ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ଆଘାତରେ ତିନି ଦଣ୍ଡୁଆ ମୃତ

ବିଦ୍ୟୁତ ଆଘାତରେ ତିନି ଦଣ୍ଡୁଆ ମୃତ

ଢେଙ୍କାନାଳ – ହିନ୍ଦୋଳ ବ୍ଲକ ଅନ୍ତର୍ଗତ ପାଟଲା ପଞ୍ଚାୟତର ଶୁଲେଇପାଳ ଗ୍ରାମରେ ଏକ ବିରାଟ ଅଘଟଣ ଘଟିଛି । ଦଣ୍ଡ ନୃତ୍ୟ ପରିବେଷଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବିଦ୍ୟୁତ ଆଘାତରେ ତିନି ଜଣ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।

କରେଣ୍ଟ ଲାଗି ୩ ଦଣ୍ଡୁଆଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର ବାଲିମି ଥାନା ଅଧୀନ ପାଟଲା ଗାଁରେ ଘଟିଛି ଏ ଅଭାବନୀୟ ଦୁର୍ଘଟଣା। ଦଣ୍ଡଯାତ୍ରା ପାଇଁ ଟେଣ୍ଟ ବାନ୍ଧୁଥିବା ବେଳେ କରେଣ୍ଟ ଲାଗି ୩ ଜଣ ଦଣ୍ଡୁଆଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଟେଣ୍ଟ ବାନ୍ଧିବା ସମୟରେ ବ୍ୟବହୃତ ଷ୍ଟିଲ୍ ବାର୍ ନିକଟରେ ଥିବା ୧୧ କେଭି ବିଦ୍ୟୁତ ତାର ସହ ସଂସ୍ପର୍ଶରେ ଆସିଥିଲା। ଏହାର ପରିଣାମରେ ଘଟଣାସ୍ଥଳରେ ସମସ୍ତେ ଗୁରୁତର ଆହତ ହୋଇଥିଲେ।

ତୁରନ୍ତ ତାଙ୍କୁ ଅନୁଗୁଳ ହସ୍ପିଟାଲକୁ ନେଇଯାଇଥିଲେ ମଧ୍ୟ, ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରମାନେ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ଆଉ ଜଣେ ଦଣ୍ଡୁଆ ଆହତ ହୋଇଥିବା ସୂଚନା ମିଳିଛି।

ଏହି ଦୁଃଖଦ ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଶୋକର ଛାୟା ପ୍ରକାଶ ପାଇଛି। ପୂର୍ବତନ ସାଂସଦ ମହେଶ ସାହୁ ଘଟଣା ସମ୍ପର୍କରେ ଶୁଣି ଗଭୀର ଶୋକ ପ୍ରକାଶ କରିବା ସହ ମୃତକ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରାପଡ଼ାରେ ତ୍ରିରଙ୍ଗା ଶୋଭାଯାତ୍ରା ରେ ସାମିଲ ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

masiha

ଧର୍ମପରାୟଣ ବ୍ୟକ୍ତି ଙ୍କ ବିୟୋଗ 

Sunil Chandra Nayak

୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା, ପଦଯାତ୍ରା ଓ କବିତା ପାଠୋତ୍ସବ

Sunil Chandra Nayak

Leave a Comment

error: Content is protected !!