ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ, ଖରିଡ଼ା ପଞ୍ଚାୟତରେ ବସିଲା ଶିବିର 

ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ, ଖରିଡ଼ା ପଞ୍ଚାୟତରେ ବସିଲା ଶିବିର 

ହିଞ୍ଜିଳିକାଟୁ,ତା ୨୦/୦୪ ରାଜ୍ୟରେ ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସମୟରେ ପରିବର୍ତ୍ତନ କରାଯାଇ ସକାଳ ୭ ରୁ ୧୦ ଘଣ୍ଟା ମଧ୍ୟରେ ରଖିବାପାଇଁ ଜିଲ୍ଲା ପ୍ରସାଶନଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ଦିନ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଖରିଡ଼ା ଗ୍ରାମ ପଞ୍ଚାୟତରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଢ଼ଙ୍ଗୀଙ୍କ ଅଧକ୍ଷତାରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଥର ପାଇଁ ଏହି ପଞ୍ଚାୟତରେ ଆୟୋଜିତ ହୋଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଏବଂ ସରକାରୀ ସୁବିଧାରୁ ବଞ୍ଚିତ ରହିଥିବା ହିତାଧିକାରୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ହୋଇଥିଲା। ହିଞ୍ଜିଳି ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ସମସ୍ତ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପନ୍ନ ହୋଇଥିବା ବେଳେ ବଞ୍ଚିତ ରହିଥିବା ହିତାଧିକାରୀ ମାନଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ କ୍ରମେ ସମସ୍ତ ଗ୍ରାମ ପଞ୍ଚାୟତରେ ମିଳିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଆଜିର କାର୍ଯ୍ୟକ୍ରମକୁ ଖରିଡ଼ା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସାରଣୀ ଗୋମାଙ୍ଗୋ ପରିଚାଳନା କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ବେଣିଆ ,ହିଞ୍ଜିଳିକାଟୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିଜୟଲକ୍ଷ୍ମୀ ପାଢ଼ୀ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପ୍ରଭାତୀ ଗୌଡ,ହିଞ୍ଜିଳିକାଟୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ ପ୍ରମୁଖଙ୍କ ସହ ସମସ୍ତ ବ୍ଲକ୍ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସାଧାରଣ ଲୋକଙ୍କ ସମସ୍ୟା ଓ ଅଭିଯୋଗକୁ ଶୁଣିଥିଲେ ଏବଂ ଯାହା ସବୁ ସମସ୍ୟା ରହିଛି ତାହାର ଶୀଘ୍ର ସମଧାନ କରାଯିବା । ଆଜିର ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ୍ ୨୦ ଅଭିଯୋଗ ଦାଖଲ ହୋଇଥିବାବେଳେ ସେଥି ମଧ୍ୟରୁ ୦୬ ଗୋଟି ଗ୍ରାମୀଣ ଆବାସ , ୦୫ ଗୋଟି ରେସନ୍ କାର୍ଡ,୨ଟି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ୦୧ ବିକାଶ ମୂଳକ କାର୍ଯ୍ୟ ଏବଂ ୦୬ ଅନ୍ୟାନ୍ୟ ଅଭିଯୋଗ ଦାଖଲ ହୋଇଥିଲା । ସମସ୍ତ ପଞ୍ଚାୟତ ଅଧିକାରୀ ଏବଂ ଗ୍ରାମବାସୀଙ୍କ ମିଳିତ ସହଯୋଗ ରେ ଆଜିର ଜନ ଶୁଣାଣୀ କାର୍ଯ୍ୟକ୍ରମ ସୁଚାରୁ ରୁପେ ପରିଚାଳନା ହୋଇଥିଲା।

Related posts

ମୌସୁମୀ ବିଳମ୍ବ,ମୁଣ୍ଡରେ ହାତ ଦେଲେଣି ଚାଷୀ 

Sunil Chandra Nayak

ଉଦେଶୃଙ୍ଗ ଗାଁ ର ଅସହାୟ ବାପା ଛେଉଣ୍ଡ ପରିବାର ପାଖକୁ ପହଁଚିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ 

masiha

ଜଳେଶ୍ୱରରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ବାଲେଶ୍ୱର ଜୋନ୍ ସ୍ତରୀୟ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!