ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ଧଉଳି କଳା ମହୋତ୍ସବ ରେ ରାଉରକେଲା ର ୪ ଚିତ୍ରଶିଳ୍ପୀ ସମ୍ମାନିତ

ଆନ୍ତର୍ଜାତିକ ଧଉଳି କଳା ମହୋତ୍ସବ ରେ ରାଉରକେଲା ର ୪ ଚିତ୍ରଶିଳ୍ପୀ ସମ୍ମାନିତ

ରାଉରକେଲା / ସପ୍ତମ ଅନ୍ତର୍ଜାତିକ ଧଉଳି କଳା ମହୋତ୍ସବ, ଶିଳ୍ପୀ ଶିବିର ଚିତ୍ରକଳା ପ୍ରଦର୍ଶନୀ ଓ ଚିତ୍ର ଶିଳ୍ପୀ ସମ୍ମାନ ପ୍ରଦାନ ମହା ଆଡ଼ମ୍ବର ରେ ଗତ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବ ରେ ରାଉରକେଲା ସାତ ନମ୍ବର ସେକ୍ଟରର କମୁନିଟି ସେଣ୍ଟର ଠାରେ ପରିଚାଳିତ ଜସପାଲ ସ୍ମୃତି ଚିତ୍ରାଳୟର ଅଧ୍ୟକ୍ଷ ଓ ଚିତ୍ରଶିଳ୍ପୀ ରମେଶ ଚନ୍ଦ୍ର ପାତ୍ର, ପ୍ରତାପ କୁମାର ପଟ୍ଟନାୟକ, ସସ୍ମିତା ପଟ୍ଟନାୟକ ଓ ସିଦ୍ଧାର୍ଥ ଶଙ୍କର ଜେନାଙ୍କୁ ସମ୍ମାନିତ କରାଯାଇଥିଲା l ଏହି କଳା ମହୋତ୍ସବ ରେ ଶ୍ରୀ ପାତ୍ର ଓ ଶ୍ରୀ ପଟ୍ଟନାୟକଙ୍କୁ “ଓଡିଶା କଳା ସମ୍ମାନ” ରେ ସମ୍ମାନିତ କରାଯାଇଛି l ଏହି ଚାରିଜଣ ଚିତ୍ରଶିଳ୍ପୀ ଓଡିଶା ବ୍ୟତୀତ ଝାରଖଣ୍ଡ, ବିହାର, ପଶ୍ଚିମ ବଙ୍ଗର ବିଭିନ୍ନ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀ ରେ ନିୟମିତ ଅଂଶ ଗ୍ରହଣ କରି ପ୍ରଶଂସିତ ହୋଇଛନ୍ତି l ଶ୍ରୀ ପଟ୍ଟନାୟକ ଓଡିଶା ଲଲିତକଳା ଏକାଡେମୀ ଓ କେନ୍ଦ୍ର ଲଳିତ କଳା ଏକାଡେମୀରେ ଅଂଶ ଗ୍ରହଣ କରି ମଧ୍ୟ ସମ୍ମାନିତ ହୋଇଛନ୍ତି l ଶ୍ରୀ ରମେଶ ଚନ୍ଦ୍ର ପାତ୍ର ଏକାଧାରାରେ ଚିତ୍ରଶିଳ୍ପୀ, କବି, ଲେଖକ, ଅନୁବାଦକ, ସାନ୍ତାଳୀ ଲେଖକ ଓ ସାନ୍ତାଳୀ ଭାଷା ସାହିତ୍ୟ ଗବେଷକ l ଶ୍ରୀ ପାତ୍ର ମଧ୍ୟ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି l ସସ୍ମିତା ପଟ୍ଟନାୟକ ଓ ସିଦ୍ଧାର୍ଥ ଶଙ୍କର ଜେନା ବିଭିନ୍ନ କଳା ଶିବିର ଓ ପ୍ରଦର୍ଶନୀ ରେ ଅଂଶ ଗ୍ରହଣ କରି ପ୍ରଶଂସିତ ଓ ସମ୍ମାନିତ ହୋଇଛନ୍ତି l ପଦ୍ମଶ୍ରୀ ଅଦୈତ ଚରଣ ଗଡ଼ନାୟକ, ବିଜେପି ରାଜ୍ୟ ସଂଯୋଜିକା ରବି ମହାରଣା,ପଦ୍ମଶ୍ରୀ ବିନୋଦ ମହାରଣା, ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବିଭୁ ପ୍ରସାଦ ମିଶ୍ର, ଅଧ୍ୟାପକ ଚକ୍ରଧର ବେହେରା, ପ୍ରବୀର ଦଳାଇ, ଦିପ୍ତୀରେଖା ପଟ୍ଟନାୟକ, ଶ୍ୟାମ ସୁନ୍ଦର ମହାପାତ୍ର, ଗୌରାଙ୍ଗ ବାରିକ, କଲାମିତ୍ର ଫାଉଣ୍ଡେସନ ର ଅଧ୍ୟକ୍ଷ ଏମ ରମେଶ, ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସହ ଅନେକ ଚିତ୍ରଶିଳ୍ପୀ ଓ କଳା ପ୍ରେମୀ ଉପସ୍ଥିତ ଥିଲେ l ଧଉଳି କଳା ଓ ଚରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼: ପଞ୍ଚାନନ ସାମଲ କଳାର ଉଦ୍ଦେଶ୍ୟ ଓ ଆବଶ୍ୟକତା ଆଭିମୁଖ୍ୟ ସମ୍ବନ୍ଧରେ ବ୍ୟାଖ୍ୟା କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଚଳ ଲିଫ୍ଟ ପଏଣ୍ଟ କାର୍ଯ୍ୟକ୍ଷମ ଦାବୀ, ଉପର ଇନ୍ଦ୍ରାବତୀ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଚାଷୀ

masiha

କଟକ ସଦର ମାଟିର ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସେବାକାର୍ଯ୍ୟ 

Sunil Chandra Nayak

ଭାଲୁ ଆକ୍ରମଣରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ, ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର

masiha

Leave a Comment

error: Content is protected !!