ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚବେରୀ ନଦୀରେ ମାଛ ମଡ଼କ ଶହ ଶହ ମାଛ ମୃତ୍ୟୁ କାରଣ ଅସ୍ପଷ୍ଟ।ନାଲ୍କୋ କମ୍ପାନୀର ରେଡପଣ୍ଡରୁ ବିଷାକ୍ତ ପାଣି ଏଥି ପାଇଁ ଦାଈ ବୋଲି ସନ୍ଦେହ

ଚବେରୀ ନଦୀରେ ମାଛ ମଡ଼କ ଶହ ଶହ ମାଛ ମୃତ୍ୟୁ କାରଣ ଅସ୍ପଷ୍ଟ।ନାଲ୍କୋ କମ୍ପାନୀର ରେଡପଣ୍ଡରୁ ବିଷାକ୍ତ ପାଣି ଏଥି ପାଇଁ ଦାଈ ବୋଲି ସନ୍ଦେହ

ଲକ୍ଷ୍ମୀପୁର ୦୯/୦୪ -+ କୋରାପୁଟ ରାୟଗଡା କୁ ସଂଯୋଗ କରୁଥିବା ୩୨୬ନଂ ଜାତୀୟ ରାଜପଥ ବଙ୍ଗଳା ଗୁଡା ଓ ଲେଦ୍ରି ମାଲି ଗୁଡ଼ା ମଝିରେ ଥିବା ଚବେରି ନଦୀରେ ହଜାର ହଜାର ସଂଖ୍ୟାରେ ମାଛ ମୃତ୍ୟୁ ହୋଇ ଥିବା ଦେଖିବାକୁ ମିଳିଛି। ସୁଚନା ନେବାରୁ ଜଣା ପଡ଼ିଛି ଯେ ସବୁଡ଼ିନପରି ନଦୀ ବହି ଚାଲୁଥିଲା । କିନ୍ତୁ ହଟାତ୍ ଆଜି ମଧ୍ୟାନ ୧୨ଟା ବେଳେ ପାଣି ଅଧା ପାଉଁସିଆ ଓ କଳା ହଇ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ।ତାର କିଛି ସମୟ ପରେ ନଦୀରେ ଥିବା ମାଛ ମାନେ ଛଟପଟ ହୋଇ ମାରି ଯାଉଥିବା ଦେଖି ଆଚାର୍ଯ୍ୟ ହୋଇ ଯାଇଥିଲେ ।ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଦାମନଯୋଡି ସ୍ଥିତ ନାଲକୋ କମ୍ପାନୀର ରେଡପଣ୍ଡରୁ ବିଷାକ୍ତ ପାଣି ଏହି ନଦୀରେ ମିଶିବାରୁ ପାଣି ବିଷାକ୍ତ ହୋଇ ମାଛ ମରୁଥିବା କହିଛନ୍ତି।ଏହି ନଦୀ ଉପରେ ପ୍ରାୟ ୧୦ ରୁ ୨୦ଖଣ୍ଡ ଗ୍ରାମର ଲୋକ ନିର୍ଭର କରିଥାନ୍ତି । ଉକ୍ତ ନଦୀରେ କିଭଳି ମାଛ ମରିଲେ ତାହାର ଯାଞ୍ଚ ନକରିବା ପର୍ଯ୍ୟନ୍ତ ନଦୀର ପାଣି ବ୍ୟବହାର କରିହେବ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହି ଭୟ ଭିତ ହାଇପଡ଼ି ଛନ୍ତି ।ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସମସ୍ତ ସତ୍ୟା ସତ୍ୟ ପଦାକୁ କାଢ଼ିବା ନିହାତି ଦରକାର ହୋଇପଡିଛି।

ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଫାତୁ ମେମୋରିଆଲ ଏକାଡେମୀ ଉଚ୍ଚବିଦ୍ୟାଳୟରେ ଗୁରୁ ଦିବସ ପାଳିତ

Sunil Chandra Nayak

ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ସଚେତନତା ଶିବିର  

Sunil Chandra Nayak

ବିଜାତଳା ଲାମ୍ପରେ ନାଫେଡ ବିଧାୟକଙ୍କ ଦ୍ବାରା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!