ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗିରରେ ଘୂର୍ଣ୍ଣିବାତ୍ୟା ଓ କୁଆପଥର ବୃଷ୍ଟିରେ ବ୍ୟାପକ କ୍ଷତି, ପ୍ରତି ଚାଷୀଙ୍କୁ ₹୨0 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦାବି କଲେ ସାଂସଦ ନିରଞ୍ଜନ ବିଶି

ବଲାଙ୍ଗିରରେ ଘୂର୍ଣ୍ଣିବାତ୍ୟା ଓ କୁଆପଥର ବୃଷ୍ଟିରେ ବ୍ୟାପକ କ୍ଷତି, ପ୍ରତି ଚାଷୀଙ୍କୁ ₹୨0 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦାବି କଲେ ସାଂସଦ ନିରଞ୍ଜନ ବିଶି

ପାଟଣାଗଡ , ଖପ୍ରାଖୋଲ ଓ ବେଲପଡା ବ୍ଲକରେ ଫସଲ, ଘର ଓ ବଗିଚାର ଭୟାବହ କ୍ଷତି

ବଲାଙ୍ଗିର, ତାରିଖ: _୭ /04/2026 — 0୬ ଏପ୍ରିଲ 2026 ରେ ଘଟିଥିବା ଭୟାବହ ଘୂର୍ଣ୍ଣିବାତ୍ୟା, ପ୍ରବଳ ବର୍ଷା ଓ କୁଆପଥର ବୃଷ୍ଟି ବଲାଙ୍ଗିର ଜିଲ୍ଲାରେ ବ୍ୟାପକ କ୍ଷୟ କ୍ଷତି ସୃଷ୍ଟି କରିଛି। ବିଶେଷ କରି ପାଟଣାଗଡ଼, ଖପ୍ରାଖୋଲ ଓ ବେଲପଡା ବ୍ଲକର ଅନେକ ଗାଁ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏହି ପରିସ୍ଥିତି ପ୍ରତି ଗଭୀର ଚିନ୍ତା ବ୍ୟକ୍ତ କରି ରାଜ୍ୟ ସରକାରଙ୍କୁ ତୁରନ୍ତ ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏହି ବର୍ଷା ଯୋଗୁଁ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଗାଁଗୁଡିକ ହେଉଛି ପାଟଣାଗଡ ବ୍ଲକ ର ପlଢ଼େଲ, ଡୁମେ ରପଦର, ଠକପଡା, ବାଙ୍କିବlହାଲ, ବରବlହାଲ ଖପ୍ରାଖୋଲ ବ୍ଲକ ର ଚଙ୍ଗରିଆ, ରେଙ୍ଗାଲଜୁରି, ଗୌଡପାଲି, ଜୁରିଆ ବେଲପଡା ବ୍ଲକ ର କିନ୍ଦ୍ରିଟା ଲ, ଗମ୍ଭାରୀ, କଂସlପାଲା ରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ପନିପରିବା ଚାଷ ଧ୍ୱଂସ ହୋଇଛି ଏବଂ ଲଘୁ ବନ ଜାତ ଦ୍ରବ୍ୟ ଆମ୍ବ, ମହୁଲ, ତେନ୍ତୁଳି,ଓ ବିଭିନ୍ନ ଫଳଚାଷ ଭାରି କ୍ଷତି ଘଟିଛି lଗରିବ ଲୋକଙ୍କ ଘର ଦ୍ୱାର ଭାଙ୍ଗି ଯାଇଛି, ଗାଈ ଗୁହାଳ,,ଛେଳି ଗୁହାଳ କ୍ଷତିଗ୍ରସ୍ତ ହୋଇଛି lଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷୀ, ଗରିବ ଲୋକ ଆର୍ଥିକ ଭାବେ ଦୁର୍ବଳ ପରିବାର ସର୍ବସ୍ବ ହରାଇଛନ୍ତି ।

 କ୍ଷତିଗ୍ରସ୍ତ ପରିବାର, ଚାଷୀ, ମାନଙ୍କୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପୂର୍ବତନ ସାଂସଦ ନିରଞ୍ଜନ ବିଶି ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଦ୍ୱାରା ଦାବି କରିଛନ୍ତି l ସାଂସଦ ଶ୍ରୀ ବିଶି ଦାବୀ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏବଂ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ରୁ ପ୍ରତି ପ୍ରଭାବିତ ଚାଷୀ ପରିବାରକୁ ₹୧0/ ୧୫ ଲକ୍ଷ ଟଙ୍କା ତୁରନ୍ତ ପ୍ରଦାନ କରାଯାଉ l

Related posts

ଜନଜାତୀୟ ଗୌରବ ଦିବସ- ୨୦୨୫ ଉପଲକ୍ଷେ ପ୍ରସ୍ତୁତି ବୈଠକ 

Sunil Chandra Nayak

ଢେଙ୍କାନାଳ ବ୍ରାହ୍ମଣୀ ନଦୀଗର୍ଭରେ ଫସିରହିଥିଲେ ଦୁଇ ଯୁବକ 

Sunil Chandra Nayak

ଢେଙ୍କାନାଳ ସହରରେ ଜବର ଦଖଲକାରିଙ୍କୁ ତାଗିଦ କଲା ପୋଲିସ

masiha

Leave a Comment

error: Content is protected !!