ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ପଞ୍ଚୁଦଣ୍ଡ ମହାମିଳନ 

ଧରାକୋଟ ରେ ପଞ୍ଚୁଦଣ୍ଡ ମହାମିଳନ 

ଆସିକା,୭/୪/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ଗଡ଼ରେ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଣିକପୁର,ପଣିବନ୍ଧ, ବରଡାବିଲି, ଜାହାଡା ଓ ଧରାକୋଟ ଦଣ୍ଡଦଳ ଭାଗ ନେଇଥିଲେ। ପ୍ରଥମେ ମାନସିକଧାରି ମାନେ ପାଞ୍ଚ ଗୋଟି ଦଣ୍ଡକୁ ନିମନ୍ତ୍ରଣ କରି ବରଣ କରିଥିଲେ । ଏହା ପରେ ସମସ୍ତ ଦଣ୍ଡଦଳ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିକଟରେ ସମବେତ ହେବାପରେ କର୍ତ୍ତା ଦିଲିପ ସ୍ୱାଇଁ,ନବଘନ ଭଞ୍ଜ,ଗତି କୃଷ୍ଣ ସାହୁ , ରାମକୃଷ୍ଣ ପତ୍ରୀ ଓ ଆମର ଦାସ ଯଥାକ୍ରମେ କୁମ୍ଭାର ସାହି,ବଡଦାଣ୍ଡ ସାହି, ରଥପଦା ସାହି,କୋଠରୀ ସାହି ଓ ମଝି ସାହି କୁ ଦଣ୍ଡଦଳକୁ ପାଛୋଟି ନେଇଥିଲେ। ମଧ୍ୟାହ୍ନରେ ଧୂଳିଦଣ୍ଡ ସାରି ନେଳିଆ ବନ୍ଧରେ ପାଞ୍ଚ ଗୋଟି ଦଳ ପାଣିଦଣ୍ଡ କାର୍ଯ୍ୟ ସମାପନ କରି ଅଗ୍ନିଦଣ୍ଡ ସହ ନଗର ପରିକ୍ରମା କରିଥିଲେ । ଅପରାହ୍ନରେ ଆଡ଼ପ ମଣ୍ଡପ ମେଳଣ ପଡ଼ିଆରେ ପଞ୍ଚଦଣ୍ଡ ଙ୍କର ମହାମିଳନ ପର୍ବ ଅନୁଷ୍ଠିତ ହୋଇଥିଲା । ମିଳନ ପର୍ବରେ ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ରାଜଜେମା ଶାନ୍ତିପ୍ରିୟା ଦେବୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ସମାଜସେବୀ ପ୍ରଦୀପ ପତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ।ଏହାପରେ ଧରାକୋଟ ମିନି ଷ୍ଟାଡିୟମରେ ସନ୍ଧ୍ୟା ଆଳତି ଓ ନିଶାର୍ଦ୍ଧରେ ସାମୂହିକ ପ୍ରସାଦ ସେବନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଶେଷ ପର୍ଯ୍ୟାୟରେ ପାଞ୍ଚ ଗୋଟି ଦଣ୍ଡଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଥାନାଅଧିକାରୀ ଚନ୍ଦ୍ରିକା ସ୍ବାଇଁ,ଅତିରିକ୍ତ ଥାନା ଅଧିକାରୀ ଅଞ୍ଜଳି ବେହେରାଙ୍କ ନେତୃତ୍ୱରେ ସଫଳତାର ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିବା ବେଳେ ଅଗ୍ନୀଶମ ଅଧିକାରୀ କୃଷ୍ଣ ଚନ୍ଦ୍ର ସାହୁ,ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ ଉପସ୍ଥିତ ରହିଥିଲେ । ଆଜିର ପଞ୍ଚୁ ଦଣ୍ଡ ମିଳନ କାର୍ଯ୍ୟକ୍ରମରେ ସତ୍ୟସାଇ ସେବା ଗୃଫ ଓ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଭକ୍ତ ମାନଙ୍କୁ ପଣା ଓ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଥିବା ବେଳେ ସ୍ୱେଚ୍ଛାସେବୀ ମାନଙ୍କ ଦ୍ଵାରା ଭୋଗ ପଣା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଧରାକୋଟ ଗ୍ରାମବାସୀ ଓ ମା ଦଣ୍ଡ କାଳି ଯୁବକ ସଂଘର ସଦସ୍ୟ ମାନେ ଏଥିରେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ।

Related posts

ରାଇରଙ୍ଗପୁର ଡାକ୍ତରଖାନାରେ ବିଭିନ୍ନ ସମସ୍ୟା ନେଇ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ‘ମାସା’ ତରଫରୁ ଦାବିପତ୍ର

masiha

ବରିଷ୍ଠ ନାଗରିକ ସଂଘର ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ

Sunil Chandra Nayak

ଜାତୀୟ ପଞ୍ଚାୟତ ରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ହାଟବାଦଡା ପଞ୍ଚାୟତର ସରପଞ୍ଚକୁ ‘ ଆତ୍ମନିର୍ଭର ପଞ୍ଚାୟତ ସ୍ପେସିଆଲ ଆଓ୍ବାର୍ଡ’ ଦ୍ଵାରା ସମ୍ବର୍ଦ୍ଧିତ , ପୁରସ୍କୃତ ଓ ସମ୍ମାନୀତ 

masiha

Leave a Comment

error: Content is protected !!