ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଡାବୁଗାଁ ବନ ବିଭାଗର ଚଢାଉ କଲରାପତରିଆ ବାଘ ଛାଲ ଜବତ, ୫ ଜଣ ଗିରଫ 

ଡାବୁଗାଁ ବନ ବିଭାଗର ଚଢାଉ କଲରାପତରିଆ ବାଘ ଛାଲ ଜବତ, ୫ ଜଣ ଗିରଫ 

ଡାବୁଗାଁ, ୧୩/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗ କୁ ସୋମବାର ଏକ ବଡ଼ ସଫଳତା ମିଳିଛି । ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରାସାଦ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ବନ ବିଭାଗ ଡାବୁଗାଁ ବ୍ଲକ ସଦରମହକୁମା ନିକଟ ସିକିଲି ସରଂକ୍ଷିତ ଜଙ୍ଗଲ ମଧ୍ୟରେ ବାଘ ଛାଲ ଚୋରା ଚାଲାଣ ସମୟରେ ବନ ବିଭାଗ ଚଢାଉ କରି ୧ଟି କଲରାପତରିଆ ବାଘ ଛାଲ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ:- ମଇଦଲପୁର ଅଞ୍ଚଳର ବାଘ ଛାଲ ମାଫିଆ ମାନେ କଳାହାଣ୍ଡି ଜିଲା କାର୍ଲପାଟ ଅଭୟାରଣ୍ୟ ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ ଧରି ବିକ୍ରୟ ପାଇଁ କୋରାପୁଟ କୁ ନେଉଥିବା ବେଳେ ଡାବୁଗାଁ ବନ ବିଭାଗ ଖବର ପାଇ ମଇଦଲପୁର ନିକଟରେ ଜଗିଥିଲେ | ବନ କର୍ମଚାରୀ ଜଗିଥିବା ଖବରପାଇ ମାଫିଆ ମାନେ ରାସ୍ତା ବଦଳେଇ ବିଭିନ୍ନ ଜଙ୍ଗଲ ଦେଇ ଆସି ଡାବୁଗାଁ ନିକଟ ସିକିଲି ଜଙ୍ଗଲରେ ପହଞ୍ଚିଥିଲେ | ସେଠାରେ ପୂର୍ବରୁ ଲୁଚି ରହିଥିବା ବନ ବିଭାଗ କର୍ମଚାରୀ ମାନେ ଉକ୍ତ ମାଫିଆ ମାନଙ୍କୁ ଚାରିପଟୁ ଘେରିଯାଇ ୨ ଜଣଙ୍କୁ କାବୁ କରି ଡାବୁଗାଁ ବନ କାର୍ଯ୍ୟ|ଳୟ କୁ ଆଣିଥିଲେ | ସେମାନଙ୍କୁ ପଚରାଉଚରା ପରେ ସହଯୋଗୀ ୩ ଜଣଙ୍କୁ ମଇଦଲପୁର ଠାରୁ ଡାବୁଗାଁ ଅଣାଯାଇଥିଲା | ସମସ୍ତଙ୍କୁ ପଚରାଉଚରା କରିବା ପରେ ଉକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି | ସେମାନଙ୍କ ନିକଟରୁ ୧ ଟି କଲରାପତରିଆ ବାଘ ଛାଲ, ୨ ଟି ମୋଟରସାଇକେଲ ନଂ ଓଡି ୨୪ ପି ୨୪୨୫ ଓ ଓଡି ୨୪ ଏଫ ୬୫୬୨କୁ ଜବତ କରାଯାଇଛି । ଅଭିଯୁକ୍ତ ମାନେ ହେଲେ :- ନବରଙ୍ଗପୁର ଥାନା ଅଧୀନ ବଣିଆ ଗ୍ରାମର ଅର୍ଜୁନ ହରିଜନ (୩୦) ଓ ପୋଖନାଗୁଡ଼ା ଗ୍ରାମର ମିହିର ହରିଜନ (୨୫), ମଇଦଲପୁର ଥାନା ଅଧିନ ମଇଦଲପୁର ଗ୍ରାମର ଶିବ କଲାର (୩୮) ଓ କେଦାରନାଥ ବିଶୋୟୀ (୪୨) ଏବଂ ଗୋପିଗୁଡ଼ା ଗ୍ରାମର ବଇଚନ୍ଦ୍ର ମଙ୍ଗଲି (୪୯) | ଏନେଇ ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟ କେସ ନଂ ୧/୨୦୨୬-୨୭ ରେ ଏକ ମାମଲା ରୁଜୁ କରାଯାଇଛି | ନବରଙ୍ଗପୁର ସହକାରୀ ବନ ସଂରକ୍ଷକ ଦିଵ୍ୟାମାଧୁରୀ ସେଠୀ ଙ୍କ ନେତୃତ୍ଵରେ ଡାବୁଗାଁ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତ୍ରା, ମଇଦଲପୁର ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ ଅଙ୍କୁସ ଦାସ, କାର୍ତ୍ତିକ ମାଝୀ, ଲାଲୁ ବିଷୋଇ, ତାପସ ପଟ୍ଟନାୟକ , ରୀତାରାଣୀ ବିଶ୍ଵାସରାୟ ଓ ସମସ୍ତ ପାରା ଫରେଷ୍ଟ୍ରୀ କର୍ମଚାରୀ ମାନେ ସାମିଲ ଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ 

masiha

ବେଆଇନ ଭାବେ ଚଲାଇ ଆସୁଥିବା ଏକ ଘରୋଇ କ୍ଲିନିକ୍ ଉପରେ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଚଢ଼ାଉ କରି ସିଲ୍ କଲେ

masiha

ODISHA VIGILANCE LAUNCHES DA SEARCHES AT 9 LOCATIONS ASSOCIATED WITH FOREST RANGE OFFICER, KASHIPUR, DIST-RAYAGADA

Sunil Chandra Nayak

Leave a Comment

error: Content is protected !!