ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ରେ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା 

ଓଡ଼ିଆ ରେ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା 

ଡାବୁଗାଁ, ୪/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ରେ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା ଶନିବାର ଅନୁଷ୍ଠିତ ହୋଯାଇଛି | ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଏକ ସଚେତନତା ଅଭିଯାନ ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନେ ଏକ ବିଶାଳ ପଦଯାତ୍ରାରେ ବାହାରି ସମାଜରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି ସଚେତନତା ସୃଷ୍ଟି କରିଥିଲେ । ଶୋଭାଯାତ୍ରା ବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇ ଡାବୁଗାଁ ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟ|ଳୟ ଠାରେ ପହଞ୍ଚିଥିଲେ । ଛାତ୍ରୀ ଛାତ୍ର ମାନେ ବିଭିନ୍ନ ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଆହ୍ୱାନ ଜଣାଇଥିଲେ । ସେମାନେ “ଆମ ଭାଷା ଓଡ଼ିଆ, ଆମର ଗୌରବ” ପରି ସ୍ଲୋଗାନ ଦେଇ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ। ଏହି ଅଭିଯାନରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ମାନେ ମଧ୍ୟ ସହଭାଗୀ ହୋଇ ଛାତ୍ରୀ ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ । ସେମାନେ ଓଡ଼ିଆ ଭାଷାର ସୁରକ୍ଷା ଓ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ଏହି ଓଡିଆ ପକ୍ଷ କାର୍ଯ୍ୟକ୍ରମ ରେ ଡ଼ାବୁଗାଁ ବିଡିଓ ସମୀର ପାତ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି. ପ୍ରସାଦ, ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା, କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ ଦୀପକ ମିଶ୍ର, ଅଧ୍ୟାପକ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଅମୂଲ୍ୟ ଦଳାଇ ପରିଚାଳନା କରିଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କଳାହାଣ୍ଡି ଯୁବ ପାଇକ ସମାଜ ପକ୍ଷରୁ ଆଜି ଛିଲିପା ତେଲନଦୀ କୂଳସ୍ଥ ହନୁମାନ ବାଟୀକା ଠାରେ ନୂଆଁଖାଇ ଭେଟଘାଟ ଓ ବନ୍ଧୁମିଲନ

masiha

ହାପି ମୋମେଣ୍ଟସ ର ପ୍ରତିଭା ଖୋଜ କାର୍ଯ୍ୟକ୍ରମ 

masiha

ଲୋକକଳା ପାଇଁ ଦିନଟିଏ “କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!