ ଯେ, ସ୍ୱର୍ଗତ ନାଏକ ଏକ ସରଳ, ଦୟାଳୁ ଓ ସମାଜପ୍ରେମୀ ବ୍ୟକ୍ତିତ୍ୱ ଥିଲେ, ଯାହାଙ୍କ ଅଭାବ ସଦା ସମାଜରେ ଅନୁଭବ କରାଯିବ।ଏହି ସନ୍ଦର୍ଭରେ ସ୍ଥାନୀୟ ବୁଦ୍ଧିଜୀବୀ ଶ୍ରୀ ପୁଝାରୀ ସ୍ୱର୍ଗତ ମାଳତୀ ନାଏକଙ୍କ ଜୀବନ ଯାତ୍ରା, ପରିବାର ପ୍ରତି ତାଙ୍କର ଅର୍ପଣଭାବ ଓ ସମାଜ ପାଇଁ ତାଙ୍କ କାର୍ଯ୍ୟକୁ ଖୁବ ଭାବବିହ୍ୱଳ ଭାବେ ଉପସ୍ଥାପନ କରିଥିଲେ। ଶ୍ରୀଜାଲ ମଧ୍ୟ ତାଙ୍କ ଅଭିଭାଷଣରେ ସ୍ୱର୍ଗତ ନାଏକଙ୍କ ଉଦାରତା ଓ ମାନବିକତାକୁ ସ୍ମରଣ କରି ଭାବବିହ୍ୱଳ ହୋଇପଡ଼ିଥିଲେ।ଏହି ସଭାରେ ସ୍ୱର୍ଗତ ନାଏକଙ୍କ ପରିବାର ସଦସ୍ୟମାନଙ୍କର ଦୁଃଖ ଓ ବିଷାଦ ସ୍ପଷ୍ଟ ଦେଖାଯାଇଥିଲା। ବିଶେଷକରି ତାଙ୍କ ସାନ ପୁଅ ଗଭୀର ଭାବରେ ବିଷଣ୍ଣ ହୋଇଥିବା ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା। ଶେଷରେ ସଭାରେ ଉପସ୍ଥିତ ସମସ୍ତ ଲୋକ ସ୍ୱର୍ଗତ ମାଳତୀ ନାଏକଙ୍କ ପ୍ରତି ଗଭୀର ଶ୍ରଦ୍ଧା ଜଣାଇ ତାଙ୍କର ଆତ୍ମାର ଶାନ୍ତି କାମନା କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜୁନାଗଡ଼ ସହରର କୋଣାଅନୁକୋଣରୁ ଅନେକ ଅତ୍ମୀୟ ଉପସ୍ଥିତ ରହି ଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭାବ ବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପ୍ରଚେଷ୍ଟା , କଳାହାଣ୍ଡି ଜିଲ୍ଲାର ୧୧ଜଣ କଳାକାର ଆଜି ଯିବେ ଜାପାନ

ପଞ୍ଚାୟତ ଉନ୍ନୟନ ସୂଚକାଙ୍କ ଉପରେ ତାଲିମ 

masiha

Leave a Comment

error: Content is protected !!