ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଂଗପୁର ଠାରେ ପବିତ୍ର ଅକ୍ଷୟ ତୃତୀୟା ପାଳନ ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ 

ନବରଂଗପୁର ଠାରେ ପବିତ୍ର ଅକ୍ଷୟ ତୃତୀୟା ପାଳନ ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ 

(ଚାଷୀଙ୍କୁ ସି ଏମ୍ କିଷାନ୍ ସହାୟତା ପ୍ରଦାନର ସିଧା ପ୍ରସାରଣ)

ନବରଙ୍ଗପୁର:(୨୦.୦୪.୨୦୨୬:)(ରବି ନାରାୟଣ ମହାନ୍ତି)ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ପୂର୍ବାହ୍ନ ୯.୦୦ ଘ ସମୟରେ ଜାନକୀ ନଗର ସି ଆର୍ ପି ଏଫ୍ ଛାଉଣୀ ରାସ୍ତା ପାର୍ଶ୍ୱ ଜମିରେ ଜିଲ୍ଲା ସ୍ତରୀୟ କୃଷକ ମହାସମାରୋହ ରେ ପାଳନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଭାବରେ ମାନ୍ୟବର ବିଧାୟକ ନବରଙ୍ଗପୁର ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ଯୋଗଦେଇ ପୂଜାର୍ଚ୍ଚନା ପରେ ଅକ୍ଷି ମୁଠି ଅନୁକୂଳ କରିଥିଲେ।ମାନ୍ୟବର ମନ୍ତ୍ରୀ ଓ ବିଧାୟକ ଜମିରେ ଧାନ ବୁଣିଥିବା ବେଳେ ବଳଦ ସହାୟତାରେ ଜମିରେ ହଳ କରିଥିଲେ। ମାନ୍ୟବର ମନ୍ତ୍ରୀ ଏବଂ ବିଧାୟକ କୃଷି ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁଧିର ରଞ୍ଜନ ବେହେରା , ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଚିନ୍ତାମଣି ବେହେରା,ଉପ ନିର୍ଦ୍ଦେଶକ ଉଦ୍ୟାନ ସୁବ୍ରତ ମହାନ୍ତି, ବରିଷ୍ଠ କୃଷି ବିଜ୍ଞାନୀ କୃଷି ବିଜ୍ଞାନ କେନ୍ଦ୍ର ଶଶାଙ୍କ ଲେଙ୍କା , ଡି ଆଇ ପି ଆର୍ ଓ ମନୋଜ ବେହେରା, ନବରଂଗପୁର ଓ ଉମରକୋଟ କୃଷି ବିଭାଗ ର ଅଧିକାରୀ ଓ କର୍ମଚାରୀ,ଚାଷୀ ,ଗଣମାଧ୍ୟମ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ।ଏହା ସହିତ ନବରଙ୍ଗପୁର ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସି ଏମ୍ କିଷାନ୍ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଚାଷୀମାନଙ୍କୁ ୨୦୦୦ ଟଙ୍କା ସହାୟତା ରାଶି ବଣ୍ଟନର କାର୍ଯ୍ୟକ୍ରମ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର,କଟକରୁ ସିଧା ପ୍ରସାରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ଚାଷୀମାନଙ୍କୁ କୃଷକ ଦିବସ ର ଶୁଭେଚ୍ଛା ଜଣାଇ ରାଜ୍ୟ ସରକାର ଚାଷୀର ଉନ୍ନତିରେ ରାଜ୍ୟର ଉନ୍ନତି ରେ ବିଶ୍ବାସ ରଖିଛନ୍ତି ଏବଂ ବିଭିନ୍ନ ଯୋଜନା ଦ୍ଵାରା ଚାଷୀଙ୍କୁ ସର୍ବଦା ସହାୟକ ହେଉଛନ୍ତି ବୋଲି କହିଥିଲେ।ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଚାଷୀ ମାନଙ୍କୁ କେବଳ ଧାନ ଓ ମକା ଚାଷ ନ କରି ବିବିଧ ଫସଲ କରିବା ସହ ଜମିରେ ଅତ୍ୟଧିକ ରାସାୟନିକ ସାର ବ୍ୟବହାର ରୁ କ୍ଷାନ୍ତ ରହିବାକୁ କହିଥିଲେ। ଏହି ନବରଙ୍ଗପୁର ଜିଲ୍ଲା ର ୧,୩୦,୪୦୨ ଜଣ ଚାଷୀଙ୍କ ଖାତାକୁ ସି ଏମ୍ କିଷାନ୍ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ୨୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।ସଭାରେ ବିଭିନ୍ନ ବ୍ଲକ ରୁ ଆସିଥିବା ୧୦୦ ରୁ ଉର୍ଦ୍ଧ୍ବ ଚାଷୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଦେଖିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜଲଦାର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ

masiha

ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଓ ସ୍ବତନ୍ତ୍ର ପ୍ରକଳ୍ପର ନି‌ର୍ଦ୍ଦେଶକ ଙ୍କ କୋରାପୁଟ ଗସ୍ତ

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

masiha

Leave a Comment

error: Content is protected !!