ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆ ନାମ ଫଳକ ଅଭିଯାନ 

ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆ ନାମ ଫଳକ ଅଭିଯାନ 

ରାଉରକେଲା : ୪/୪/୨୬ : ଏପ୍ରିଲ ମାସ ଏକ ତାରିଖ ଓଡ଼ିଶା ଦିବସଠାରୁ ଆରମ୍ଭ ହେଉଛି ‘ଓଡ଼ିଆ ପକ୍ଷ–୨୦୨୬’। ଏହି କ୍ରମରେ ଆଜି ତଥା ଚାରି ଏପ୍ରିଲ ରେ ପାଳନ କରାଯାଇଥିଲା ଓଡ଼ିଆରେ ନାମଫଳକ ଲେଖା ଅଭିଯାନ ।

ଏହି ପରିପ୍ରେକ୍ଷୀ ରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ, ସୁନ୍ଦରଗଡ ଙ୍କ ଦ୍ୱାରା ରାଉରକେଲା ରେ ଆୟୋଜନ କରାଯାଇଥିଲା ଓଡ଼ିଆ ନାମ ଫଳକ ସଚେତେନତା ପଦଯାତ୍ରା ଅଭିଯାନ ।  ଏହି ଅଭିଯାନ ରେ ଯୋଗଦାନ କରିଥିଲେ ଶ୍ରୀଯୁକ୍ତ ଶାରଦା ପ୍ରସାଦ ନାୟକ, ମାନ୍ୟବର ବିଧାୟକ , ରାଉରକେଲା, ଶ୍ରୀଯୁକ୍ତ ବିଜୟ ନାୟକ, ଉପ ଜିଲ୍ଲାପାଳ, ପାନପୋଷ , ଶ୍ରୀଯୁକ୍ତ ଘାସିରାମ ଟୁଡୁ, ଅତିରିକ୍ତ ଶ୍ରମ ଆୟୁକ୍ତ, ଭୁବନେଶ୍ୱର, ଶ୍ରୀଯୁକ୍ତ ପ୍ରଣବ ରଞ୍ଜନ ଜେନା, ଯୁଗ୍ମ ଶ୍ରମ ଆୟୁକ୍ତ, ରାଉରକେଲା ଶ୍ରୀମତୀ ସୁନିତା କିଷାନ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ରାଉରକେଲା , ଶ୍ରୀ ଗୋପାଳ କୃଷ୍ଣ ମଙ୍ଗରାଜ, ଜିଲ୍ଲା ଶ୍ରମ ଅଧିକାରୀ, ରାଉରକେଲା ଓ କାର୍ଯ୍ୟାଳୟ ର ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ । ଏତଦବ୍ୟତୀତ  ଜିଲ୍ଲା ର ସମସ୍ତ  ଓଡ଼ିଆ ଭାଷା ଆନ୍ଦୋଳନ ର ଅଗ୍ରଣୀ ଅନୁଷ୍ଠାନ ଯଥା ଉତ୍କଳ ସମ୍ମିଳନୀ, ପ୍ରଗତି ଉତ୍କଳ ସଂଘ , ସାଂସ୍କୃତିକ ପରିଷଦ ରାଉରକେଲା, ଇସ୍ପାତ ସାହିତ୍ୟ ସଂସଦ , ଆଦର୍ଶ ପାଠାଗାର, ଭଞ୍ଜ କଳାକେନ୍ଦ୍ର, ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ, ଏକତ୍ର ରାଉରକେଲା, ଓଡ଼ିଆ ଭାଷା ବିକାଶ ମଂଚ, ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ,ଗରିମା, ଶାସ୍ତ୍ରୀ ସାହିତ୍ୟ ସଂସଦ, ଜଗଦା ସାଂସ୍କୃତିକ ପରିଷଦ, ବାସନ୍ତୀ ପାଠାଗାର, ବାସନ୍ତୀ ସାଂସ୍କୃତିକ ପରିଷଦ, ଧାମରା ସଂଘ , ସୁବର୍ଣ୍ଣରେଖା, ଗୋପବନ୍ଧୁ ପାଠାଗାର , ମଧୁସୂଦନ ପାଠାଗାର, ସ୍ୱାଭିମାନୀ ଓଡ଼ିଆ,ନୀଳଚକ୍ର, ନୀଳଶୈଳ, ମୁଁ ଓଡ଼ିଆ ମୁଁ ଗର୍ବିତ, ରାଉରକେଲା ହୋଟେଲ ଆସୋସିଏସନ ଓ ବିଭିନ୍ନ ସ୍ୱଚ୍ଛାସେବୀ ସଙ୍ଗଠନ ର କର୍ମକର୍ତ୍ତା ବୃନ୍ଦ ଯୋଗଦାନ କରିଥିଲେ ।

ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ (ସଂଶୋଧନ) ଅଧିନିୟମ ଅନୁଯାୟୀ, ପ୍ରତିଟି ବ୍ୟବସାୟିକ ଅନୁଷ୍ଠାନର ନାମଫଳକରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେବା ଏକ ସାମ୍ବିଧାନିକ ତଥା ନୈତିକ ଦାୟିତ୍ୱ। ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ ହେଉଛି ବ୍ୟବସାୟୀ ଭାଇଭଉଣୀମାନଙ୍କୁ ସଚେତନ କରାଇବା ଯେ, ଓଡ଼ିଆରେ ନାମଫଳକ ଲେଖିବା କେବଳ ଏକ ନିୟମ ନୁହେଁ, ବରଂ ଆମ ମାତୃଭାଷା ପ୍ରତି ଏକ ସମ୍ମାନ। ଏହି ପାଦ ଯାତ୍ରା ମଧୁସୂଦନ ମାର୍ଗ ରୁ ବାହାରି ଆମ୍ବେଦକର ଛକ ରେ ଶେଷ ହୋଇଥିଲା । ଏହି ପଦଯାତ୍ରା ଦ୍ୱାରା ବ୍ୟବସାୟୀ ଙ୍କ ମଧ୍ୟ ରେ ଓଡ଼ିଆ ରେ ନାମ ଫଳକ ଲେଖିବା ପାଇଁ  ସଚେତନତା ସୃଷ୍ଟି କରାଯିବ ସହିତ ଏହି ସମ୍ବନ୍ଧୀୟ ଥିବା ଆଇନ ର ବ୍ୟବସ୍ଥା ଓ ଏହାର ଉଲଂଘନ କଲେ ଦଣ୍ଡ ବିଧାନ ସମ୍ବନ୍ଧ ରେ ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଇଥିଲା । ଏହି ପଦ ଯାତ୍ରା ରେ ବ୍ୟବସାୟୀ ମାନଙ୍କୁ ସୂଚନା ଦିଆଯାଇଥିଲା ଯେ ସେମାନଙ୍କର ବ୍ୟବସାୟିକ ପ୍ରତିଷ୍ଠାନ ର ନାମଫଳକର ସବୁଠାରୁ ଉପର ଭାଗରେ କିମ୍ବା ବାମ ପାର୍ଶ୍ୱରେ ଓଡ଼ିଆ ଅକ୍ଷର ବଡ଼ ଏବଂ ସ୍ପଷ୍ଟ ଭାବରେ ରହିବା ଆବଶ୍ୟକ। ଓଡ଼ିଶା ସରକାରଙ୍କ ନିୟମ ଅନୁଯାୟୀ, ଓଡ଼ିଆରେ ନାମ ଲେଖିବା ବାଧ୍ୟତାମୂଳକ। ଏହାର ଉଲ୍ଲଂଘନ କଲେ ଜରିମାନାର ପ୍ରାବଧାନ ରହିଛି। ସ୍ଥାନୀୟ ଭାଷାରେ ନାମ ରହିଲେ ସାଧାରଣ ଲୋକ ଓ ଗ୍ରାହକମାନେ ଅନୁଷ୍ଠାନ ସହ ଅଧିକ ନିବିଡ଼ ଭାବେ ଯୋଡ଼ି ହୋଇପାରନ୍ତି। ସର୍ବଶେଷରେ ସୁନିତା କିଷାନ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ରାଉରକେଲା ଧନ୍ୟବାଦ ଅର୍ପଣ କରିଥିଲେ ।  

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 
 

Related posts

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ

masiha

କଳା ବଜାରୀ କଲେ କଠୋର କାଯ୍ୟନୁଷ୍ଠାନ ନେବ ଜିଲ୍ଲା କୃଷି ବିଭାଗ

masiha

ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ୨୫ କିମି ପଦଯାତ୍ରାରେ ଗର୍ଜିଲେ ଚାଷୀ। ଶସ୍ୟବୀମାରେ ଅନିୟମିତତା, ଏଗ୍ରିଷ୍ଟାକ୍ ବ୍ୟବସ୍ଥା ଓ ସାର କଳାବଜାରୀ ନେଇ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!