ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ପୁଲିସ ଅଫିସର୍ସ ଆସୋସିଏସନର ଓଡ଼ିଆ ନବବର୍ଷ ପାଳନ 

ଅବସରପ୍ରାପ୍ତ ପୁଲିସ ଅଫିସର୍ସ ଆସୋସିଏସନର ଓଡ଼ିଆ ନବବର୍ଷ ପାଳନ 

ରାଉରକେଲା : ଅବସରପ୍ରାପ୍ତ ପୋଲିସ ଅଫିସର୍ସ ଆସୋସିଏସନ ତରଫରୁ ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତଙ୍କ ନେତୃତ୍ୱରେ ନୂତନ ଓଡ଼ିଆ ବର୍ଷକୁ ସ୍ୱାଗତ କରିବା ସହ ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ଆମ୍ବେଦକର ଜୟନ୍ତୀ ଛେଣ୍ଡସ୍ଥିତ ବିଜୁ ପଟ୍ଟନାୟକ ଛକରେ ପାଳନ କରିବା ସହିତ ଜନସାଧାରଣଙ୍କୁ ପଣା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା l ବରିଷ୍ଠ ଉପଦେଷ୍ଟା ଶତ୍ରୁଘ୍ନ ପରିଡା କାର୍ଯ୍ୟକ୍ରମକୁ ଉଦଘାଟନ କରି ଏହି ଦିନର ମହତ୍ୱ ବିଷୟରେ ବୁଝାଇବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ l ବିଗତ ଦିନରେ ଆସୋସିଏସନ ତରଫରୁ ନିଆଯାଇଥିବା ରକ୍ତଦାନ ଶିବିର, ବୃକ୍ଷରୋପଣ, ବସ୍ତି ଅଂଚଳରେ ଶିକ୍ଷାଦାନ କରିବା ସହ ସ୍ୱାସ୍ଥ୍ୟ ସଚେତନ କରାଇବା, ମାଦକ ଦ୍ରବ୍ୟ ସେବନର ଅପକାରିତା, ସାଇବର କ୍ରାଇମ ବିଷୟରେ ସଚେତନ ରହିବା, ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନକୁ ସାହାଯ୍ୟ କରିବା ଦ୍ୱାରା ଜନ ସାଧାରଣଙ୍କର ଆସ୍ଥାଭାଜନ ହୋଇ ପାରିଥିବାରୁ ଆନନ୍ଦ ପ୍ରକାଶ ପାଇଥିଲା l କାର୍ଯକାରୀ ସଭାପତି ଯଦୁମଣି ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ ସର୍ବଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର, କୀର୍ତ୍ତନ ଚନ୍ଦ୍ର ସାମଲ,ପ୍ରମୋଦ ବେହେରା, ନରୋତ୍ତମ ଦଳାଇ, ଶରତ ରାଉତରାୟ, ପଞ୍ଚାନନ ବିଶ୍ୱାଳ,ପିତାମ୍ବର କୁଅଁର,ଶଶୀ ଭୂଷଣ ପତି, ମଦନ ନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ l ଆସୋସିଏସନ ତରଫରୁ ଏଇଭଳି ଜନମଙ୍ଗଳ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି ସମସ୍ତେ ଆଗ୍ରହ ପ୍ରକାଶ କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆସନ୍ତା କାଲି ଅନୁଷ୍ଠିତ ହେବ ସିବିଏସ୍ଇ ଦ୍ବାଦଶ ବୋର୍ଡ୍ ପରୀକ୍ଷା

Sunil Chandra Nayak

କୋକସରା ବ୍ଲକ୍ ଏନ ପି ଏସ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଅନୁଷ୍ଠିତ ହେଲା ପୂଜ୍ଯପୂଜା ସଂସଦର ସମ୍ବର୍ଦ୍ଧନା ସଭା

masiha

Leave a Comment

error: Content is protected !!