ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ନର ସଂହାର କି ବିଶୂ ଶାନ୍ତି ର ଆବଶ୍ୟକତା “

“ନର ସଂହାର କି ବିଶୂ ଶାନ୍ତି ର ଆବଶ୍ୟକତା “

 ବର୍ତ୍ତମାନ ମଧ୍ୟ ପ୍ରାଚ୍ଯ ଦେଶରେ ଚାଲିଛି ଘମାଘୋଟ ଯୁଦ୍ଧ, ଆମେରିକା ଓ ଇସ୍ରାଏଲ ବଡ ବଡ ଦେଶ ପୃଥିବୀ କୁ ଧୂଂସ କରିବା ପାଇଁ ରଖିଥିବା ମାରଣାସ୍ତ୍ର ଆକାଶ ମାର୍ଗରୁ ଜଳପଥ ସମୁଦ୍ରପଥ ଓ ସ୍ଥଳପଥ ପର୍ଯ୍ୟନ୍ତ ବିଛେଇ ଦେଇ ଇରାନ ,ଲେବାନନ୍ ଓ ହମାସ ଉପରକୁ ଆକ୍ରମଣ କରି ଚାଲିଛନ୍ତି ଯଦିବା ଇରାନ ଏହାର ଜବାବ ଦେଉଛି ହେଲେ କଅଣ ଲାଭ ହେବ ବରଂ ଇରାନ ଲେବାନନ୍ ଓ ହମାସ ର ଜନସାଧାରଣ ମରୁଛନ୍ତି, ବରଂ ଇରାନ ଶାନ୍ତି ସ୍ଥାପନ କରିବାକୁ ଆଗଭର ହେବା ଉଚିତ କାରଣ ତାଙ୍କ ଦେଶର ଜନତା ଯୁଦ୍ଧ ର କରାଳ ଛାୟାରୁ ବନ୍ଚି ଯାଆନ୍ତୁ , ବର୍ତ୍ତମାନ ଜଣାପଡିଲାଣି ବିଶୂରୁ ଭଗବାନ କୁଆଡେ ଉଭେଇ ଗଲେଣି ବର୍ତ୍ତମାନ ଧରିନିଅନ୍ତୁ ଦୁଇଟା ଭଗବାନଙ୍କ ଆବିର୍ଭାବ ହୋଇଛନ୍ତି ସେମାନେ ହେଉଛନ୍ତି ସୂୟଂ ଡୋନାଲ ଟ୍ରମ୍ପ ଓ ଇସ୍ରାଏଲ ର ନେତାହୁନ ଏମାନେ ଯେପରି ନରହତ୍ୟା କରିଚାଲିଛନ୍ତି ଏମାନଙ୍କ ଠାରୁ ବଳୀୟାନ ପୃଥିବୀ କୌଣସି ଗୋଟିଏ ଦେଶ ନାହିଁ ଯାହା ଯେମିତି ଇରାନ ଯୁଦ୍ଧ ର ଜବାବ ମାସେ ହେଲା ଦେଲାଣି କିନ୍ତୁ ନିଜ ଦେଶରେ ମୃତ୍ୟୁ ବରଣ କରି ଥିବା ଝିଅ ମାନଙ୍କ ରକ୍ତ ବ୍ଯାଗ୍ ଓ ସେମାନଙ୍କ ଫଟୋକୁ ଇସଲାମାବାଦରେ ଉପସ୍ଥାପିତ କରିଥିଲା ଏଣୁ ଏହି ମହଶକ୍ତିର ଦେଶ ଗୁଡିକ କଅଣ ଚାହୁଁଛନ୍ତି ନରସଂହାରରେ ବିଜୟ ଲାଭ କରି ନିଜକୁ ଭଗବାନଙ୍କ ଠାରୁ ବଡ ଭାବିବା ଆବଶ୍ୟକ ନାଁ ବିଶୂବାସୀ ଙ୍କ ହିତପାଇଁ ଯୁଦ୍ଧ ବନ୍ଦ କରିବା ଆବଶ୍ୟକ । ଆମ ଦେଶ ଭାରତ ଜନସଂଖ୍ୟାରେ ଅଧିକ ଏଣୁ ଅନ୍ୟ ଦେଶ ତୁଳନାରେ ଆଦେଶରେ ରନ୍ଧନ ଗ୍ଯାସ ଡିଜେଲ ପେଟ୍ରୋଲ ର ବହୁତ ଆବଶ୍ୟକତା ରହିଛି ପୃଥିବୀ ରେ ଜନସଂଖ୍ୟା ବହୁଳ ରାଷ୍ଟ୍ର ଚାଇନା ଓ ଦିତୀୟ ରେ ଆମ ଦେଶ ଯାହା ହେଉ ଆମର ମାନ୍ୟବର କେନ୍ଦ୍ର ସରକାର ଜନକଲ୍ଯାଣ ପାଇଁ ଉଦ୍ୟମ ଜାରି ରଖିଥିବା