ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ଅବସରରେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ମାନ୍ୟବର ବିଧାୟକଙ୍କ ଦ୍ୱାରା ଶୁଭାରମ୍ଭ

ଓଡ଼ିଆ ପକ୍ଷ ଅବସରରେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ମାନ୍ୟବର ବିଧାୟକଙ୍କ ଦ୍ୱାରା ଶୁଭାରମ୍ଭ 

ବ୍ରହ୍ମପୁର, ତା ୦୫/୦୪ ଓଡ଼ିଆ ପକ୍ଷ ଅବସରରେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ମାନ୍ୟବର ବିଧାୟକଙ୍କ ଦ୍ୱାରା ଶୁଭାରମ୍ଭ ରବିବାର ସକାଳ ସମୟରେ କରାଯାଇଥିଲା । ଏହି ଗଣଦୌଡ ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇ ଖଲ୍ଲିକୋଟ କଲେଜ ପର୍ଯ୍ୟନ୍ତ ଯାଇ ପୁନର୍ବାର ଷ୍ଟାଡିୟମ୍‌କୁ ଫେରିଥିଲା।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ବ୍ରହ୍ମପୁର ; ମେୟର, ଡେପୁଟି ମେୟର ବ୍ରହ୍ମପୁର ମହାନଗର ନିଗମ; କମିଶନର; ମହାନଗର ନିଗମ ବ୍ରହ୍ମପୁର, ଉପ ଜିଲ୍ଲାପାଳ, ବ୍ରହ୍ମପୁର ଓ ଜିଲ୍ଲା କ୍ରୀଡା ଅଧିକାରୀ, ଗଞ୍ଜାମ ଯୋଗଦେଇଥିଲେ।

ଏହି ଗଣଦୌଡରେ ପ୍ରାୟ ୫୦୦ରୁ ଅଧିକ ବୁଦ୍ଧିଜୀବୀ, ମହିଳା, ଯୁବକ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଆଜିର ଏହି ଗଣ ଦୌଡ଼ ଅତ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହିତ ସମାପନ ହୋଇଥିଲା। 

କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଦିଆଯାଇ ଅଂଶଗ୍ରହଣକାରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Related posts

ଜୁନାଗଡ଼ ରେ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

ବର୍ଷା ବିତ୍ପାତ ଯୋଗୁଁ ଫିକା ପଡ଼ିଲା ଯାମଦା- କଇଁପୁର ପାକଣାପାଟ ଯାନ୍ତାଳ ପର୍ବ; କମିଟି ନିଷ୍ପତ୍ତି କ୍ରମେ ଆସନ୍ତା ସେପ୍ଟେମ୍ବର ୨୨ ଓ ୨୩ ରେ ପୁନଃ ହେବ ଯାନ୍ତାଳ ମେଳା

masiha

ସରାଗୁଡ଼ା ରେ ପାଳିତ ହେଲା ସ୍ଵଛତାର ପର୍ବ ବଉଳାଣି ଯାତ୍ରା 

masiha

Leave a Comment

error: Content is protected !!