ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା ଉଦ୍ୟମ, ବିଜେଡି ପଞ୍ଚାୟତ ସଭାପତି କୋର୍ଟଚାଲାଣ

ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା ଉଦ୍ୟମ, ବିଜେଡି ପଞ୍ଚାୟତ ସଭାପତି କୋର୍ଟଚାଲାଣ

ବସ୍ତା ୧୧।୪ (ମ ନି ସ) ବସ୍ତା ଥାନା ଅନ୍ତର୍ଗତ ପାଞ୍ଚପଡ଼ା ପଞ୍ଚାୟତର ସରପଞ୍ଚ ସସ୍ମିତା ଦାସଙ୍କ ସ୍ୱାମୀ ବିନାୟକ ଦାସଙ୍କୁ ଶୁକ୍ରବାର ଏହି ପଞ୍ଚାୟତର ବିଜେଡି ସଭାପତି ନବଘନ ଦାସ ମରଣାନ୍ତକ ଆକ୍ରମଣ ସହ ହତ୍ୟା ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୋଲିସ୍ ଏକ ମାମଲା ୨୧୨/୨୬ ରୁଜୁ କରି ଅଭିଯୁକ୍ତ ନବଘନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। 

 ସୂଚନା ରୁ ପ୍ରକାଶ ଅଭିଯୋଗକାରୀ ବିନାୟକ ଗତକାଲି ସକାଳେ ବାଇକ୍ ଯୋଗେ ସୋଲପଟା ମାର୍କେଟରୁ ଘରକୁ ଫେରୁଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାଞ୍ଚପଡ଼ା କେନାଲ ଆଡ଼ି ଠାରେ ଅଭିଯକ୍ତ ନବଘନ ତାଙ୍କୁ ଅଟକାଇ ଅଶ୍ଳିଳ ଭାଷାରେ ଗାଳିଗୁଲଜ ସହ ଆକ୍ରମଣ କରିଥିଲେ। ଏପରିକି ଏକ ଦୌଡ଼ି ଆଣି ବିନାୟକଙ୍କ ବେକରେ ଗୁଡ଼ାଇ ହତ୍ୟା ଉଦ୍ୟମ କରିଥିବା ଏତାଲାରେ ଦର୍ଶାଯାଇଛି। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେହି ଗ୍ରାମର ମନୁ ଚରଣ ଦାସ କିଛି ସମୟ ପରେ ବିନାୟକଙ୍କୁ ମୋବାଇଲ ଯୋଗେ ଜୀବନରୁ ମାରିଦେବାର ଧମକ ଦେଇଥିବା ମଧ୍ୟ ଏତାଲାରେ ଦର୍ଶାଯାଇଛି। ଅପରପକ୍ଷରେ ଗତ ମାର୍ଚ୍ଚ ୧ ତାରିଖରେ ପାଞ୍ଚପଡ଼ା ପୋଲ ନିକଟରେ ଅଭିଯୁକ୍ତ ନବଘନ ସରପଞ୍ଚଙ୍କ ସ୍ୱାମୀ ବିନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ମଧ୍ୟ ପୋଲିସ୍ ୧୪୬/୨୬ ନମ୍ବରରେ ଏକ ମାମଲା ରୁଜୁ କରିଥିଲେ ହେଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିଲା। ଅଭିଯୁକ୍ତ ଜଣକ ହାଇକୋର୍ଟରୁ ଜାମିନ ଆଣିଥିଲେ।

ବିଜୟ କୁମାର ଭୂୟାଁ ଙ୍କ ରିପୋର୍ଟ୍ 

Related posts

ବନ ବିଭାଗ ଦ୍ୱାରା ବାଘ ଛାଲ ସହ 16ସାମଗ୍ରୀ ଜବତ 

Sunil Chandra Nayak

ପୂର୍ବତନ ବାହୁବଳୀ ବିଧାୟକ ଙ୍କ ଘରେ ଆଇଟି ରେଡ୍,ସବୁଠି ଛାନଭିନ

ଵୃଦ୍ଧାଙ୍କୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ଗିରଫ 

Leave a Comment

error: Content is protected !!