ଶ୍ରୀଜଗନ୍ନାଥ ସୌରଭ ସମ୍ଭାର ହିନ୍ଦୀ ପୁସ୍ତକ ଓ “ଶ୍ରୀଜଗନ୍ନାଥ ରଥଯାତ୍ରା ଉତ୍ସବ” ଶାସ୍ତ୍ର ଓ ସଂସ୍କୃତି ସମ୍ବନ୍ଧୀୟ ଆନ୍ତର୍ଜାତୀୟ ଆଲୋଚନା ଚକ୍ର ଅନଷ୍ଠିତ
ଭୁବନେଶ୍ୱର : ହିମାଞ୍ଚଳପ୍ରଦେଶର.କଂଗ୍ରା ଜିଲ୍ଲାରେ ଥିବା ବେଦ ବ୍ୟାସ ପରିସର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଅଡିଟୋରିଅମରେ ଶାସ୍ତ୍ର ଓ ସଂସ୍କୃତି ଅନୁଯାଇ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉସ୍ତବ ଓ ଶ୍ରୀଜଗନ୍ନାଥ ସୌରଭ ସମ୍ଭାର ହିନ୍ଦୀ ପୁସ୍ତକର ଏକ ଆନ୍ତର୍ଜାୀୟ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶିକା ସତ୍ୟମ କୁମାରୀ ସଞ୍ଜୀବ ଠାକୁର, ପ୍ରଫେସର ରୋଟାରିଆନ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଇସ୍କନ ଅନୁଷ୍ଠାନ ଆମେରିକା ଓ ଦିଲ୍ଲୀ ରୁ ଦୁଇ ପ୍ରମୁଖ ଗୁରୁ ପଣ୍ଡିତ ଡକ୍ଟର କାଶୀନାଥ ମିଶ୍ର ଡ଼ ନାରାୟଣ ମହାପାତ୍ର ପ୍ରାଗପୁର ମନ୍ଦିରରୁ ଦୀନେଶ କୌଲ ନାନକ ଶର୍ମା ଡ ବଚ୍ଚନ କୁମାର,ଡ଼ ନାରାୟଣ ମହାପାତ୍ର ଓ ସ୍ଥାନୀୟ ଅଂଚଳର ବହୁ ପ୍ରମୁଖ ବ୍ୟକ୍ତି ମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଆଜି ଦ୍ବିତୀୟ ଦିନରେ ମଧ୍ୟ୍ୟ ଅତିଥି ମାନେ ଆସି ରଥଯାତ୍ରା ଉସ୍ତବ ଓ ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ ମତବ୍ୟକ୍ତ କରିଥିଲେ ଆଜି ସକାଳେ ପ୍ରାଗପୁର୍ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ଜଗନ୍ନାଥ ସ୍ତୁତୁ ଭଜନ ଓ ସତସଙ୍ଗ ଅନୂଷ୍ଠିତ ହୋଇ ଥିଲା ପଣ୍ଡିତ କାଶୀନାଥ ମିଶ୍ର ଶ୍ରୀ ଜଗନ୍ନାଥ ପ୍ରଭୁ ରାମଚନ୍ଦ୍ର ଙ୍କ ବିଷୟ ରେ ବହୁ ସୁନ୍ଦର ଭାବେ ସମସ୍ତଙ୍କୁ ତାଙ୍କ ଅଶ୍ରୀ ବଚନ ପ୍ରଦାନ କରିଥିଲେ
କେନ୍ଦ୍ରୀୟ ସଂସ୍କତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କୁ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀମନ୍ଦିର ପୁରୀର ଦେଉଳ ପୁରୋହିତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସମସ୍ତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ , ସମ୍ମାନିୟ ଅତିଥି ମାନେ ରଥଯାତ୍ରା ଉସ୍ତବ ବିଷୟ ରେ ସେମାନଙ୍କର ଆଶ୍ରିବଚନ ସମସ୍ତଙ୍କୁ ଶୁଣାଇଥିଲେ, ଏହି ଶ୍ରୀଜଗନ୍ନାଥ ସୌରଭ ସମ୍ଭାର ହିନ୍ଦୀ ପୁସ୍ତକ ଶ୍ରୀ ଜଗନ୍ନାଥଙ୍କ ସୁଗନ୍ଧ ସମସ୍ତଙ୍କ ପାଖରେ ପହଂଚି ବାକୁ ପ୍ରସ୍ତୁତଃ କରାଯାଇଛି ଏହାର ସମସ୍ତ ବିଷୟ ନୂତନ ପ୍ରଯୁକ୍ତି ବିଦ୍ୟା ଉପଯୋଗ କରାଯାଇ ଡିଜିଟାଲ ଦୁନିଆରେ ମଧ୍ୟ ଛଡ଼ା ଯାଇଆଛି, ଆପଣ ମାନେ ଏହାକୁ ଦେଖି ଅନ୍ୟ ମାନଂକୁ ପଠାଇବାକୁ ବିଶେଷ ଅନୁରୋଧ କରାଯାଇଥିଲା, ସଭାପତି ଡ ନାରାୟଣ ମହାପାତ୍ର ତାଙ୍କ ବକ୍ତବ୍ୟ ରେ ମହାପ୍ରଭୁଙ୍କ ଉତ୍ପତି ଓ ଦାରୁ ବ୍ରହ୍ମ ଓ ସ୍କନ୍ଦ ପୁରାଣ ଅନୁଯାଇ କିଛି ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ମନୁଷ୍ୟ ଇଚ୍ଛାକୃତ ଭାବେ ଈଶ୍ବର ଙ୍କ ରୀତି ନୀତି ପରିବର୍ତ୍ତନ କରିବା ଠିକ ନୁହେଁ ବୋଲି ପ୍ରବକ୍ତା ପଣ୍ଡିତ କାଶୀନାଥ ମିଶ୍ର ତାଙ୍କ ଆଶ୍ରିବଚନ ରେ କହିଥିଲେ। ଏହା ପରେ ପ୍ରବକ୍ତା ପଣ୍ଡିତ ମହୋଦୟ ହିନ୍ଦୀ ଭଜନ ଜଗନ୍ନାଥ ଜଗନ୍ନାଥ.. ଚକାନୟନ.. ଭଜନ ଗାଈଥିଲେ,ଏହି ଭଜନ ବୋଲିବା ଅବସରରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓ ଜଗନ୍ନାଥ ପ୍ରେମୀ ମାନେ ମିଳିତ ନୃତ୍ୟ କରି ଥିଲେ, ଏହି ଭଜନ ଓ ସମସ୍ତ ଙ୍କ ମିଳିତ ନୃତ୍ୟ ଅତି ଉଚ୍ଚକୋଟୀର ଥିଲା ଓଡ଼ିଶା ସରକାର ଙ୍କ ସହଯୋଗ ରୁ ଆସିଥିବା ସାଂସ୍କୃତିକ ଅନୁଷ୍ଠାନ ତାଙ୍କର ନୃତ୍ୟ ପରିବେଷଣ କରୁଥିଲେ ଓଡ଼ିଶା ରୁ ଶ୍ରୀଜଗନ୍ନାଥ ପ୍ରଚାର ସଂସ୍ଥାନ ପକ୍ଷରୁ ସୁରେଶ କୁମାର ମିଶ୍ର ବିଜୟ ମୋହନ ପଣ୍ଡା ତ୍ରିଲୋଚନ ନାୟକଙ୍କ ସହିତ ଅନ୍ୟାନ୍ୟ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍

