ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭେଷଜ,ଅବକାରୀ ଓ ପୋଲିସ ଅଧିକାରୀଙ୍କ ବିଭିନ୍ନ ଦୋକାନରେ ଚଢ଼ାଉ

ଭେଷଜ,ଅବକାରୀ ଓ ପୋଲିସ ଅଧିକାରୀଙ୍କ ବିଭିନ୍ନ ଦୋକାନରେ ଚଢ଼ାଉ

ଢେ଼ଙ୍କାନାଳ /ହିନ୍ଦୋଳ – ଢେଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାକୁ ତମାଖୁ ମୁକ୍ତ କରିବା ପାଇଁ ଜିଲ୍ଲା ସହକାରୀ ଭେଷକ ନିରୀକ୍ଷକ ପବିତ୍ର ରଞ୍ଜନ କରଙ୍କ ନେତୃତ୍ୱରେ ଜିଲ୍ଲା ପୋଲିସ ଅଧିକାରୀ ଓ ଅବକାରୀ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଦୋକାନ ଗୁଡିକ ଉପରେ ଚଢ଼ାଉ କରାଯାଇଥିବା ଦେଖିବାକୁ ମିଳିଥିଲା,ଜିଲ୍ଲା ସରକାରୀ ଡାକ୍ତରଖାନା ନିକଟ ବର୍ତ୍ତୀ ଦୋକାନ ଗୁଡିକ ଉପରେ ଚଢ଼ାଉ କରାଯାଇ ତମାଖୁ ବିକ୍ରୟ କରୁଥିବା ଦୋକାନୀମାନଙ୍କୁ ସଚେତନ କରିବା ସହିତ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା ସେହିପରି ହିନ୍ଦୋଳ ଉପଖଣ୍ଡର ସାତମାଇଲ ଛକ,ରାଷୋଳ ବଜାର,ହିନ୍ଦୋଳ ଟାଉନ ଓ ଖଜୁରିଆକଟା ବଜାର ମାନଙ୍କରେ ଥିବା ଦୋକାନ ଗୁଡିକ ଉପରେ ଚଢ଼ାଉ କରାଯାଇ ତମାଖୁ ବିକ୍ରୟ କରୁଥିବା ଦୋକାନୀ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା, ଆଗାମୀ ଦିନରେ,ଜିଲ୍ଲାର ସରକାରୀ ବିଦ୍ୟାଳୟ,ଡାକ୍ତରଖାନା ଓ ଜନଗହଳି ପୂର୍ଣ୍ଣ ଜାଗାରେ ତମାଖୁ ବିକ୍ରୟ କରୁଥିବା ଦୋକାନୀଉପରେ ଚଢ଼ାଉ କରାଯାଇ ମୋଟା ଅଙ୍କର ଜୋରିମାନା ଆଦାୟକରାଯିବ ବୋଲି ଜିଲ୍ଲା ଭେଷଜ ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଛାତ୍ରାବାସରେ ଅବ୍ୟବସ୍ଥା ଅଭିଯୋଗ: ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି/ଛାତ୍ରାବାସରେ ଅବ୍ୟବସ୍ଥା ଅଭିଯୋଗ: ତଦନ୍ତ ଦାବି କଲା ମାସା ସଂଗଠନ

Sunil Chandra Nayak

ସ୍ୱାଧୀନତା ସଂଗ୍ରାମୀ ବୀର ମାଧୋ ସିଂ ଙ୍କ ସହିଦ ଦିବସ “୩୧ ଡିସେମ୍ବର ପାଠ୍ୟପୁସ୍ତକରେ ତତ୍କ୍ଷଣାତ୍ ସଂଶୋଧନ ଦାବୀ

ତେନ୍ତୁଳିଖୁଣ୍ଟି ର ଅଖିଳ ରାଜ୍ୟ ଆଦିବାସୀ ଉନ୍ନୟନ ସମବାୟ ନିଗମ ର ରାଜ୍ୟ ନିର୍ଦେଶକ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!