ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

`ଢେଙ୍କାନାଳ ପାଇଁ ସ୍ୱର୍ଣ୍ଣ ଆଣିଲେ କୀର୍ତ୍ତିରାଣୀ`

`ଢେଙ୍କାନାଳ ପାଇଁ ସ୍ୱର୍ଣ୍ଣ ଆଣିଲେ କୀର୍ତ୍ତିରାଣୀ`

ଗତ ମାର୍ଚ୍ଚ ୨୬ ରୁ ୨୯ ପର୍ଯ୍ୟନ୍ତ ଅସ୍ମିତା ଖେଲୋ ଇଣ୍ଡିଆ ନେସନାଲ୍ କିକ୍ ବକ୍ସିଂ ଲିଗ୍ ତାମିଲନାଡୁ , ର ବିନାୟକ ମିସନ୍ ଚେନ୍ନାଇ କ୍ୟାମ୍ପସ ଠାରେ ଅନୁଷ୍ଠିତ ହୋଇଯାଇଛି। 

ଏହି ପ୍ରତିଯୋଗିତା ରେ ସମସ୍ତ ରାଜ୍ୟ ର ୬୦୦ ରୁ ଊର୍ଦ୍ଧ୍ୱ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ।ଏହି ପ୍ରତିଯୋଗିତରେ ଓଡ଼ିଶା ର ମୋଟ୍ ୨୪ ଜଣ ପ୍ରତଯୋଗି ଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ର ୦୬ ଜଣ ମହିଳା ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ।

ସେମାନଙ୍କ ମଧ୍ୟରୁ ଏକ ମାତ୍ର ଖେଳାଳୀ ଭାବେ ଉଲ୍ଲେଖେନୀୟ ପ୍ରଦର୍ଶନ କରି ଫାଇନାଲ ପ୍ରତିଯୋଗିତାରେ ପଞ୍ଜାବ ର ପ୍ରତିଯୋଗି କୁ ୧୨/୦୨ ପଏଣ୍ଟ ରେ ନୋକ୍ଆଉଟ୍ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଏହି ପ୍ରତିଯୋଗିତା ରେ କୀର୍ତ୍ତିରାଣୀ ସାହୁ ଙ୍କ ପ୍ରଦର୍ଶନ ଉଚ୍ଚକୋଟି ର ଥିଲା । ଏହି ପ୍ରତିଯୋଗିତା ପାଇଁ ସେ କଠିନ ପରିଶ୍ରମ କରି ଢେଙ୍କାନାଳ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ଅବସର ରେ ଅର୍ମେଚର କିକ୍ ବକ୍ସିଂ ଆସୋସିଏସନ୍ ଅଫ ଓଡିଶା ର ସଭାପତି କାର୍ତ୍ତିକ ଡାକୁଆ, ସମ୍ପାଦକ ବିଚିତ୍ର ନାରାୟଣ ଜେନା,ଢ଼େଙ୍କାନାଳ କ୍ରୀଡା ଅଧିକାରୀ ଦୟାନିଧି ପାତ୍ର ଏବଂ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସମସ୍ତ ସଦସ୍ୟ ଓ କୋଚିଙ୍ଗ କମିଟି ଖେଳାଳି ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା , ରାୟଗଡା ଏକାଦଶ ଚମ୍ପିୟାନ

masiha

କୋକସରା ଠାରେ ଦ୍ଵି ଦିବସୀୟ ଅଳଇଣ୍ଡିଆ ଫ୍ଲଡ଼ ଲାଇଟ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

Sunil Chandra Nayak

ପ୍ରଥମ ପ୍ରଶାନ୍ତ ସିଂହ ସ୍ମାରକୀ ୧୪ ବର୍ଷ ରୁ କମ୍ ଗ୍ରାସରୁଟ ଚମ୍ପିୟାନ ଫୁଟବଲ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!