ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ୨୬ ତମ ବାର୍ଷିକ ସମ୍ମିଳନୀ  ହୀନମନ୍ୟତା କୁ ଦୂରେଇ ଐକ୍ୟବଦ୍ଧତା କୁ ଗୁରୁତ୍ବ ଦେବାକୁ ହେବ: ଡ଼ ବେହେରା 

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ୨୬ ତମ ବାର୍ଷିକ ସମ୍ମିଳନୀ 

ହୀନମନ୍ୟତା କୁ ଦୂରେଇ ଐକ୍ୟବଦ୍ଧତା କୁ ଗୁରୁତ୍ବ ଦେବାକୁ ହେବ: ଡ଼ ବେହେରା 

ରାଉରକେଲା: ନିଖିଳ ଉତ୍କଳ କୈବର୍ତ୍ତ ସମାଜ ରାଉରକେଲା ତରଫରୁ ୨୬ତମ ବାର୍ଷିକ ସମ୍ମିଳନୀ ତଥା ଚୈତ୍ର ମହୋତ୍ସବ ସ୍ଥାନୀୟ ଭଞ୍ଜଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଅର୍ଜୁନ ଚରଣ ସାହୁ ଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ଭ୍ରମରବର ବେହେରାଙ୍କ ଆବାହକତ୍ବ ତଥା କାର୍ଯ୍ୟକାରୀ ସଭାପତି ନଟବର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭାର ସଭାପତି ତଥା ଶିକ୍ଷାବିତ ଡ଼ ଦେବେନ୍ଦ୍ରନାଥ ବେହେରା ମୁଖ୍ୟଅତିଥି, ରାଉରକେଲା ଇସ୍ପାତ କାରଖାନା ଅଫିସର ସଂଘର ସଭାପତି ତଥା ଆରଏସପିର ମହାପ୍ରବନ୍ଧକ ଇଂ ଅବକାଶ ବେହେରା ମୁଖ୍ୟବକ୍ତା ତଥା ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ରାଉରକେଲା ୟୁକୋ ବ୍ୟାଙ୍କର ମୁଖ୍ୟ ପରିଚାଳକ ଜଗନ୍ନାଥ ବେରିହା, ଆରଏସପି ସହାୟକ ମହାପ୍ରବନ୍ଧକ ଦୀନବନ୍ଧୁ ସିଠ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲା ବେଳେ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ପ୍ରାକ୍ତନ ପୁଲିସ ଅଧିକାରୀ ଡ ସୁମନ ଦତ୍ତ, କୈବର୍ତ୍ତ ସମାଜର ପ୍ରାକ୍ତନ ସଭାପତି ଜଗବନ୍ଧୁ ବେହେରା ଓ ଜଗନ୍ନାଥ ବେହେରା, କୁମୁଦ ବେହେରା, ପ୍ରମୋଦ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ମୁଖ୍ୟଅତିଥି ଡ଼ ବେହେରା ତାଙ୍କ ବକ୍ତବ୍ୟରେ କୈବର୍ତ୍ତ ସମାଜକୁ ଏକ ସାହାସିକ ଜାତି ଭାବେ ଅବହିତ କରି ମହର୍ଷି ପରାଶର,ମତ୍ସଗନ୍ଧା, ବ୍ୟାସଦେବଙ୍କ ସୃଷ୍ଟି,କଳିଙ୍ଗ ଯୁଦ୍ଧରେ କାରୁବାକୀ ଙ୍କ ଭୂମିକା,ନୈ।ବାଣୀଜ୍ୟ ରେ କୈବର୍ତ୍ତ ମାନଙ୍କ ଭୂମିକା ସହ ହୀନମନ୍ୟତା ନରଖି ଐକ୍ୟବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ରାଉତ କୈବର୍ତ୍ତ ସମାଜର ସହରରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମସ୍ତଙ୍କ ମଧ୍ୟରେ ଭାଇଚାରା ବଜାୟ ରଖିବା ପାଇଁ ଆହ୍ବାନ ଦେଇଥିଲେ। ମୁଖ୍ୟ ବକ୍ତା ଇଂ ବେହେରା କୈବର୍ତ୍ତ ସମାଜର ଐକ୍ୟବଦ୍ଧତା ପାଇଁ ସେ ନିର୍ବାଚନରେ ବିଜୟୀ ହୋଇଥିବାରୁ ସାଧୁବାଦ ଦେବାସହ ସମାଜର ପରମ୍ପରା ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ସେହିପରି ଶ୍ରୀରାମଚନ୍ଦ୍ର ଙ୍କ ସହ କୈବର୍ତ୍ତଙ୍କ ଉପାଖ୍ୟାନ କହି ସମସ୍ତଙ୍କ ମନ ମୋହି ଥିଲେ। ପ୍ରାକ୍ତନ ସଭାପତି ଜଗନ୍ନାଥ ବେହେରା ଅନୁଷ୍ଠାନକୁ ଅଧିକ ସଂଗଠିତ କରିବା ପାଇଁ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ସାହୁ ସ୍ବାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ଓ ସାଧାରଣ ସମ୍ପାଦକ ଶ୍ରୀ ବେହେରା ସମ୍ପାଦକୀୟ ବିବରଣୀ ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜର ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ସଦସ୍ୟାମାନଙ୍କ ଦ୍ବାରା ଉତ୍କଳ ର ଜାତୀୟ ସଂଗୀତ ଓ ସମାଜର ଆରାଧ୍ୟା ଦେବୀ ମା ବାଶେଳୀ ଙ୍କ ଉଦ୍ଦେଶ୍ୟରେ ସଂଗୀତ ପରିବେଷଣ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର କିଛି ଦିବଙ୍ଗତ ଆତ୍ମାର ସଦଗତି କାମନା କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ବରିଷ୍ଠ ସଦସ୍ୟ ବନ୍ଧୁଆ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଅର୍ଚ୍ଚନା ସାହୁ, ଅଞ୍ଜନା ବେହେରାଙ୍କ ସମେତ ସମାଜର ବରିଷ୍ଠ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାମନଘାଟୀ ମହୋତ୍ସବ ‘ମାଦଲ -୨୦୨୩’ ଉଦଯାପିତ

Sunil Chandra Nayak

ବାଣପୁର ଅଞ୍ଚଳର ବରିଷ୍ଟ ରାଜନେତା ତଥା ସମାଜସେବୀ ସୁଶିଲ୍ ବିଷୋୟୀଙ୍କ ଦ୍ବାଦଶାହ ସ୍ମୁତିଚାରଣ ସଭା

Sunil Chandra Nayak

ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା , ୪୦ ଦିନରେ ୬୦୦ କିମି ପାଇଁ ଚାଲିଛି ଯାତ୍ରା

Sunil Chandra Nayak

Leave a Comment

error: Content is protected !!