ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋତମୁଣ୍ଡା ଡାହିମାଲ ରାସ୍ତା ନିର୍ମାଣ ରେ ମନ୍ଥରତା, ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ର ଠିକାଦାର ପ୍ରୀତି ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଦୁଇ ଜିଲ୍ଲା ର ଅଞ୍ଚଳବାସୀ

ଗୋତମୁଣ୍ଡା ଡାହିମାଲ ରାସ୍ତା ନିର୍ମାଣ ରେ ମନ୍ଥରତା, ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ର ଠିକାଦାର ପ୍ରୀତି ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଦୁଇ ଜିଲ୍ଲା ର ଅଞ୍ଚଳବାସୀ

କଳାହାଣ୍ଡି ଓ ନବରଙ୍ଗପୁର କୁ ଗମନାଗମନ କ୍ଷେତ୍ରରେ ସଂଯୋଗ କରିବା ପାଇଁ ବିଗତ ସରକାର ସମୟରେ ଅଞ୍ଚଳବାସୀ ଙ୍କ ଦାବି କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋକସରା ବ୍ଲକ ର ଗୋତମୁଣ୍ଡା ଠାରୁ ନବରଙ୍ଗପୁର ଜିଲ୍ଲାର ଡାହିମାଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ୭ କୋଟି ୫୧ ଲକ୍ଷ ୩୨ ହଜାର ଅନୁଦାନ ମଞ୍ଜୁର ହୋଇ ଏକ ଠିକାସଂସ୍ଥା କୁ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ତେବେ କାର୍ଯ୍ୟ ର ଅବଧି ଶେଷ ହେବା ପରେ ମଧ୍ୟ ଏହି ରାସ୍ତା କାର୍ଯ୍ୟ ଅତି ମନ୍ଥର ଗତି ଚାଲୁଥିବା ବେଳେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଜନସାଧାରଣ ମାନେ ଯାତାୟାତ ରେ ଦୁର୍ଦ୍ଦଶା ଭୋଗୁଛନ୍ତି। ପ୍ରତିଦିନ ଏହି ରାସ୍ତା ଦେଇ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ର ଜନ ସାଧାରଣ ମାନେ ଯାତାୟାତ କରୁଥିବା ବେଳେ ରାସ୍ତା ନିର୍ମାଣ ଅଧ ପହନ୍ତରିଆ ରହିଥିବା ଓ ଗେଟି ମେଟାଲ ରାସ୍ତାରେ ବିଛାଇ ହୋଇ ପଡ଼ିଥିବା କାରଣରୁ ଅନେକ ସମୟରେ ଦୁର୍ଘଟଣା ର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଏହି ଦୁଇଜିଲ୍ଲା ର ସୀମାବର୍ତି ଅଞ୍ଚଳ ରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଦିର୍ଘବର୍ଷ ରୁ ସାମାଜିକ,ଅର୍ଥନୈତିକ, ବ୍ୟବସାୟିକ, ବନ୍ଧୁବାନ୍ଧବ, ଯାନିଯାତ୍ରା ସମ୍ପର୍କ ରହି ଆସିଛି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ, ପର୍ଲା, ବେହେରା ଦଣ୍ଡପାଟ ଅଞ୍ଚଳ ସମେତ କୋକସରା, ଜୟପାଟଣା ବ୍ଲକ ଅଞ୍ଚଳର ନବରଙ୍ଗପୁର ଜିଲ୍ଲା ଡାହିମାଲ,ଝରିଗାଁ, ଚଚା, ଚାନ୍ଦାହାଣ୍ଡି,ଉମରକୋଟ,ଡାବୁଗାଁ,ପାପଡହାଣ୍ଡି,ରାଇଘର ଅଞ୍ଚଳର ଲୋକଙ୍କ ସହ ସାମାଜିକ,ବ୍ୟବସାୟିକ ସମ୍ପର୍କ ଅତି ନିବିଡ଼। ଏହି ଦୁଇ ଜିଲ୍ଲା କୁ ଯୋଡିବା ପାଇଁ ସାହାଜଖୋଲ ଜଙ୍ଗଲ ର ଛାତି ଚିରି ନିର୍ମାଣଧିନ ଏହି ରାସ୍ତା କେବେ ସମ୍ପୂର୍ଣ୍ଣ ହେବ ଓ ଦୁଇ ଜିଲ୍ଲାର ଲୋକେ ଗମନାଗମନ କ୍ଷେତ୍ରରେ ସୁବିଧା ପାଇବେ ତାହା କୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀ ତତ୍ପରତା ଦେଖାଉ ନଥିବା ଓ ବିଭାଗୀୟ ଅଧିକାରୀ ମାନେ ଠିକାସଂସ୍ଥା କୁ ଅନୁକମ୍ପା ଦେଖାଉଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ରାସ୍ତା ନିର୍ମାଣ ଶୀଘ୍ର ଶେଷ କରିବା ପାଇଁ ଅଞ୍ଚଳବାସୀ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କୁ ମଧ୍ୟ ବିଗତ ଦିନରେ ଅଭିଯୋଗ କରିଛନ୍ତି। ଦୁଇ ଜିଲ୍ଲା ର ବୃହତ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲା ପ୍ରଶାସନ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ ଶୀଘ୍ର ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦୁଇ ଜିଲ୍ଲାର ଅଞ୍ଚଳବାସୀ ମାନେ ଦାବି କରିଛନ୍ତି।

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହ

ରାଇରଙ୍ଗପୁର ଉପଖଣ୍ଡ ତାଲୁକ ଆଇନ ସେବା ସମିତି ଆନୁକୁଲ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟରେ ମହିଳା ସଶସ୍ତ୍ରତ୍ରିକରଣ ନେଇ ସେଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ବୁଥ ସ୍ତରୀୟ ଅଧିକାରୀମାନଙ୍କ ପ୍ରଶିକ୍ଷଣ

Leave a Comment

error: Content is protected !!