ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁ ଭକ୍ତ ସମ୍ମିଳନୀ ଅଧିବାସ ରେ ପ୍ରେମଚାର୍ଯ୍ୟଙ୍କ ଶ୍ରୀ ବିଗ୍ରହ ପରିକ୍ରମା କଲା

ଗୁରୁ ଭକ୍ତ ସମ୍ମିଳନୀ ଅଧିବାସ ରେ ପ୍ରେମଚାର୍ଯ୍ୟଙ୍କ ଶ୍ରୀ ବିଗ୍ରହ ପରିକ୍ରମା କଲା

ନୟାହାଟ ୧୯/୪,ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ ସ୍ଥିତ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର ପରିସରରେ ରାଜ୍ୟ ସ୍ତରୀୟ ୬୦ତମ ବାର୍ଷିକ ଗୁ ରୁଭକ୍ତ ସମ୍ମିଳନୀ ର ଆଜି ଅଧିବାସ ରେ ସମସ୍ତ ମନ୍ଦିର ମାନଙ୍କରେ ନୂତନ ଧ୍ଵୋ ଜା ବନ୍ଧନ, କଳସ ସ୍ଥାପନ କରାଯିବା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନ ଙ୍କ ଗହଣ ରେ ଗୁରୁଦେବ ପ୍ରେମଚାର୍ଯ୍ୟ ମଧୂସୁଦନ ଙ୍କ ଶ୍ରୀ ବିଗ୍ରହ ଓ ପାଦୁକା ସୁ ସଜ୍ଜିତ ପୁଷ୍ପ ବିମାନରେ ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସ୍ଥାପନ କରାଯାଇ ମହା ମନ୍ତ୍ର ମନ୍ତ୍ର ଓଁ କୃଷ୍ଣ ମଧୁସୁଦନ ବାସୁଦେବ ଜନାର୍ଦ୍ଦନ ନାମ କୀର୍ତ୍ତନ, ହୁଳହୁଳି, ଶଙ୍ଖ ଧ୍ଵନୀ ସହିତ ଓଡିଶୀ ନୃତ୍ୟ, ଘଣ୍ଟ ପାଟୁଆ, ନାଗା ନାଚ, କଣ୍ଢେଇ ନାଚ, ଘୋଡ଼ା ନାଚ, ମାଦଳ ଢୋଲ ବାଜା, ବାଘ ଭାଲୁ ନାଚ, ପଞ୍ଜାବୀ ବାଜା ଇତ୍ୟାଦି ଆନନ୍ଦ ରେ କରାଯାଇ, ସର୍ଵ ଶ୍ରୀ ବସନ୍ତ ପାତ୍ର, ଜ୍ଞାନ ରଂଜନ ମହାନ୍ତି, ଦେବ ରାୟ କୃଷ୍ଣ ଚନ୍ଦ୍ର ଓଝା ଓ ବ୍ରହ୍ମା ଭାଇ ଙ୍କ ଉଦ୍ୟମ ରେ ବିଶାଳ ଧର୍ମ ଶୋଭା ଯାତ୍ରା ଅଂଚଳ ପରିକ୍ରମା କରିଥିଲେ। ଏହି ଦଳ ନୂଆ ପାଟଣା, ମା ପୁଣ୍ୟଶ୍ୱରୀ, ନୟାହାଟ ବଜାର, ବାସୁଦେବ ମନ୍ଦିର,ବିଶ୍ୱେ ସରୀ ମା, ଧୁମାଳ, ନରସିଂହପୁର ଶାସନ, ନିପାଣିଆ ଗଡ, ଓ ମା ଚର୍ଚ୍ଚିକା ଠାକୁରାଣୀ ଇତ୍ୟାଦି ସ୍ଥାନ ପରିକ୍ରମା କରିଥିଲେ। ବର୍ଷକ ରେ ଗୁରୁ ଭକ୍ତ ସମ୍ମିଳନୀ ରେ ସ୍ଵଂୟ ଗୁରୁଦେବ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଭେଟି,ପୁଣ୍ୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଆହ୍ଵାନ କରିଥାନ୍ତି। ଏହି ସ୍ମୃତି କୁ ସାଉଁଟି କରି ସମସ୍ତ ଭକ୍ତ ପ୍ରୟାସ କହିଛନ୍ତି ବୋଲି ପ୍ରଚାର ଓ ପ୍ରସାର ସେବକ ପ୍ରୀତି ରଞ୍ଜନ ଦାସ ପ୍ରକାଶ କରିଛନ୍ତି। ଉକ୍ତ ଧାର୍ମିକ ଶୋଭା ଯାତ୍ରା ରେ ଡ଼ାକ୍ତର ରତ୍ନାକର ମହାନ୍ତି, ସବିତା ଦାସ, ଶକୁନ୍ତଳା ଦାଶ, ସୁଚେତା ଦାସ, ସୁରେନ୍ଦ୍ର ପାତ୍ର, ଗୁରୁଦତ୍ତ ମହାପାତ୍ର, ଗୋବିନ୍ଦ ରାୟ,ଗୁରୁକୃଷ୍ଣ ଭାଇ, ଲିକୁ ଭାଇ, ବିଜୁ ଭାଇ , ସମ୍ବଲପୁର ର ରମେଶ ଜେନା, ଶ୍ରୀ ଚରଣ ଭାଇ, ରତିକାନ୍ତ ଭାଇ, କାହ୍ନୁ ଭାଇ, ରାଜୁ ଭାଇ,ପ୍ରମୁଖ ପରିଚାଳନା କରିଥିଲେ।

Related posts

ପାଟଣାଗଡ଼ ବ୍ଳକସ୍ତରିୟ ସାରଦିୟ କ୍ରିଡା ମହୋତ୍ସବ ଉଦ୍ଯାପିତ

masiha

ଜାତୀୟ ଶିଶୁ କନ୍ୟା ଦିବସ ପାଳନ 

masiha

Bought Darkness, Spent Crores?  Rayagada, ‘Streetlight Projects’ Drain Public Exchequer!

Sunil Chandra Nayak

Leave a Comment

error: Content is protected !!