ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରାରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

ବାଲେଶ୍ଵର,୧୭/୭/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ଶିକ୍ଷକ ଭବନ ଗୃହ ମଧ୍ୟରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଦତାତ୍ରେୟ ଭାଉ ସାହେବ ସିନ୍ଧେ, ଏସପି ସାଗରିକା ନାଥ ଓ ଉପଜିଲ୍ଲାପାଳ କୁନାଲ ଚୌହାନ ପ୍ରମୁଖ ଯୋଗ ଦେଇଥିଲେ । ଜନସାଧାରଣଙ୍କ ତରଫରୁ ବିଭିନ୍ନ ସମସ୍ୟା ବିଷୟରେ ମୋଟ ୧୪୩ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା । ଜିଲ୍ଲାପାଳ ମହୋଦୟ ସମସ୍ତ ଅଭିଯୋଗକାରୀଙ୍କୁ ସନ୍ତୋଷ ଜନକ ଉତ୍ତର ଦେବା ସହିତ ତୁରନ୍ତ ପଦକ୍ଷେପ ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅଭିଯୋଗ ପତ୍ରକୁ ସମ୍ପୃକ୍ତ ବିଭାଗକୁ ପଠାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ଏଥିରେ ଅଧିକାଂଶ ବିଭାଗର ଅଧିକାରୀ ମାନେ ଅନୁପସ୍ଥିତ ଥିବାର ଦୃଷ୍ଟି ଗୋଚର ହୋଇଥିଲା । ବଡ଼ ଦୁଃଖର କଥା ଆଗରୁ ମିଳିତ ଜନଶୁଣାଣୀ ପୂର୍ବରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣ ମାନଙ୍କୁ ଅବଗତ କରାଯାଉଥିଲା, ମାତ୍ର ବର୍ତ୍ତମାନ ତାହା କରାଯାଉ ନାହିଁ ? ଏହାର କାରଣ ଦୁର୍ନୀତି ପଦାରେ ପଡିବା ନୁହେଁ ତ ? ଯଦି ଲୋକଙ୍କ ସମସ୍ୟା ସମାଧାନ ନିମନ୍ତେ ମିଳିତ ଜନଶୁଣାଣୀର ଆୟୋଜନ, ତା’ ହେଲେ ପୂର୍ବପରି ଡାକବାଜି ଯନ୍ତ୍ର ମାଧ୍ୟମରେ ଅବଗତ କରାଯାଉନାହିଁ କାହିଁକି ? 

    କୁପାରି ମୌଜାରେ ଇଡ୍କୋ(IDCO) MSME ଶିଳ୍ପ ପ୍ରତିଷ୍ଠା ପାଇଁ ଦିଆଯାଇଥିବା କେତେକ ଖସଡ଼ା(ପ୍ଲଟ)ର ପରିବର୍ତ୍ତନ ନିମନ୍ତେ କୁପାରି ଗ୍ରାମ ପଞ୍ଚାୟତ ସରପଞ୍ଚ ଜ୍ଯୋତ୍ସ୍ନାରାଣୀ ଦାସ, ସମିତି ସଭ୍ୟ ଅକ୍ଷୟ କୁମାର ଜେନା ଓ ଜିଲ୍ଲାପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସଙ୍କ ସମେତ ଶ୍ଯାମସୁନ୍ଦର ମୁଖୀ, ରବୀନ୍ଦ୍ର ପ୍ରସାଦ ମଲ୍ଲିକ, ବିଜୟ ଶଙ୍ଖୁଆ, ବାଇଧର ଯେନା, ଭଗବାନ ସିଂ, ପୁଷ୍ପଲତା ଜେନା, ନୟନା ମହାନ୍ତି, ବିଜୟ ଗିରି, ସୁବାସିନୀ ନାଇକ, ଅନନ୍ତ ଦେହୁରୀ ଓ ଶଶିକାନ୍ତ ବିନ୍ଧାଣି ପ୍ରମୁଖ ଗ୍ରାମବାସୀ ମାନେ ଅଭିଯୋଗ ପ୍ରଦାନ କରିଥିଲେ ।

      ସେହିପରି ପଦ୍ମଲୋଚନ ଦାସ ଆଳଦା ମୌଜାରେ ଥିବା ଶ୍ମଶାନ ଓ ପ୍ରାଣୀ ଚିକିତ୍ସାଳୟରେ ମଞ୍ଜରୀ ପ୍ରାପ୍ତ ୪ଟି ପଦବୀ ଏପର୍ଯ୍ୟନ୍ତ ଖାଲି ପଡିଥିବା ବିଷୟରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କାରୁଣ୍ଡ କଳା କେନ୍ଦ୍ର ରୌପ୍ୟ ଜୟନ୍ତୀ ଉଦଯାପିତ, ୧୨ ଜଣଙ୍କୁ “କାରୁଣ୍ଡଶ୍ରୀ ସମ୍ମାନ”ପ୍ରଦାନ

Sunil Chandra Nayak

ଓଡ଼ିଆ ବିଭାଗ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା 

Sunil Chandra Nayak

ଶିକ୍ଷକ ସଂଘର ଶପଥ ଗ୍ରହଣ ଉତ୍ସବ ,ପ୍ରାଥମିକ ଶିକ୍ଷକ ସଂଘ ଧରାକୋଟ 

Leave a Comment

error: Content is protected !!