ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ବାଲି ଓ ଚିପ୍ସ ବୋଝେଇ ୧୫ ହାଇୱା ଯବତ

ବେଆଇନ ବାଲି ଓ ଚିପ୍ସ ବୋଝେଇ ୧୫ ହାଇୱା ଯବତ 

ଲକ୍ଷ୍ମୀପୁର ୦୮/୦୪ — ଲକ୍ଷ୍ମୀପୁର ପୋଲିସ ଓ ଖଣି ବିଭାଗ ତରଫରୁ ଆଜି୧୫ ଟି ବେଆଇନ ବାଲି ଓ ଚିପ୍ସ ବୋଝେଇ ହାଇୱା ଯବତ କରାଯାଇଛି।ସେଥି ମଧ୍ୟରୁ କଂସାରୀଗୁଡା କମ୍ପାନୀ କୁ ଯାଉଥିବା ୬ ଟି ବାଲି ବୋଝେଇ ହାଇୱା ଗାଡିକୁ ମଣ୍ଡଳଗୁଡା ଛକରୁ ଯବତ କରାଯାଇଥିବା ବେଳେ ନାରାୟଣ ପାଟଣା କୁ ଯାଉଥିବା ୯ଟି ଚିପ୍ସ ବୋଝେଇ ହାଇୱା ଗାଡି ଗୁଡିକୁ ଲକ୍ଷ୍ମୀପୁର ନିକଟସ୍ଥ ଦୋଳିଆମ୍ବା ଗାଁ ନିକଟରୁ ଯବତ କରାଯାଇଛି।ରୟାଲଟି ଫାଙ୍କି ରାତି ଅଧିଆ ଯାଉଥିବା ସମସ୍ତ ହାଇୱା ଧରା ପଡିଥିବା ପୋଲିସ କହିଛି।ପ୍ରକାଶ ଥାଉକି ରାୟଗଡା ଓ କୋରାପୁଟ ଜିଲ୍ଲାର ସୀମାନ୍ତ ଅଞ୍ଚଳ ରୁ ନିତିଦିନ ବେଆଇନ ଭାବେ ବାଲି, ଚିପ୍ସ ଓ ମେଟାଲ ପରିବହନ ହଉଥିବା ବେଳେ ଖଣି ବିଭାଗ ର ନିଷ୍କ୍ରିୟତା କୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।ଏଇ ଚଢ଼ାଉ ରେ ସ୍ଥାନୀୟ ଏସଡ଼ିପିଓ ମନୋଜ ବେହେରା, ଆଇଆଇସି ସୁଜ୍ଞାନୀ ସାହୁ, ଖଣି ଅଧିକାରୀ ମହେନ୍ଦ୍ର ବେହେରା ଙ୍କ ସମେତ ବ୍ୟାପକ ପୋଲିସ କର୍ମୀ ଉପସ୍ଥିତ ଥିଲେ।ବର୍ତମାନ ଯବତ ସମସ୍ତ ହାଇୱା ଗାଡି କେତେ ଲେଖାଏଁ ଜୋରିମାନା ପୈଠ କାରି ଗାଡି ରିଲିଜ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ବିଶ୍ରା ଥାନା ଅନ୍ତର୍ଗତ ସାରୁବାହାଲର ଢ଼ାବା ମାଲିକଙ୍କୁ ଗୁଳି କରି ସଶସ୍ତ୍ର ଡକାୟତି… ପୁଲିସ ର ତ୍ଵରିତ କାର୍ଯ୍ୟନୁଷ୍ଠାନ…

masiha

କଳାହାଣ୍ଡି ପୋଲିସର ବଡ଼ ସଫଳତା: ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଧାନ ଚୋରା ଚାଲାଣ ବେଳେ ମାଡି ବସିଲା ଯୋଗାଣ ବିଭାଗ, ଧାନ ଟ୍ରକ ସହ ଡ୍ରାଇଭର ଅଟକ, ତଦନ୍ତ ଜାରି

masiha

Leave a Comment

error: Content is protected !!