ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନସିକ ଅନଗ୍ରସର ଓ ମାନସିକ ରୋଗୀଙ୍କ ଅଧିକାର ଉପରେ ସଚେତନତା ସଭା 

ମାନସିକ ଅନଗ୍ରସର ଓ ମାନସିକ ରୋଗୀଙ୍କ ଅଧିକାର ଉପରେ ସଚେତନତା ସଭା 

ଜୁନାଗଡ଼ ୯/୪ ( ମନୀସ ) ଜୁନାଗଡ଼ ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ମାନନୀୟ ସିଭିଲ ଜଜ ବିପେନ୍ଦ୍ର ସିଂ ରାଠୋର ଙ୍କ ଅଧକ୍ଷତାରେ ମାନସିକ ଅନଗ୍ରସର ଓ ମାନସିକ ରୋଗୀଙ୍କ ସାମାଜିକ ତଥା ଆଇନ ଅନୁସାରେ ତାଙ୍କ ଆଇନଗତ ଅଧିକାର ଓ ଏହାର ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବରିଷ୍ଠ ଆଇନଜୀବୀ ତଥା ନୋଟ।ରୀ ଅଶୋକ କୁମାର ପାତ୍ର ବକ୍ତା ଭାବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ମାନନୀୟ ସିଭିଲ ଜଜ ଜୁନାଗଡ଼ ବିପେନ୍ଦ୍ର ସିଂ ରାଠୋର ମାନସିକ ଅନଗ୍ରସର ତଥା ମାନସିକ ରୋଗୀଙ୍କ ପାଇଁ ମେଣ୍ଟାଲ ଇଲନେସ ଅନ ନାଳସ। ୨୪ ସ୍କିମ ମାଧ୍ୟମରେ ଆଇନଗତ ସୁବିଧା ତଥା ତାଙ୍କର ଆଇନଗତ ଅଧିକାର ବିଷୟରେ ସଚେତନ କରି ବକ୍ତବ୍ୟ ପ୍ରଦାନ କରିଥିଲେ ।ଏଥିରେ ଡ, ପ୍ରହଲ୍ଲାଦ ନ।ଏକ ମାନସିକ ରୋଗ ଓ ଏହାର ନିରାକରଣ ବିଷୟରେ ସୂଚନା ପ୍ରଦାନ କରିଥିଲେ ।ଉକ୍ତ ସଭାରେ ସରକାରୀ ଅଧିବକ୍ତା ଟଙ୍କଧର ନ।ଏକ ଓ ଜୁଳିରାଣୀ ନ।ଏକ ଏବଂ ଆଇନଜୀବୀ ମିଳାପ ଜୈନ ଓ ଥାନା ଅଧିକାରୀ ସୋନାଲିସ। ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଉକ୍ତ ସଭାରେ ଆଶା ଦିଦି ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।ସମାଜରେ ଥିବା ମାନସିକ ରୋଗୀ ଓ ମାନସିକ ଅନଗ୍ରସର ଲୋକଙ୍କୁ ସୁସ୍ଥ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହି ସଚେତନତା ସଭାରେ ଉପସ୍ଥିତ ଥିବା ସମସ୍ତ ଆଶାକର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସାହାଯ୍ୟ ତଥା ସଚେତନର ବାର୍ତ୍ତା ସମାଜରେ ପ୍ରଚାର କରିବା ପାଈଁ ଆହ୍ୱାନ କରାଯାଇଥିଲା । ଉକ୍ତ ସଭାରେ କୋର୍ଟର ହେଡ କ୍ଲର୍କ ଜଗନ୍ନାଥ ଗଉଡ଼ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଟଙ୍କଧର ନ।ଏକ ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରିଥିଲେ ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅନୁଷ୍ଠିତ ହେଲା ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

masiha

ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ

masiha

ବ୍ଲକ୍ ସ୍ତରୀୟ ଗାଆଁ ସାଥୀ ଓ ଜି ଆର୍ ଏସ ମାନଙ୍କର ମନରେଗା ସମର୍କିତ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ

Leave a Comment

error: Content is protected !!