ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସିଂଝରଣ ସର୍ବଭାରତୀୟ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ : ସେମିଫାଇନାଲରେ ଭବାନୀପାଟଣାର ଜିତ, ଫାଇନାଲକୁ ପ୍ରବେଶ

ସିଂଝରଣ ସର୍ବଭାରତୀୟ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ : ସେମିଫାଇନାଲରେ ଭବାନୀପାଟଣାର ଜିତ, ଫାଇନାଲକୁ ପ୍ରବେଶ

ଭବାନୀପାଟଣା, ୨୦/୪: —  ମା ମାଉଲି କ୍ରିକେଟ କ୍ଲବ, ସିଂଝରଣ ବ୍ଲକ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ ସ୍ଥାନୀୟ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ନିକଟସ୍ଥ ସିଂଝରଣ ପଡ଼ିଆରେ ଆଜି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଗତ ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ  ଦଳ ଅଂଶଗ୍ରହଣ କରିଥିଲେ। ଆଜିର ସେମିଫାଇନାଲ ମ୍ୟାଚରେ ଭବାନୀପାଟଣା ଦଳ ଶକ୍ତିଶାଳୀ ପ୍ରଦର୍ଶନ କରି ବଲାଙ୍ଗୀର ଦଳକୁ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି।

ମ୍ୟାଚରେ ଚିନୁ ଉତ୍କୃଷ୍ଟ ପ୍ରଦର୍ଶନ କରି ବେଷ୍ଟ ବ୍ୟାଟ୍ସମ୍ୟାନ ଓ ବେଷ୍ଟ ବୋଲର ଭାବେ ପୁରସ୍କୃତ ହୋଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ମଂଜୁର ଅଲ୍ଲୀ ଖାନ, ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ କେଶରୀ ଦୁର୍ଗା, ସମାଜସେବୀ ରଞ୍ଜନ ସାହୁ ଏବଂ TPWODLର ଶୁଭମ ରଣା ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ଅତିଥିମାନେ କହିଥିଲେ ଯେ ସିଂଝରଣ ମାଟି କଳା, ସାହିତ୍ୟ ଓ ସଂସ୍କୃତିରେ ସମୃଦ୍ଧ ହେବା ସହ କ୍ରୀଡା କ୍ଷେତ୍ରରେ ମଧ୍ୟ ନିଜସ୍ୱ ପରିଚୟ ଗଢ଼ି ଉଠୁଛି। ଏଭଳି ଟୁର୍ନାମେଣ୍ଟ ଆୟୋଜନ ଦ୍ୱାରା ଖେଳାଳିମାନେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଉଛନ୍ତି ବୋଲି ସେମାନେ ମତ ପ୍ରକାଶ କରିଥିଲେ।

ଶେଷରେ ଅତିଥିମାନେ ବେଷ୍ଟ ବ୍ୟାଟ୍ସମ୍ୟାନ ଓ ବେଷ୍ଟ ବୋଲରଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମଟି ସୁଚାରୁ ଭାବେ   ପରିଚାଳିତ ହୋଇଥିଲା।

Related posts

ଯୁବ ଖେଳାଳି ମାନଙ୍କ ଖେଳରେ ବିମୋହିତ ଅଂଚଳର କ୍ରୀଡା ପ୍ରେମୀ

Sunil Chandra Nayak

ଜିଲ୍ଲା ସ୍ତରୀୟ ଦୌଡ଼କୁଦ ଓ ଖେଳ ପ୍ରତିଯୋଗିତା ଉଦଘାଟିତ

Sunil Chandra Nayak

ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାକୁ 11 ସ୍ୱର୍ଣ୍ଣ ପଦକ ସହ ଶ୍ରେଷ୍ଠ ପ୍ରଦର୍ଶନୀ ଟ୍ରଫି

masiha

Leave a Comment

error: Content is protected !!