ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ସିଜିମାଳି ପାହାଡ଼ରେ ମଧ୍ୟରାତ୍ରୀ ପୋଲିସ ଆକ୍ରମଣ: ଆଦିବାସୀଙ୍କ ଘର ଭାଙ୍ଗି,ମହିଳାଙ୍କୁ ନିର୍ଯାତନା ଘଟଣା ରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି.

ରାୟଗଡା ସିଜିମାଳି ପାହାଡ଼ରେ ମଧ୍ୟରାତ୍ରୀ ପୋଲିସ ଆକ୍ରମଣ: ଆଦିବାସୀଙ୍କ ଘର ଭାଙ୍ଗି,ମହିଳାଙ୍କୁ ନିର୍ଯାତନା ଘଟଣା ରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି.

ଭୁବନେଶ୍ୱର/ନୂଆଦିଲ୍ଲୀ:୦୮ ଏପ୍ରିଲ୍ ୨୦୨୬ — ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରାୟଗଡା ଜିଲ୍ଲାର ସିଜିମାଳି ପାହାଡ଼ ଅଧିନସ୍ଥ କଣ୍ଟାମାଲି ଗ୍ରାମରେ ୦୭ ଏପ୍ରିଲ୍ ୨୦୨୬ ମଧ୍ୟରାତ୍ରୀ ପ୍ରାୟ ୩ଟା ସମୟରେ ଘଟିଥିବା ପୋଲିସ କାର୍ଯ୍ୟ ପ୍ରତି ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି।

ସୂଚନା ଅନୁସାରେ, ପୋଲିସ ଗ୍ରାମକୁ ଘେରାଉ କରି ବିଦ୍ୟୁତ୍ ସଂଯୋଗ କାଟିଦେଇଥିଲେ ଏବଂ ଟିୟର ଗ୍ୟାସ ଓ ବ୍ଲାଙ୍କ ଫାୟାରିଂ କରିଥିଲେ, ଘରଦ୍ୱାର ଭାଙ୍ଗି ଦେଇଥିଲେ ଯାହା ଫଳରେ ଆଦିବାସୀ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା।

ଏହି କାର୍ଯ୍ୟ ସମୟରେ ଆଦିବାସୀଙ୍କ ଘର ସହିତ ଗାଈ ଗୁହାଳ, ଛେଳି ଗୁହାଳ ଗୁଡିକୁ ଭଙ୍ଗିଦିଆଯାଇଥିବା ଓ ଅଭିଯୋଗ ଆସିଛି, ଯାହା ଆଦିବାସୀ ଙ୍କ ଜୀବନ ଜୀବିକା ଉପରେ ବିଶାଳ ପ୍ରଭାବ ପକାଇଛି। ଭୟରେ ଅନେକ ପରିବାର ଜଙ୍ଗଲକୁ ପଳାଇଯାଇଥିବା ଖବର ମିଳିଛି।

ସବୁଠାରୁ ଗୁରୁତର ଅଭିଯୋଗ ହେଉଛି ଯେ ଆଦିବାସୀ ମହିଳାଙ୍କୁ ଅପମାନ, ନିର୍ଯାତନା ଓ ଆକ୍ରମଣ କରାଯାଇଛି।ସାଂସଦ ଶ୍ରୀ ବିଶି କହିଛନ୍ତି ଯେ ଏହି ଘଟଣା କେବଳ ସିଜିମାଳିରେ ସୀମିତ ନୁହେଁ, ବରଂ କୁଟ୍ରୁମାଳି ପର୍ବତ,ମାଝି ମାଳି ପର୍ବତ ଓ ଖଣ୍ଡୁଆଳମାଳି ପାହାଡ଼ ଅଞ୍ଚଳରେ ମଧ୍ୟ ଆଦିବାସୀଙ୍କ ଅଧିକାର ଉପରେ ସଙ୍କଟ ସୃଷ୍ଟି ହେଉଛି।

ଏହି ଘଟଣାରେ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ନିର୍ଯାତନା ନିବାରଣ ଆଇନ ଉଲଂଘନ ହୋଇଛି, ପେସା ଆଇନ ଉଲଂଘନ କରାଯାଇଛି,ଏବଂ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଖୋଲା ଉଲଂଘନ କରାଯାଇଛି. ଏହା ସହିତ ସୁପ୍ରିମ କୋର୍ଟର ଓଡିଶା ଖଣି ନିଗମ ବନାମ କେନ୍ଦ୍ର ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ୨0୧୩ ରାୟକୁ ମଧ୍ୟ ଘୋର ଅବମାନନା କରାଯାଇଛି ବୋଲି ଶ୍ରୀ ବିଶି କହିଛନ୍ତି।

ସେ ଦାବୀ କରିଛନ୍ତି ଯେ ପୋଲିସ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯାଉ l ବିଚାର ବିଭାଗୀୟ ତଦନ୍ତ କିମ୍ବା ଉଚ୍ଚସ୍ତରୀୟ ତଦନ୍ତ କରାଯାଉ lଦୋଷୀ ପୋଲିସ, ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଉ l

ପୀଡ଼ିତ କ୍ଷତିଗ୍ରସ୍ତ ପ୍ରଭାବିତ ପରିବାରଙ୍କୁ କ୍ଷତିପୂରଣ ଓ ପୁନର୍ବାସଆଦିବାସୀଙ୍କ ଜମି,ଜଙ୍ଗଲ,ଜୀବିକା ଓ ମର୍ଯ୍ୟାଦାର ସହିତ ବଞ୍ଚିବାର ସୁରକ୍ଷା ସୁନିଶ୍ଚିତ କରାଯାଉ ବୋଲି ରାଷ୍ଟ୍ରପତି ଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି l

Related posts

ମୃତକ ଭରତ ଦେଓଗାମଙ୍କୁ ଭାଜପାର ଜିଲ୍ଲା କମିଟିରେ ସୁଯୋଗ 

masiha

Dalmia Cement’s Rajgangpur Plant Empowers Over 5400 Households with Sustainable Livelihoods Under Gram Parivartan

Sunil Chandra Nayak

Rayagada News: Aditya Alumina Refinery Onboards First Batch of Apparel Trainees

masiha

Leave a Comment

error: Content is protected !!