ରୁ ଆଜି ପର୍ଯ୍ୟନ୍ତ ଗ୍ଯାସ ଡିଜେଲ ପେଟ୍ରୋଲ ର ଅଭାବ ଦେଖିବାକୁ ମିଳିନାହିଁ କେବଳ ସରକାର ଆଗକୁ ଦୂର ଦୃଷ୍ଟି ରଖି ଏଗୁଡିକ ଆୟତ ଭିତରେ ରଖିଛନ୍ତି ଏଣୁ କେଉଁଠି କେଉଁଠି ଗ୍ଯାସ ସିଲିଣ୍ଡର ର ଅଭାବ ଦେଖିବାକୁ ମିଳୁଛି ଲୋକେ ଲାଇନ ଲଗାଇ ଗ୍ଯାସ ପାଉନାହନ୍ତି ଆମେ ଟିଭିରେ ଦେଖିବାକୁ ପାଉଛୁ। ଆଗକୁ ଏହି ବିପଦ ଲାଗି ରହିବ ଚାଲନ୍ତୁ ଆସନ୍ତା କାଲି ମହାବିଷୁବ ସଂକ୍ରାନ୍ତି ରେ ଅନ୍ତତଃ ସାରା ଓଡିଶା ବାସୀଙ୍କ ତରଫରୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ଠାକୁରେ ଏହି ଯୁଦ୍ଧ କୁ ବନ୍ଦ କରିଦେଇ ବିଶୂରେ ଶାନ୍ତି ପ୍ରତିଷ୍ଠା କରନ୍ତୁ, ହେ ଭଗବାନ ଆପଣ ସୃଷ୍ଟି କର୍ତ୍ତା ଆପଣ ସଂହାର କର୍ତା ଆପଣଙ୍କୁ ସାରା ବିଶୂ ଯିଏ ଯାହା ବାଟରେ ପୂଜା କରେ, ଡୋନାଲ ଟ୍ରମ୍ପ ଓ ନେତହୁନ ଇରାନର ରାଷ୍ଟ୍ରପତି ଭଗବାନ ନୁହଁନ୍ତି ସେମାନେ ମଣିଷ ବର୍ତ୍ତମାନ ରାଜସିଂହାସନ ରେ ବସିଛନ୍ତି ବୋଲି ବଳୀୟାନ କିନ୍ତୁ ଆମର ଜନତା ଙ୍କ ପାଇଁ ଆପଣ ବଳବାନ ସୂୟଂ ସୃଷ୍ଟି କର୍ତ୍ତା ଆପଣଙ୍କୁ ଅନୁରୋଧ ଯୁଦ୍ଧ ବନ୍ଦ କରି ଶାନ୍ତି ପ୍ରତିଷ୍ଠା କରି ଆମକୁ ଆମ ପିଲାମାନଙ୍କୁ ବିଶୂବାସୀ ଙ୍କୁ ସୁରକ୍ଷିତ ରଖନ୍ତୁ ।

ଜଲିଲ୍ ଖାନ୍ ,
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ନୂଆପଲ୍ଲୀ ଭୁବନେଶ୍ବର

Related posts

Dev Kumar Ghosh appointed Odisha State Working President of Journalist Council of India.

masiha

ସଡ଼କ ଦୁର୍ଘଟଣା ରେ ଚାଲିଗଲା ଜୀବନ

masiha

୧-;ବିଶ୍ଵକର୍ମା ବିସର୍ଜନ ପାଇଁ ଆସିଥିବା ଡି ଜେ ସାଉଣ୍ଡ ବକ୍ସ ଗାଡ଼ି ଥାନାରେ ଅଟକ, ବିଦ୍ଯୁତ ବିଭାଗ କର୍ମୀ ଙ୍କ ମଧ୍ୟରେ ଅଶାନ୍ତି, ସେପଟେ ଥାନାରୁ ବିଦ୍ୟୁତ କଟି ଥାନା ଅନ୍ଧାର ,୨– ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ 

Sunil Chandra Nayak

Leave a Comment

error: Content is protected !!