ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟରେ  ଦୁଇ ହଳ ଲେଖାଏଁ ପୋଷାକ ବଣ୍ଟନ

ବନ୍ଧୁଗାଁ ତା,୧୭/୭/୨୩, ଆଜି ବନ୍ଧୁଗାଁ ନୂତନ ପ୍ରାଥମିକ ବିଦ୍ୟାଳୟରେ  ଛାତ୍ରଛାତ୍ରୀଙ୍କୁ ସ୍କୁଲ ପୋଷାକ ବଣ୍ଟନ କରାଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ସୋମେଶ୍ୱର ବାଙ୍ଗାରୀ ସଂଯୋଜନାରେ ଅନୁଷ୍ଠିତ ପୋଷାକ ବଣ୍ଟନ ଉତ୍ସବରେ ସିଆରସିସି ସଞ୍ଜୟ କୁମାର ସିଙ୍ଘ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରାଥମିକ ସ୍ତରରେ ଗୁଣାତ୍ମକ ଓ ମୂଲ୍ୟ ବୋଧଭିତ୍ତିକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ୨୬୩ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ ବଣ୍ଟନ କରାଯାଇଥିଲା। ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ଦାସ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସ୍କୁଲର ସଦାମିନି ପୁହିଣ, ସନ୍ତୋଷିନି ମାଝୀ, ନାରାୟଣ ଡାକୁଆ,ଜୟପ୍ରଦା ଦାସ, କାବେରୀ ଜେନା,ଦେରିମ୍ବୁ ରଣା, ବୈଜୟନ୍ତ ମାଳା ପାତ୍ର ସହ ପରିଚାଳନା କମିଟି ସଦସ୍ୟ ଓ ବହୁ ଅଭିଭାବକ ଯୋଗଦାନ କରିଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ରାଜଗୋପାଳ ନଗରରେ ସରlବ ବନ୍ଦୀ ସମ୍ମେଳନ

masiha

ଜଲାପୁଟ ଠାରେ ଧାନ ଫାଉଣ୍ଡସେନ ତରଫୋରୁ କ୍ଷେତ୍ର ଦିବସ ପାଳନ

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଏନ୍ ଏସ୍ ଏସ୍ ତରଫରୁ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ପାଳିତ

masiha

Leave a Comment

error: Content is protected !!