ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ରେ ଲୋକକଳା ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼ରେ ଲୋକକଳା ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼ ୧୧/୪, ଓଡ଼ିଆ ପକ୍ଷ-୨୦୨୬ ପାଳନ ଅବସରରେ ଜିଲ୍ଲାରେ “ଲୋକକଳା ପାଇଁ ଦିନଟିଏ” ଭାବରେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତତ୍ତ୍ଵାବଧାନରେ “ଲୋକକଳା ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

     ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଲୋକକଳାର ସଂରକ୍ଷଣ, ପ୍ରଚାର ପ୍ରସାର ଉପରେ ଅତିଥିମାନେ ଗୁରୁତ୍ବାରୋପ କରିଥିଲେ। ଜିଲ୍ଲାର ସମସ୍ତ ଲୋକକଳା, ସଂସ୍କୃତି ଓ ପରମ୍ପରା ଯେପରି ସବୁବେଳେ ବଜାୟ ରଖାଯାଇ ପାରିବ, ତାହା ଉପରେ ଗୁରୁତ୍ଵାରୋପ କରଯାଇଥିଲା। ସେହିଭଳି କଳାକାରମାନଙ୍କ ବିକାଶ ଦିଗରେ ବିଶେଷ ଧ୍ୟାନ ଦିଆଯିବା ନେଇ ଆଲୋଚନା କରାଯାଇଥିଲା । ଓଡ଼ିଶାର ଲୋକକଳା ଏବଂ ଲୋକସଂସ୍କୃତିକୁ ବଜାୟ ରଖିବା ପାଇଁ ଲୋକକଳା ପାଇଁ ଦିନଟିଏ ଭାବରେ ପାଳନ କରାଯାଉଛି । ସମସ୍ତେ ଏକତ୍ରିତ ହୋଇ ଆମ ପରମ୍ପରା, ଆମ ସଂସ୍କୃତି ଓ ଆମ ଲୋକକଳା ପାଇଁ ଏହି ଦିନଟିକୁ ଉତ୍ସର୍ଗ କରିବା ପାଇଁ ବଦ୍ଧପରିକର ହେବା ଆବଶ୍ୟକ। ଏହି ଅବସରରେ କଳାକାରମାନେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ, ଗୀତ ଗାଇ ବିଭିନ୍ନ ଲୋକ ନୃତ୍ୟ ପରିବେଷଣ କରିଥିଲେ। ଜିଲ୍ଲାର ସମସ୍ତ ବରିଷ୍ଠ ଲୋକ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ସରକାରଙ୍କ ଏହି ଅଭିନବ ପଦକ୍ଷେପ କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ଲୋକକଳାର ପ୍ରଚାର ପ୍ରସାର ପାଇଁ ଅଧିକ ପ୍ରେରଣା ଯୋଗାଇଛି ବୋଲି ବରିଷ୍ଠ କଳାକାରମାନେ ମତ ରଖିଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋଠ ଛଡା ଦନ୍ତାହାତି କରୁଛି ଭୟଙ୍କର ତାଣ୍ଡବ 

Sunil Chandra Nayak

ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ 

masiha

ଯୁବ ସାମ୍ବାଦିକ ଏମ୍ ଚନ୍ଦ୍ରଶେଖରଙ୍କୁ ଲାଞ୍ଜିଗଡ ବ୍ଲକ ବିଜେଡି ମିଡିଆ ସେଲ୍ ଦାୟିତ୍ୱ

masiha

Leave a Comment

error: Content is protected !!