ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପାନ୍ତ ଅଞ୍ଚଳରେ ଉତ୍କଟ ପାଣି ସମସ୍ୟା, ବାଲିଚୁଆଁ ହିଁ ପିଇବା ଭରଷା 

ଉପାନ୍ତ ଅଞ୍ଚଳରେ ଉତ୍କଟ ପାଣି ସମସ୍ୟା, ବାଲିଚୁଆଁ ହିଁ ପିଇବା ଭରଷା 

କୋକସରା , ୨୧/୪ ( ମନିସ ):ପ୍ରସାଦ ଗଜେନ୍ଦ୍ର ନାଗ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଉପାନ୍ତ ଅଞ୍ଚଳରେ ଥିବା କୁଠୁରୁ, ସର୍ଗିପାଣି, ଆନ୍ଧିଝରଣ,ଛକପଡା, ଗୋଇଚଞ୍ଚରା, ଗାଈବନ୍ଧା, ଲେକାଆମ,କାଦୋମଲି, ବିରିମୁହାଣ, ଟିର୍ଲିଆମ ଭଳି ଅନେକ ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ବର୍ତମାନ ପିଇବା ପାଣିର ଉତ୍କଟ ସମସ୍ୟା ଦେଖାଦେଇଛି।ଯାହା ଫଳରେ ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଥିବା ପ୍ରକାଶ ପାଇଛି।ବାଧ୍ୟହୋଇ ଲୋକେ ଜୀବନ ବଞ୍ଚାଇବାକୁ ଯାଇ ସ୍ଥାନୀୟ ଝରଣା ତଥା ବିଭିନ୍ନ ନଇଁ ନାଳର ଦୂଷିତ ପାଣି ପିଉଥିବା ପ୍ରକାଶ କରିଛନ୍ତି ।ପ୍ରକାଶ ଯେ ଏହି ଗ୍ରାମ ମାନଙ୍କରେ ଲୋକସଂଖ୍ୟା ଅନୁପାତରେ ଆବଶ୍ୟକ ପରିମାଣର ନଳକୂପ ଖୋଳାଯାଇ ନାହିଁ।ଏବଂ ଯେଉଁ ନଳକୂପ ଗୁଡ଼ିକ ଖୋଲା ଯାଇଛି ସେଥିରୁ ଦୀର୍ଘ ସମୟ ଧରି ମାରିଲା ପରେ ନାଲି ଦୂଷିତ ପାଣି ସବୁ ବାହାରୁଛି।ଯାହାକି ପିଇବା ଉପଯୋଗୀ ନୁହଁ। ଫଳ ସ୍ୱରୂପ ଲୋକେ ନଇଁ ନାଳ ଝରଣା ଆଦିରୁ ପାଣି ସଂଗ୍ରହ କରି ପିଇବା ତଥା ରୋଷେଇ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଅନେକ ସମୟରେ ଲୋକେ ଏହି ପାଣି ସେବନ କରି ଅସୁସ୍ଥ ହେବା ତଥା ମାରାତ୍ମକ ରୋଗ ଆଦିର ଶିକାର ହେଉଥିବା ଅଭିଯୋଗ ହେଉଛି।ଅନ୍ୟପକ୍ଷେ ସରକାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ମାଳ ମାଳ ଯୋଜନା ନିର୍ମାଣ କରୁଛନ୍ତି।ହେଲେ ଆଜିବି ଉପାନ୍ତ ବାସିଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଅପହଞ୍ଚ ଦୂରତାରେ।ଲୋକେ ପାନୀୟ ଜଳ ଭଳି ମୌଳିକ ସୁବିଧା ସୁଯୋଗରୁ ଆଜିବି ବଞ୍ଚିତ ରହୁଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀ ମାନେ ପାନୀୟ ଜଳ ପାଇଁ ନେତା, ମନ୍ତ୍ରୀ,ପ୍ରଶାସନ ନିକଟରେ ଅନେକ ଥର ନେହୁରା ହୋଇ ନିବେଦନ କରିଛନ୍ତି।ହେଲେ ସବୁଠି ନିରାଶ ହୋଇଥିବା ପ୍ରକାଶ କରିଛନ୍ତି।ବର୍ତମାନ ଅଞ୍ଚଳରେ ଗ୍ରୀଷ୍ମ ତାତି ଦିନକୁ ଅସହ୍ୟ ହେବାରେ ଲାଗିଛି। ଲୋକେ ପିଇବା ପାଣି ଡହଳ ବିକଳ ହେଉଥିବା ଦେଖା ଦେଇଛି। ଜିଲ୍ଲା ତଥା ବ୍ଲକ ପ୍ରଶାସନ ଉପାନ୍ତଅଞ୍ଚଳ ବାସୀଙ୍କ ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Related posts

ଆମ୍ବ ଚାଷ କରି ସ୍ୱାବଲମ୍ବୀ ମହିଳା ଚାଷୀ 

ନବରଙ୍ଗପୁର ର ଶିବ ପ୍ରସାଦ ହେଲେ ମିଷ୍ଟର କୋରାପୁଟ ୨୦୨୪

masiha

ଜାତୀୟ ସଡ଼କ ସୁରକ୍ଷା ମାସ-୨୦୨୫ ଉଦଯାପନୀ ଉତ୍ସବ ପାଳିତ 

masiha

Leave a Comment

error: Content is protected !!